Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିବା ଯୁବତୀଙ୍କୁ ଟିକେଟ୍‌ ଦେଲା ଏସପି

ଲକ୍ଷ୍ନୌ,୧।୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସପି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ ସମାଜବାଦୀ ପାର୍ଟି ମଙ୍ଗଳବାର ଲକ୍ଷ୍ନୌରେ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୬ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବାବେଳେ ସମାଜବାଦୀ ପାର୍ଟି ଲକ୍ଷ୍ନୌର ଉତ୍ତର ବିଧାନସଭା ଆସନରୁ ପୂଜା ଶୁକ୍ଲାଙ୍କୁ ଟିକେଟ୍‌ ଦେଇଛି। ସମାଜବାଦୀ ପାର୍ଟିର ଫାୟାର୍‌ ବ୍ରାଣ୍ଡ ଯୁବ ନେତାମାନଙ୍କ ମଧ୍ୟରୁ ପୂଜା ଶୁକ୍ଲା ଅନ୍ୟତମ। ସମାଜବାଦୀ ପାର୍ଟି ପକ୍ଷରୁ ବର୍ତ୍ତମାନର ସରକାର ବିରୋଧରେ ପ୍ରତିବାଦରେ ପୂଜା ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି। ଏଥିପାଇଁ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡିଛି। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୂଜା କଳା ପତାକା ଦେଖାଇଥିଲେ। ଏହି କାରଣରୁ ପୂଜାଙ୍କୁ ଜେଲ୍‌ ମଧ୍ୟ ଯିବାକୁ ପଡିଥିଲା। ଏହା ପରେ ସେ ଚର୍ଚ୍ଚାରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଙ୍କୁ ଗଣବଳାତ୍କାର, ତିନି ଦିନ ଧରି ବନ୍ଦୀ କରି ସାଙ୍ଗ….

ଲକ୍ଷ୍ନୌ,୨୪।୫: ଲକ୍ଷ୍ନୌରେ ଏକ ଗଣବଳାତ୍କାର ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଯୁବତୀଙ୍କୁ ସାଙ୍ଗମାନେ ବଳାତ୍କାର କରିଥିବା ନେଇ…

ଭାରତର ମାଷ୍ଟରଷ୍ଟ୍ରୋକ୍‌, ଅଡୁଆରେ ଚାଇନା

ନୂଆଦିଲ୍ଲୀ,୨୪।୫: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଭାରତ ସମେତ ବିଶ୍ୱବ୍ୟାପୀ ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଚାଇନା ଯୁଦ୍ଧଜାହାଜ ଏବଂ…

ବାହା ହୋଇପାରୁନଥିଲା ପୁଅ, ରାଗିଯାଇ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ମୁମ୍ବାଇ,୨୪ା୫: ପୁଅକୁ ବିବାହ କରାଇପାରିଲାନି ମା’ । ରିକ୍ସା ଚାଳକ ପୁଅ ନିଜ ବୃଦ୍ଧା ମା’ଙ୍କ ଉପରେ ଏକ ଜ୍ୱଳନଶୀଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିବା…

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

‘ମୋତେ ମୂର୍ଖ କୁହ ନାହିଁ – ମୋତେ ଏକଛତ୍ରବାଦୀ କୁହ’: ଜାଣନ୍ତୁ କାହିଁକି ଏମିତି କହିଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୪।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ ମନ୍ତବ୍ୟ ଦେଇଛନ୍ତି ଯେ ତାଙ୍କୁ ‘ମୂର୍ଖ’ ବୋଲି କୁହାଯିବା ପସନ୍ଦ ନୁହେଁ; ସେ…

ଆମେରିକା-ପାକିସ୍ତାନ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ରୁବିଓ, ଜାଣନ୍ତୁ ଭାରତକୁ ନେଇ କ’ଣ କହିଲେ

ନୂଆଦିଲ୍ଲୀ,୨୪।୫: ଆମେରିକା ଏବଂ ପାକିସ୍ତାନର ସମ୍ପର୍କ ଏବଂ ଭାରତ ସହିତ ଏହାର ରଣନୈତିକ ସହଭାଗୀତା ମଧ୍ୟରେ ପାର୍ଥକ୍ୟ କରି, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି…

CBSE Copy Scanning Fees: ଆକାଉଣ୍ଟରୁ ଦୁଇଥର କଟିଛି କି ଟଙ୍କା? ଫେରସ୍ତ ନେଇ ବଡ଼ ଘୋଷଣା କଲା ବୋର୍ଡ

ନୂଆଦିଲ୍ଲୀ,୨୪।୫: ସିବିଏସ୍‌ଇ (CBSE) ଦ୍ୱାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ (Re-evaluation) ପ୍ରକ୍ରିୟାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆବେଦନ ସମୟରେ ବାରମ୍ବାର ଦେଖାଦେଉଥିବା ବୈଷୟିକ…

ଦୂର ହେଲା ଏଲପିଜ-ତୈଳ ସଙ୍କଟ! କିଛି ଘଣ୍ଟା ମଧ୍ୟରେ ହର୍ମୁଜରୁ ଆସିବ ଖୁସି ଖବର…

ନୂଆଦିଲ୍ଲୀ,୨୪।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷଣ ଦେଇ ସେ ଘୋଷଣା କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri