Posted inଜାତୀୟ

ସୋନାଲି ଫୋଗାଟଙ୍କ ପରିବାର ପକ୍ଷରୁ ଲିଖିତ ଦାବି ମିଳିଲେ ହେବ ସିବିଆଇ ଯାଞ୍ଚ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୫ ।୮: ଟିକ୍ ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସୋନାଲି ଫୋଗାଟଙ୍କ ମତ୍ୟୁ ମାମଲା ଏବେ ନୂଆ ମୋଡ ନେବାକୁ ଯାଉଛି । ପ୍ରଥମେ ଏହା ହୃଦଘାତ ଜନିତ ମୃତ୍ୟୁ କୁହାଯାଉଥିବା ବେଳେ ଏବେ ଏହା ଏକ ହତ୍ୟାକାଣ୍ଡ ବୋଲି କୁହାଗଲାଣି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସୋନାଲିଙ୍କ ଶରୀରରେ କିଛି ଆଘାତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ତାଙ୍କ ଭାଇ ଦାବି କରିଛନ୍ତି । ସୋନାଲିଙ୍କ ପରିବାର ପକ୍ଷରୁ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି । ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ୪୨ ବର୍ଷିୟା ସୋନାଲିଙ୍କର ମୃତ୍ୟୁ ହେଲା ତାହା ଏବେ ଜଟିଳ ହେବାରେ ଲାଗିଛି । ପରିବାର ପକ୍ଷରୁ ଯେଉଁସବୁ ଦାବି କରାଯାଉଛି ତାକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଏହାର ଲିଖିତ ଦାବି ଆବଶ୍ୟକ । ଯଦି ସୋନାଲିଙ୍କ ପରିବାର ପକ୍ଷରୁ ତାଙ୍କ ମୃତ୍ୟୁର ଯାଞ୍ଚ ପାଇଁ ଲିଖିତ ଦାବି କରାଯାଏ ତେବେ ଏହାକୁ ବିଚାରକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ଗୁରୁବାର ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ୪୨ ବର୍ଷିୟା ଫୋଗାଟଙ୍କ ମୃତ୍ୟୁ ମାମଲାରେ ଭାରତୀୟ ଦଣ୍ଡ ସଂହିତାର ୩୦୨(ହତ୍ୟା) ଧାରା ଯୋଡି ଦିଆଯାଇଛି । ଏହି ମାମଲାରେ ସୁଧିର ସଂଗୱାନ ଓ ସୁଖବିନ୍ଦର ୱାସିଙ୍କୁ ଅଭିଯୁକ୍ତ ବୋଲି କୁହାଯାଉଛି । କାରଣ ଅଗଷ୍ଟ ୨୨ରେ ସୋନାଲି ଯେତେବେଳେ ଗୋଆ ପହଞ୍ଚିଥିଲେ ସେତେବେଳେ ଏମାନେ ସୋନାଲିଙ୍କ ସହ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଚାରପତିଙ୍କୁ ହତ୍ୟା ମାମଲାରେ ୫୩ ହୋଟେଲରେ ଚଢ଼ାଉ, ୧୭ ଗିରଫ…

ରାଞ୍ଚି,୨।୮: ଝାଡ଼ଖଣ୍ଡର ଧାନବାଦରେ ଅଟୋ ଧକ୍କା କରି ଅତିରିକ୍ତ ଜିଲା ବିଚାରପତି ଉତ୍ତମ ଆନନ୍ଦଙ୍କ ହତ୍ୟା ଘଟଣାରେ ଏସ୍‌ଆଇଟି ଟିମ୍‌ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।...

ନେହେରୁ ଏବଂ ଦେବଗୌଡ଼ା ପରି ମୋଦି ମଧ୍ୟ କରୁଛନ୍ତି ଶୀର୍ଷାସନ

ନୂଆଦିଲ୍ଲୀ,୧୬।୫: ଦେଶର ୩ ଜଣ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କେତେକ ସମାନତା ରହିଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଏବଂ ଏଚ.ଡି....

ଗର୍ଲଫ୍ରେଣ୍ଡ, ଶ୍ୱଶୁରଙ୍କୁ ଗୁଳି ମାରିଲେ ପୋଲିସ ସବ-ଇନ୍ସପେକ୍ଟର

ନୂଆଦିଲ୍ଲୀ,୨୯।୯: ଦିଲ୍ଲୀ ପୋଲିସର ଜଣେ ସବ ଇନ୍ସପେକ୍ଟର ଏବେ ହତ୍ୟାକାରୀ ପାଲଟିଛି। ଅବୈଧ ସମ୍ପର୍କ ଜାଲରେ ପଡ଼ିଥିବା ସବ-ଇନ୍ସପେକ୍ଟର ସନ୍ଦୀପ ଦାହିଆ ପ୍ରଥମେ ତାଙ୍କ ପ୍ରେମିକାଙ୍କୁ...

ପଦ୍ମ ବିଭୁଷଣରେ ସମ୍ମାନୀତ ଐତିହାସିକ-ଲେଖକ ବାବାସାହେବ ପୁରନ୍ଦରେଙ୍କ ପରଲୋକ

ପୁଣେ,୧୫ ।୧୧: ଜଣାଶୁଣା ଐତିହାସିକ ଓ ଲେଖକ ବାବସାହେବ ପୁରନ୍ଦରେଙ୍କର ସୋମବାର ସକାଳେ ପୁଣେର ଦିନାନାଥ ମଙ୍ଗେସକର ମେମୋରିୟାଲ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ...

ବଜାରରେ ସିନ୍ଥେଟିକ୍‌ ଜିରା: ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଚାଲିଛି ଚୋରା ବେପାର

ନୂଆଦିଲ୍ଲୀ,୨୦।୧୧: ଏବେ ବଜାରରେ ସିନ୍ଥେଟିକ୍‌ ଜିରା ମିଳୁଛି। ପ୍ରକୃତ ଜିରା ସହିତ ମିଶାଇ ଏହାକୁ ବିକ୍ରି କରାଯାଉଛି। ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଏହାର ଚୋରା ବେପାର...

ସଞ୍ଜୟଙ୍କ ଗିରଫ ପରେ ଖୁସିରେ ଝୁମିଲେ ନବନୀତ

ମୁମ୍ବାଇ,୧।୮: ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କୁ ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଗିରଫ କରିଛି ଇଡି। ଏହି ଘଟଣାକୁ ନେଇ ଖୁସି ପ୍ରକାଶ କରିଛନ୍ତି...

କଂଗ୍ରେସ ଲଞ୍ଚ କରିପାରେ ‘ଭାରତ ଯୋଡୋ ଯାତ୍ରା’ର ଲୋଗୋ, କ୍ୟାମ୍ପେନ

ନୂଆଦିଲ୍ଲୀ,୨୩ ।୮: ରାଜଧାନୀ ଦିଲ୍ଲୀରେ କଂଗ୍ରେସ ମଙ୍ଗଳବାର ‘ଭାରତ ଯୋଡୋ ଯାତ୍ରା’ର ଲୋଗୋ, କ୍ୟାମ୍ପେନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କଂଗ୍ରେସ ପାର୍ଟି ମୁଖ୍ୟାଳୟରେ...

ଅମିତାଭଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ସସ୍‌ପେଣ୍ଡ

ମୁମ୍ବାଇ,୧୬।୨: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଡିଗାର୍ଡ ଭାବେ କାର୍ଯ୍ୟ କରୁଥିବା ମୁମ୍ବାଇ ପୋଲିସ କନଷ୍ଟେବଳ ଜିତେନ୍ଦ୍ର ଶିନ୍ଦେଙ୍କୁ ନିୟମର ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରାଯାଇଛି।...

Advertisement
Archives

Model This Week