Posted inଜାତୀୟ

ୟୁପିରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ: ବ୍ରଜେଶଙ୍କୁ ମିଳିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ଲକ୍ଷ୍ନୌ,୨୮।୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ଷମତା ସମ୍ଭାଳିବା ପରେ ସୋମବାର ମନ୍ତ୍ରୀଙ୍କ ବିଭାଗଗୁଡ଼ିକୁ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ନିଜ ପାଖରେ ରାଜସ୍ବ, ଗୃହ ଓ ସୂଚନା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ରଖିଥିବା ବେଳେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଗ୍ରାମାଞ୍ଚଳ ବିକାଶ ସମେତ ୬ଟି ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ସେହିପରି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କୁ ଯୋଗୀ ଆଦିତ୍ୟନାଥ ସ୍ବାସ୍ଥ୍ୟ ଏବଂ ଚିକିତ୍ସା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି। ଏତଦ୍‌ ବ୍ୟତୀତ ସ୍ବତନ୍ତ୍ର ଦେବ ସିଂଙ୍କୁ ଜଳ ଶକ୍ତି ମନ୍ତ୍ରୀ କରାଯାଇଛି। ସେହିପରି ଚୌଧୁରୀ ଲକ୍ଷ୍ମୀ ନାରାୟଣଙ୍କୁ ଆଖୁ ବିକାଶ ମନ୍ତ୍ରୀ, ବେବି ରାନୀ ମୌର୍ଯ୍ୟଙ୍କୁ ମହିଳା କଲ୍ୟାଣ ମନ୍ତ୍ରଣାଳୟ, ଜିତିନ ପ୍ରସାଦଙ୍କୁ ପିଡବ୍ଲ୍ୟୁଡି ଦିଆଯାଇଛି। ସେହିଭଳି ଧର୍ମାପାଲ ସିଂହଙ୍କୁ ପଶୁପାଳନ ଓ କ୍ଷୀର ବିକାଶ, ଏକେ ଶର୍ମାଙ୍କୁ ସହରର ବିକାଶ ସହିତ ଅତିରିକ୍ତ ଶକ୍ତି ବିଭାଗ, ନୀତିନ ଅଗ୍ରଓ୍ବାଲଙ୍କୁ ଅବକାରୀ ବିଭାଗ, କପିଲଦେବ ଅଗ୍ରଓ୍ବାଲଙ୍କୁ ଧନ୍ଦାମୂଳକ ଶିକ୍ଷା ବିଭାଗ, ଦୟାଶଙ୍କରଙ୍କୁ ପରିବହନ ବିଭାଗ, ଆଶିଷ ପଟେଲଙ୍କୁ ବୈଷେୟିକ ବିଭାଗ, ସଞ୍ଜୟ ନିଶାଦଙ୍କୁ ମତ୍ସ୍ୟଜୀବୀ ବିଭାଗ, ସୁରେଶ ଖନ୍ନାଙ୍କୁ ଅର୍ଥ ଓ ସଂସଦୀୟ ବିଭାଗ, ଜୟବୀର ସିଂଙ୍କୁ ପର୍ଯ୍ୟଟନ ବିଭାଗ ଓ ଯୋଗେନ୍ଦ୍ର ଉପାଧ୍ୟାୟଙ୍କୁ ଉଚ୍ଚ ଶିକ୍ଷା ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ବିଭାଗ ଓ ଗୁଲାବ ଦେବୀଙ୍କୁ ମାଧ୍ୟମିକ ଶିକ୍ଷା ବିଭାଗର ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌.ରାଙ୍ଗାସ୍ବାମୀ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ

ପଣ୍ଡିଚେରୀ, ୮।୫(ଆଇଏଏନ୍‌ଏସ୍‌): ଅଖିଳ ଭାରତ ଏନ୍‌ଆର୍‌ କଂଗ୍ରେସ (ଏଆଇଏନ୍‌ଆର୍‌ସି)ର ପ୍ରତିଷ୍ଠାତା ନେତା ଏନ୍‌. ରାଙ୍ଗାସ୍ବାମୀ ଶୁକ୍ରବାର ଚତୁର୍ଥ ଥର ପାଇଁ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ଭୋଜି ଖାଇବା ପରେ ରକ୍ତବାନ୍ତି କଲେ ଗ୍ରାମବାସୀ

ଡେରାଡୁନ: ଏକ ଧାର୍ମିକ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ଏକାଠି ବସି ଖାଇଥିଲେ। ଖାଇବା ପରେ ୪୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ। ଏମିତି ଘଟଣା ଉତ୍ତରପ୍ରଦେଶରେ...

ବାଂଲାଦେଶକୁ ୨୦ ଲକ୍ଷ କରୋନା ଟିକା ଉପହାର ଦେବ ଭାରତ

ନୂଆଦିଲ୍ଲୀ,୧୯।୧: ଭାରତରେ ସାର୍ବଜନୀକ କରୋନା ଟିକା ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଭାରତ ପକ୍ଷରୁ ବାଂଲାଦେଶକୁ ୨୦ଲକ୍ଷ କରୋନା ଟିକା ଉପହାର ପ୍ରଦାନ କରାଯିବ ବୋଲି...

ହେଲମେଟ୍‌ ପିନ୍ଧି ଚାଲିଛି ଗର୍‌ବା ନୃତ୍ୟ

ସୁରତ,୩୦।୯:ଗୁଜରାଟର ସୁରତ ସହରରେ ଏଥର ଭିନ୍ନ ଢଙ୍ଗରେ ନବରାତ୍ର ପୂଜା ଆରମ୍ଭ ହୋଇଛି। ନବରାତ୍ରୀ ଅବସରରେ ବିଭିନ୍ନ ସ୍ଥାନରେ ଗର୍‌ବା କାର୍ଯ୍ୟକ୍ରମାନ ଆୟୋଜନ କରାଯାଉଛି। ଗର୍‌ବାରେ...

ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ବିଗୁଲ…

ଲକ୍ଷ୍ନୌ,୨୦।୧୦: ଆସନ୍ତା ୨୦୨୨ର ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ନିର୍ବାଚନୀ ବିଗୁଲ ବଜାଇଛନ୍ତି। ବୁଧବାର...

‘ବଙ୍ଗବିଭୂଷଣ’ ପୁରସ୍କାର ନେବାକୁ ମନାକଲେ ଅମର୍ତ୍ତ୍ୟ ସେନ

କୋଲକତା,୨୫।୭: ନୋବେଲ ପୁରସ୍କାର ବିଜେତା ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ ପଶ୍ଚିମବଙ୍ଗର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ବଙ୍ଗବିଭୂଷଣ’ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।...

‘ଦଳ ମୋତେ ଅପମାନିତ କରିଛି’

ଚଣ୍ଡିଗଡ଼,୧୮।୯: ବହୁ ବାଦବିବାଦ ପରେ ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶନିବାର ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ଅମରିନ୍ଦର ଗଣମାଧ୍ୟମକୁ କହିଛନ୍ତି, ସକାଳେ...

୧୦ ଲକ୍ଷରେ ପହଞ୍ଚିପାରେ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ,୮।୧: ଓମିକ୍ରନ୍‌ ଯୋଗୁ ଦେଶରେ କୋଭିଡ୍‌ର ତୃତୀୟ ଲହର ଆସିଛି। ଏହା ଜାନୁୟାରୀ ଶେଷ ସୁଦ୍ଧା ଶୀର୍ଷ ଛୁଇଁବ ଏବଂ ଦୈନିକ ସଂକ୍ରମଣ ୧୦ ଲକ୍ଷରେ...

Advertisement
Archives

Model This Week