Posted inଜାତୀୟ

ହିମାଚଳ ପ୍ରଦେଶରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ କୌଣସି ଔପଚାରିକ ସ୍ବାଗତ ସମାରୋହ ହେବ ନାହିଁ: ସୁଖୁ ସରକାର

ଶିମଲା,୨୮।୮: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ରବିବାର କହିଛନ୍ତି କି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି କି ଅଫିସିୟାଲ କାର୍ଯ୍ୟକ୍ରମ ସମୟରେ ଗଣମାନ୍ୟ ଲୋକଙ୍କୁ ଶାଲ, ପଗଡି ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସେମାନଙ୍କୁ ସ୍ବାଗତ କରିବାର ପରମ୍ପରା ୩୧ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରହିବ। ସେ କହିଛନ୍ତି କି ବର୍ତ୍ତମାନର ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ଚିନ୍ତାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହି ନିର୍ଦ୍ଦେଶ ଅନୁଯାୟୀ, ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସରକାରୀ ସମାରୋହରେ କୌଣସି ଔପଚାରିକ ସମ୍ମାନ ଅଥବା ସ୍ବାଗତ ସମାରୋହ ହେବ ନାହିଁ।’

ସେ କହିଛନ୍ତି ଯେ ଏହାପୂର୍ବରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଏହି ଅଞ୍ଚଳ ଗସ୍ତ ସମୟରେ ବିଶିଷ୍ଟ ବ୍ୟକ୍ତିଙ୍କୁ ଗାର୍ଡ ଅଫ ଅନର ମଧ୍ୟ ପାରମ୍ପାରିକ ଭାବରେ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି ଯେ ଏହି ବ୍ୟବସ୍ଥାରେ ଅର୍ଥପୂର୍ଣ୍ଣ ଏବଂ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି ଯେ ଏହି ନିଷ୍ପତ୍ତି ବିପର୍ଯ୍ୟୟ ପରିଚାଳନା ପାଇଁ ସମ୍ବଳର ଉପଯୁକ୍ତ ବ୍ୟବହାର ତଥା ପ୍ରଶାସନରେ ଔପଚାରିକତା ପରିବର୍ତ୍ତେ ସମ୍ବେଦନଶୀଳ ତଥା ପ୍ରଭାବଶାଳୀ କାର୍ଯ୍ୟ ସଂସ୍କୃତିର ଅନ୍ତର୍ଭୂକ୍ତ କରିବାକୁ ମଧ୍ୟ ସୂଚିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣ ଗୁରୁତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ମୋଦିଙ୍କ ଆହ୍ବାନ: ଭାରତର ସାଂସ୍କୃତିକ ପୁନର୍ଜାଗରଣର ଏକ ଶକ୍ତିଶାଳୀ ସଙ୍କେତ

ଗଞ୍ଜାମ,୧୧।୫(ଅନାଥ ତରାଇ/ ବିଦ୍ୟାଧର ସାହୁ): ଭାରତର ସାଂସ୍କୃତିକ ରାଷ୍ଟ୍ରବାଦର ପ୍ରତୀକ ସୋମନାଥ ମହାପ୍ରଭୁଙ୍କ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶ ଆଜି ଉତ୍ସବମୁଖର।…

କାର୍‌ରେ ଆସି ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କଲେ ୪ ଦୁର୍ବୃତ୍ତ: ଜଣେ ମୃତ, ଜଣେ ଆହତ

ବେଲପାହାଡ, ୧୧।୫(ସୁବାସ ପ୍ରଧାନ): ଝାରସୁଗୁଡା ଜିଲା ବେଲପାହାଡ଼ ଫାଟକରେ ଯୁବକଙ୍କୁ ଆକ୍ରମଣ। ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଉଭୟ…

ରାତିସାରା ଦେଖିଲେ ଲିଆଖିଆ ଉତ୍ସବ: ସକାଳକୁ ଆସି ଦେଖିଲା ବେଳକୁ ନ ଥିଲା

ନନ୍ଦପୁର/ପାଡୁଆ, ୧୧।୫ (ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଲିଆଖିଆ ଉତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କ ବାଇକ (ନମ୍ବର- OD 10 Q 4739) କେହି ଦୁର୍ବୃତ୍ତ ଚୋରି…

ଶପଥ ନେବାର ଗୋଟିଏ ଦିନ ପରେ ହଠାତ୍‌ ଷ୍ଟାଲିନଙ୍କ ଘରେ ପହଞ୍ଚିଲେ ବିଜୟ: ରାନୀତିରେ ହଲଚଲ

ଚେନ୍ନାଇ,୧୧।୫: ତାମିଲନାଡୁରେ ଐତିହାସିକ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଶପଥ ନେବାର ମାତ୍ର ଗୋଟିଏ ଦିନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ…

ଆକ୍ସନ ମୋଡ୍‌ରେ ଶୁଭେନ୍ଦୁ ସରକାର: କଲେ ବଡ ଘୋଷଣା

କୋଲକାତା,୧୧।୫: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଆକ୍ସନ ମୋଡ୍‌ରେ ଅଛି। କ୍ଷମତା ଗ୍ରହଣ କରିବା ମାତ୍ରେ ଶୁଭେନ୍ଦୁ ପ୍ରଶାସନ…

ବେଆଇନ ଛଟେଇ: ଟାଟା ପାୱାର ବିରୋଧରେ ତାତିଲେ ଠିକା କର୍ମଚାରୀ

ବଞ୍ଚୋ,୧୧।୫(ପ୍ରଦୋଷ ବିଶ୍ୱାଳ): ଟାଟା ପାୱାର ବିରୋଧରେ ତାତିଲେ ଠିକା କର୍ମଚାରୀ। ବେଆଇନ ଛଟେଇକୁ ବିରୋଧ କରି ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କର୍ମଚାରୀ ନାରାବାଜି କରିବା ସହ…

ବିଦ୍ୟୁତ ଆଘାତ ଦେଇ ସ୍ବାମୀଙ୍କୁ ମାରିବାକୁ ଚେଷ୍ଟା କରୁଥିଲେ ସ୍ତ୍ରୀ, ନିଦରୁ ଉଠିପଡିଲେ ସ୍ବାମୀ, ଆଉ ତା’ପରେ…

ମୁମ୍ବାଇ, ୧୧।୫: ମହାରାଷ୍ଟ୍ରର ଯବତମାଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସାତ ପ୍ରତିଜ୍ଞାର ଏକ ବିବାହ ହତ୍ୟା ଷଡ଼ଯନ୍ତ୍ରରେ ପରିଣତ ହୋଇଛି। ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri