ପାର୍ବଣରେ ଅବହେଳା କଲେ କୋପ ଦେଖାଇବ କରୋନା

ଭୁବନେଶ୍ୱର, ୧୭।୧୦ (ବ୍ୟୁରୋ): ରାଜ୍ୟରେ ଏବେ କରୋନା ଗ୍ରାଫ୍‌ ତଳମୁହଁା ହୋଇଛି। ଗତ ସେପ୍ଟେମ୍ବର ୨୫ ପରଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ବେକାବୁ କରୋନା ଧୀରେ ଧୀରେ ନିୟନ୍ତ୍ରଣାଧୀନ ହେଉଥିବା ନଜରକୁ ଆସୁଛି। କିନ୍ତୁ ଆଗକୁ ପାର୍ବଣ ଆସୁଛି। ଯଦି ଲୋକମାନେ ଅବହେଳା କରିବେ ତା’ହେଲେ ପୁଣି କରୋନା ତା’ର କାୟା ବିସ୍ତାର କରିବ। ଅନ୍ୟ ଦେଶ ତଥା ମହାଦେଶରେ କରୋନାର ପୁନଃ ସଂକ୍ରମଣ ଆରମ୍ଭ ହୋଇଛି। ଯଦି ଆମେ ଏବେଠୁ ସତର୍କତା ଅବଲମ୍ବନ ନ କରିବା ତା’ହେଲେ କରୋନା ପୁଣି କୋପ ଦେଖାଇବ ବୋଲି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ (ଆଇଏଲ୍‌ଏସ୍‌) ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି।
ରାଜ୍ୟବାସୀଙ୍କୁ ଏଭଳି ସତର୍କ କରାଇ ଅଜୟ କହିଛନ୍ତି, ସେପ୍ଟେମ୍ବର ୧୧ରୁ ୨୫ ମଧ୍ୟରେ ରାଜ୍ୟରେ ଦୈନିକ ୪ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଥିଲେ। ହେଲେ ଏହାପରଠୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ରୁ ଅଢ଼େଇ ହଜାର ଭିତରେ ରହିଛି। ରାଜ୍ୟରେ ଏବେ ମଧ୍ୟ ପୂର୍ବ ଭଳି ଟେଷ୍ଟିଂ ଜାରି ରହିଥିବାବେଳେ ବର୍ଷା ପାଇଁ ନମୁନା ସଂଗ୍ରହ ସାମାନ୍ୟ କମିଛି। ସବୁଠୁ ବଡ଼ କଥା ହେଲା ରାଜ୍ୟର ସଂକ୍ରମଣ ହାର ୫%ରୁ କମ୍‌ ରହିଛି, ଯାହାକି ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରୁଛି। ସେହିପରି ମୃତ୍ୟୁ ହାର ବଢ଼ୁଥିଲେ ବି ଅନ୍ୟ ରାଜ୍ୟ ତୁଳନାରେ କମ୍‌ ରହିଛି। ହେଲେ ଆଗକୁ ପୂଜା ଆସୁଛି, ଅଧିକ ସଚେତନ ହେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

କେରଳକୁ ଦାଦନ ଖଟି ଯାଇଥିଲେ, କୁଅରୁ ଉଦ୍ଧାର ହେଲା ଶ୍ରମିକଙ୍କ ମୃତଦେହ: ଅର୍ଥ ଅଭାବ ଯୋଗୁ ଚିନ୍ତାରେ ପରିବାର

ଦାରିଙ୍ଗବାଡ଼ି,୩୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ କୁନ୍ଦୁପାଙ୍ଗା ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତଦେହକୁ ନିଜ…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ବରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ୧୦୮ ଆମ୍ବୁଲାନ୍ସ ଚାଳକଙ୍କ ଜୀବନ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି-ଅମ୍ବାଭୋନା ରାସ୍ତା ତରାଜୁଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ବସ୍ ଧକ୍କାରେ…

ରେଳମନ୍ତ୍ରୀଙ୍କୁ ଭେଟିଲେ MP ପ୍ରଦୀପ ପୁରୋହିତ: ବରଗଡ଼-ଝାରସୁଗୁଡ଼ା ପାଇଁ ୪ ନୂତନ ଟ୍ରେନ୍ ଚଳାଚଳ ପାଇଁ ଦେଲେ ପ୍ରସ୍ତାବ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବରଗଡ଼ ଓ ଝାରସୁଗୁଡ଼ା ଜିଲାରେ ରେଳସେବାର ବ୍ୟାପକ ବିକାଶ, ଯାତ୍ରୀ ସୁବିଧା ବୃଦ୍ଧି ଏବଂ ନୂତନ ଟ୍ରେନ୍ ସେବା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ଅସହାୟଙ୍କ ପାଇଁ ସାହା ହେଲା ବିନ୍ଦୁମିନା ସେବା ଫାଉଣ୍ଡେଶନ: ବର୍ଷା ବିପନ୍ନଙ୍କୁ ମାଗଣା ରାଶନ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଭବାନୀପାଟଣା/ଗୋଲାମୁଣ୍ଡା,୩୦।୭(ଉତ୍ତମ କୁମାର ଦାଶ/ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯାହାକି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି, ସେହି ସମୟରେ ବିପନ୍ନଙ୍କ ପାଇଁ ଦେବଦୂତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri