Posted inଜାତୀୟ

ଲଖିମପୁର ଖେରି ମାମଲା: ପୀଡ଼ିତ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା, ଫାଷ୍ଟ ଟ୍ରାକ କୋର୍ଟରେ ଶୁଣାଣି ପାଇଁ ଯୋଗୀଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ,୧୬ ।୯: ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ଦୁଇ ନାବାଳିକା ଭଉଣୀଙ୍କୁ ବଳାତ୍କାର ପରେ ହତ୍ୟା କରିବା ଘଟଣା ଏବେ ରାଜନୈତିକ ମୋଡ ନେଇଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୀଡ଼ିତ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ସହ ଏକ ପକ୍କା ଘର, ଚାଷ କରିବାକୁ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ଯେ ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରାଯିବ ଓ ଗୋଟିଏ ମାସ ମଧ୍ୟରେ ଦୋଷୀଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା କରାଯିବ ।

ଏହାପୁର୍ବରୁ ଲଖିମପୁର ଖେରି ଜିଲର ନିଘାସନ ଅଞ୍ଚଳରେ ଆଖୁ କିଆରିରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦୁଇ ଦଳିତ ଭଉଣୀଙ୍କ ମୃତଦେହ ମିଳିଥିଲା । ଏମାନଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଗୁରୁବାର ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏବେ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୋଷ୍ଟ ମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି କି ୧୫ ବର୍ଷୀୟା ଓ ୧୭ ବର୍ଷୀୟା ଦୁଇ ଦଳିତ ଭଉଣୀଙ୍କୁ ପ୍ରଥମେ ବଳାତ୍କାର କରାଯାଇ ପରେ ସେମାନଙ୍କ ତଣ୍ଟିଚିପି ହତ୍ୟା କରାଯାଇଛି । ବୁଧବାର ଦୁଇ ଭଉଣୀଙ୍କ ମୃତଦେହ ତାଙ୍କ ଘରଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଆଖୁ କିଆରିରେ ଏକ ଗଛରେ ଟାଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଥିଲା ।
ଏହି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦେଶ କଂଗ୍ରେସ କୋଷାଧ୍ୟକ୍ଷ ସତିଶ ଅଜମାନୀଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧିମଣ୍ଡଳ ପୀଡ଼ିତ ପରିବାରକୁ ଭେଟି ନ୍ୟାୟ ମିଳିବ ବୋଲି ଭରସା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

ତାଜମହଲକୁ ନେଇ କାହିଁକି ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍‌ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍‌ ଇଣ୍ଡିଆ...

କୋର୍ଟରୁ କେଜ୍‌ରିଓ୍ବାଲ୍‌ଙ୍କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୨୨ା୪: କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଡାଇବେଟିସ୍‌ ସମ୍ବନ୍ଧରେ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହ ନିୟମିତ ପରାମର୍ଶ କରିବାକୁ...

ଭାଜପା ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ନୂଆଦିଲ୍ଲୀ,୨୨।୪: ସୁରଟରେ ଭାଜପା ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ଭାଜପା ସଭାପତି ସିଆର ପାଟିଲ ଏହି ସୂଚନା ଦେଇଛନ୍ତି। ସୁରଟରେ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri