Posted inଜାତୀୟ

ରାମଭକ୍ତଙ୍କ ଉପରେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ଭୋଟ ଦେବାଭଳି ପାପ କଦାପି କରିବେ ନାହିଁ: ଆଦିତ୍ୟନାଥ

ଅଯୋଧ୍ୟା,୨୨।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ସମସ୍ତ ରାଜନୈତିକ ଦଳ ପ୍ରଚାର ଜୋରଦାର କରୁଛନ୍ତି। ନେତାମାନେ ସାଧାରଣ ସଭା କରି ଜନସାଧାରଣଙ୍କ ମନ କିଣିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ଏକ ସମାବେଶକୁ ସମ୍ବୋଧିତ କରି ରାମଭକ୍ତଙ୍କ ଉପରକୁ ଗୁଳି ଚଳାଇଥିବା ଲୋକଙ୍କୁ ଭୋଟ ଦେବେ କି ବୋଲି ପ୍ରଶ୍ନ କରିଛନ୍ତି।

ଆଦିତ୍ୟନାଥ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି କହିଛନ୍ତି, ଏବେ ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ସେତେବେଳେ ଅଯୋଧ୍ୟାକୁ ଯିବା ଉଚିତ ବୋଲି ବବୁଆଙ୍କୁ ମନେ ପଡ଼ିଛି। ପ୍ରଥମେ ଲୋକେ କହୁଥିଲେ ଏଠରେ ପତ୍ର ବି ହଲି ପାରିବ ନାହିଁ। ଏଠାରେ ରାମଭକ୍ତଙ୍କ ଉପରେ ଗୁଳି ଚଳାଯାଉଥିଲା। କ’ଣ ରାମ ଭକ୍ତଙ୍କ ଉପରକୁ ଗୁଳି ଚଳାଇଥିବା ବ୍ୟକ୍ତି ଅଯୋଧ୍ୟାରେ, ବାଇକାପୁର କିମ୍ବା ମିଲ୍କିପୁରରେ ଭୋଟ ପାଇବେ? ଭାଇ ଓ ଭଉଣୀମାନେ ଏହି ପାପ କଦାପି କରିବେ ନାହିଁ।

କହିରଖୁଛୁ ଯେ, ୟୁପିରେ ୭ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଫେବୃୟାରୀ ୨୩ରେ ଏହାର ଚତୁର୍ଥ ପର୍ଯ୍ୟାୟ ଲାଗି ନିର୍ବାଚନ ହେବ। ମାର୍ଚ୍ଚ ୧୦ରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଏହି ନିର୍ବାଚନରେ ଭାଜପା ଏବଂ ସମାଜବାଦୀ ପାର୍ଟି ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଭେଟିଲେ ମୋଦି: ଟ୍ରମ୍ପ୍‌ କହିଲେ, ଭାରତ ଏବଂ ଆମେରିକା ଭଲ ବନ୍ଧୁ

ଓସାକା,୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାପାନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ୍‌ ଅବସରରେ ଦୁଇ ଦେଶ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ...

ଶିବାଜୀଙ୍କ ରାଜସଭା ଭଳି ହେବ ଉଦ୍ଧବଙ୍କ ଶପଥ ଗ୍ରହଣ ପେଣ୍ଡାଲ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଶିବସେନା ଏବେ ଇତିହାସ ରଚିବାକୁ ଯାଉଛି। ପ୍ରଥମ କରି ଠାକରେ ପରିବାରର ସଦସ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ସନ୍ଧ୍ୟାରେ ହେବାକୁ...

ରିଆ ଚକ୍ରବର୍ତ୍ତି ଡ୍ରଗ୍ସ ମାମଲା: ମୁମ୍ବାଇ, ଗୋଆ ସମେତ ୭ ସ୍ଥାନରେ ଚଢାଉ

ମୁମ୍ବାଇ,୧୨ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା ସହ ଜଡିତ ଥିବା ଡ୍ରଗ୍ସ ମାମଲାକୁ ନେଇ ଯାଞ୍ଚ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)...

ଅନୁଚ୍ଛେଦ ୩୭୦ର ସାହାରାରେ ଭୋଟ ମାଗୁଛି ଭାଜପା: ମେହେବୁବା

ଶ୍ରୀନଗର,୨୩ ।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ମେହେବୁବା କହିଛନ୍ତି ବିହାରରେ ଭୋଟ ମାଗିବାକୁ...

‘କୋଭିଡ୍‌ ପରିଚାଳନାରେ କେନ୍ଦ୍ର ବିଫଳ’

ନୂଆଦିଲ୍ଲୀ, ୧୮।୪(ପି.ଟି.): କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କୋଭିଡ୍‌ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବର୍ଷକର ପ୍ରସ୍ତୁତି ସତ୍ତ୍ୱେ ଦେଶବାସୀ ଏବେ ଅସୁରକ୍ଷିତ। ଦ୍ରୁତ ବେଗରେ...

ସୁପ୍ରିମକୋର୍ଟରେ ୬ ରିଭ୍ୟୁ ପିଟିଶନ

ନୂଆଦିଲ୍ଲୀ, ୭ା୧୨(ପି.ଟି.): ନଭେମ୍ବର ୯ରେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ଦେଇ ରାମମନ୍ଦିର ନିର୍ମାଣ ପଥ ପରିଷ୍କାର...

ମୁଁ ବି ମୋଦିଙ୍କ ବରାବର ହୋଇଗଲିଣି: ସିସୋଡିଆ

ନୂଆଦିଲ୍ଲୀ,୯ ।୨: ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ଓ ଭାଜପା ମଧ୍ୟରେ ଗୁପ୍ତଚର ଅଭିଯୋଗକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଭାଜପାର ଗୁପ୍ତଚର ଅଭିଯୋଗ...

ପାଗ ଭିଡ଼ୁଛନ୍ତି ୟେଦୁରପ୍ପା

ବେଙ୍ଗାଲୁରୁ,୨୪ା୭: କର୍ନାଟକ ବିଧାନସଭାରେ ୧୪ ମାସର କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଆସ୍ଥାଭୋଟରେ ପରାଜୟବରଣ କରିବା ପରେ ଭାଜପା ରାଜ୍ୟରେ ସରକାର ଗଠନ କରିବା ଲାଗି ଆଗେଇ...

Advertisement
Archives

Model This Week