କୋରାପୁଟ ଡଙ୍ଗାବୁଡି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା

ଭୁବନେଶ୍ବର,୨୯ା୧୨: ଗତକାଲି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାତାଳୀ ନଦୀରେ ଏକ ନୌକା ଦୁର୍ଘଟଣାରେ ୫ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ୫ଜଣ ଏକ କାର୍ଯ୍ୟରେ ଯୋଗଦେବାକୁ ପାତାଳୀ ନଦୀ (ଜଲାପୁଟ ରିଜର୍ଭର) ଆରପଟେ ଥିବା ବଡେଲା ଗ୍ରାମକୁ ଯାଇଥିଲେ। ସେଠାରୁ ଦେଶୀ ଡଙ୍ଗା ନେଇ ଫେରିବା ବେଳେ ହଠାତ୍‌ ଡଙ୍ଗାଟି ଓଲଟି ପଡ଼ିଥିଲା। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେତିକି ବେଳେ ଲାଲମଣିଙ୍କ ମୃତଦେହ ମିଳିଥିଲା। ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଶୁବ୍ରବାର ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଓଡ୍ରାଫ ଏବଂ ନନ୍ଦପୁର ଅଗ୍ନିଶମ ବିଭାଗର ଖୋଜାଖୋଜି କରିଥିଲେ। ଏପରିକି ମାଛ ଜାଲ ସାହାର୍ଯ୍ୟରେ ନିଖୋଜ ୪ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ।

ଜିଲା ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପାତାଳୀ ନଦୀର ଜଲାପୁଟ ରିଜର୍ଭର ଜଳରାଶି ଚାରି ପାଶର୍‌ବରେ ଥିବା କୁଲାରସିଂ, ପରଜା ବଡପଡା, ପାଡୁଆ, ଗୋଲୁର, ପାନ୍ଥଲୁଙ୍ଗ, ବିଲାପୁଟ, କୁଲାବିର ପଞ୍ଚାୟତବାସୀଙ୍କ ଯାତାୟାତ ନିମନ୍ତେ ୨ଟି ମୋଟର ବୋଟ ପ୍ରଦାନ କରାଯାଇଛି। ତାହା ଅଧିକାଂଶ ସମୟ ଅଚଳ ରହୁଥିବାରୁ ଲୋକେ ଦେଶୀ ଡଙ୍ଗାର ବ୍ୟବହାର କରି ଏଭଳି ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅଚଳ ମୋଟର ଡଙ୍ଗାର ମରାମତି ସାଙ୍ଗକୁ ପଞ୍ଚାୟତ ପିଛା ଗୋଟିଏ ଲେଖାଏ ମୋଟର ଡଙ୍ଗା ଯୋଗାଇ ଦେବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା, ପ୍ରତିକାର ଆଇନ

ଦିଗପହଣ୍ଡି, ୮|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ…

ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର…

ଦାରିଙ୍ଗବାଡ଼ିରେ ବଢୁଛି ଲୁଟ୍‌, ଗୋଟିଏ ଘଟଣାରେ ୨ ଗିରଫ, ଆଉ ୩ ଘଟଣାରେ ପୋଲିସ ହାତଖାଲି

ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଚୋରି ଘଟଣାରେ ପୋଲିସ ଶନିବାର ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସୁରଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri