
ନୂଆଦିଲ୍ଲୀ: ସ୍କୁଲ ପୋଷାକ ପିନ୍ଧି ପ୍ରେମ ଗୀତଟିଏ ଗାଇଦେଲେ। ପରେ ତାହା ସୋସିଆଲ ମିଡିଆରେ ଏତେ ଭାଇରାଲ ହୋଇଗଲା ଯେ ଏବେ ସେ ସବୁଆଡେ ଚର୍ଚ୍ଚାରେ। ଆମେ କଥା ହେଉଛୁ କୁନି ଗାୟକ ସହଦେବଙ୍କ କଥା। ଛତିଶଗଡ଼ରେ ରହୁଥିବା ଏହି କୁନି ପ୍ରତିଭା ‘ବଚପନ୍ କା ପ୍ୟାର୍ ମେରା ଭୁଲ ନେହିଁ ଜାନା ରେ’ ଗୀତଟି ଗାଇଥିଲେ। ଏହା ଦିନକୁ ଦିନ ତାଙ୍କ ଲୋକପ୍ରିୟତା ବଢ଼ାଉଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ସେ ସୌଜନ୍ୟମୂଳକ ଭାବେ ଭେଟିଛନ୍ତି। ସେଠାରେ ସହଦେବଙ୍କ ଗୀତ ଶୁଣି ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରଶଂସକ ହୋଇଛନ୍ତି।
ଯାହା ଜଣାପଡ଼ିଛି, ଛତିଶଗଡ଼ ସୁକମାର ସହଦେବଙ୍କ ପାଖରେ ନା ମୋବାଇଲ ଫୋନ ଅଛି, ନା ଅନ୍ୟ କୌଣସି ସାଧନ। ସେ ତାଙ୍କର ଶିକ୍ଷକଙ୍କ କହିବାନୁଯାୟୀ ଗୀତଟିକୁ ରେକର୍ଡ କରିଥିଲେ। ଏହା ତାଙ୍କ ଦୁନିଆ ବଦଳାଇଦେଇଛି।
ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ଭାଇରାଲ ଭିଡିଓଟି ବଲିଉଡ୍ ଗାୟକ ବାଦଶାହଙ୍କ ନିକଟରେ ପହଞ୍ଚିଥିଲା। ସେତେବେଳେ ସେ ସହଦେବଙ୍କୁ ଏକାଠି ଗୀତ ଗାଇବାକୁ ଅଫର ଦେଇଥିଲେ। ସେ ଭିଡିଓ କଲ୍ ମାଧ୍ୟମରେ ସହଦେବଙ୍କ ସହ କଥା ହୋଇ ତାଙ୍କୁ ଚଣ୍ଡିଗଡ଼କୁ ଡାକିଥିଲେ। ଏବେ ସହଦେବ ତାହା ପୂରଣ କରି ପୁଣିଥରେ ଛତିଶଗଡ଼ ଫେରିଛନ୍ତି। ଧିରେ ଧିରେ ତାଙ୍କର ଖ୍ୟାତି ଯଥେଷ୍ଟ ବୃଦ୍ଧି ପାଉଛି।
बचपन का प्यार….वाह! pic.twitter.com/tWUuWFP71f
— Bhupesh Baghel (@bhupeshbaghel) July 27, 2021