Posted inଜାତୀୟ

ରାଗିଗଲେ ରାଜ୍ୟପାଳ: ଗୃହ ଛାଡି ପଳାଇଲେ

ଚେନ୍ନାଇ,୬।୧:ବିଧାନସଭା ଅଧିବେଶନରେ ଜାତୀୟ ସଂଗୀତକୁ ଅପମାନିତ ହେବା ଦେଖି ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି କ୍ରୋଧିତ ହୋଇ ବିଧାନସଭା ଅଧିବେଶନକୁ ସମ୍ବୋଧନ ନ କରି ଗୃହରୁ ବାହାରିଥିଲେ। ତାମିଲନାଡୁ ବିଧାନସଭାର ୨୦୨୫ ବର୍ଷର ପ୍ରଥମ ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ନିୟମ ଅନୁଯାୟୀ, ରାଜ୍ୟପାଳ ଆର.ଏନ ରବିଙ୍କ ସମ୍ବୋଧିତ ସହିତ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଧାନସଭା ଅଧିବେଶନ ଆରମ୍ଭରେ ତାମିଲନାଡୁ ସରକାରଙ୍କ ରାଜ୍ୟ ସଂଗୀତ ‘ତାମିଲ ଥାଇ ଭାଜାଥୁ’ ଗାନ କରାଯାଇଥିଲା।
ତାମିଲନାଡୁର ରାଜ୍ୟ ସଂଗୀତ ପରେ ରାଜ୍ୟପାଳ ଆର.ଏନ ରବି ଜାତୀୟ ସଂଗୀତ ବଜାଇବାକୁ ଦାବି କରିଥିଲେ ମଧ୍ୟ ତାଙ୍କ ଦାବି ଗ୍ରହଣ କରାଯାଇ ନ ଥିଲା। ରାଜ୍ୟପାଳ ଏହା ଉପରେ ଏତେ ରାଗିଗଲେ, ସେ ବିଧାନସଭା ଅଧିବେଶନକୁ ସମ୍ବୋଧିତ ନ କରି ଫେରିଯାଇଥିଲେ। ସମଗ୍ର ବିବାଦ ଉପରେ ତାମିଲନାଡୁ ରାଜ ଭବନ ଏକ ବିବୃତ୍ତି ଦେଇଛନ୍ତି। ସୋସିଆଲ ମିଡିଆରେ ଶେୟାର କରିଥିବା ବିବୃତ୍ତିରେ ରାଜ ଭବନ ପକ୍ଷରୁ କୁହାଯାଇଛି ଯେ, ତାମିଲନାଡୁ ବିଧାନସଭାରେ ଭାରତର ସମ୍ବିଧାନ ଏବଂ ଜାତୀୟ ସଂଗୀତ ପୁଣି ଥରେ ଅପମାନିତ ହୋଇଛି। ସମ୍ବିଧାନର ପ୍ରଥମ ମୌଳିକ କର୍ତ୍ତବ୍ୟ ଜାତୀୟ ସଂଗୀତ ପ୍ରତି ସମ୍ମାନ ବୋଲି କୁହାଯାଇଛି। ସମସ୍ତ ରାଜ୍ୟ ସଭାରେ ଅଧିବେଶନ ଆରମ୍ଭ ଏବଂ ଶେଷରେ ଜାତୀୟ ସଂଗୀତ ଗାନ କରାଯାଉଛି। ଆଜି ଯେତେବେଳେ ରାଜ୍ୟପାଳ ଗୃହରେ ପହଞ୍ଚିଲେ ସେତେବେଳେ କେବଳ ତାମିଲ ଥାଇ ଭାଜଥୁ ଗାନ କରାଯାଇଥିଲା। ରାଜ୍ୟପାଳ ସମ୍ମାନର ସହିତ ଗୃହକୁ ଏହାର ସାମ୍ବିଧାନିକ କର୍ତ୍ତବ୍ୟ ବିଷୟରେ ମନେ ପକାଇ ଜାତୀୟ ସଂଗୀତ ବଜାଇବାକୁ ଦାବି କରିଥିଲେ, କିନ୍ତୁ ତାଙ୍କ ଆବେଦନକୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ଗୃହର ବାଚସ୍ପତି ପ୍ରତ୍ୟାଖ୍ୟାନ କରିଥିଲେ। ଏହା ଏକ ଗମ୍ଭୀର ଚିନ୍ତାର ବିଷୟ। ଏଭଳି ପରିସ୍ଥିତିରେ ଜାତୀୟ ସଂଗୀତ ତଥା ଭାରତର ସମ୍ବିଧାନର ଅପମାନର ଅଂଶ ନ ହୋଇ ରାଜ୍ୟପାଳ ନିଜର ଅସନ୍ତୋଷ ବ୍ୟକ୍ତ କରି ଗୃହ ଛାଡିଥିଲେ।

ସୂଚନାଯୋଗ୍ୟ ଯେ ବିଗତ ଦୁଇ ବର୍ଷ ଧରି ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣରେ ଅନେକ ବିବାଦ ଲାଗି ରହିଛି। ଗତଥର ରାଜ୍ୟପାଳ ତାଙ୍କ ସମ୍ବୋଧନ ସମୟରେ ସରକାରଙ୍କ ବିବୃତ୍ତିର କିଛି ଧାଡ଼ି ପଢିବାକୁ ମନା କରିଦେଇଥିଲେ। ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ବିନା ପୋଷାକରେ ଶିବଙ୍କୁ ପୂଜା କରନ୍ତି? ନିଜ ପିଣ୍ଡଦାନ ନିଜେ କରନ୍ତି, ଜାଣନ୍ତୁ ମହିଳା ନାଗାସାଧୁଙ୍କୁ ଭୟଙ୍କର ଜୀବନ ବିଷୟରେ…

ଉତ୍ତର ପ୍ରଦେଶର ପ୍ରୟାଗରାଜର ସଙ୍ଗମ ନଗରୀରେ ମହାକୁମ୍ଭ ଜାନୁଆରୀ ୧୩ରୁ ଆରମ୍ଭ ହୋଇଛି। ଆଜିଠାରୁୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଏହି କୁମ୍ଭମେଳା ଚାଲିବ।...

ଧାର୍ମିକ ସହରରେ ବିକ୍ରି ହୋଇପାରିବନି ମଦ! ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

ଭୋପାଳ,୧୩।୧: ମଧ୍ୟପ୍ରଦେଶରେ ମଦ ବନ୍ଦ ପ୍ରସଙ୍ଗ ବାରମ୍ବାର ଉଠୁଛି, ରାଜ୍ୟରେ ଅନେକ ଥର ମଦ ବନ୍ଦ ପାଇଁ ଦାବି ହୋଇଆସୁଛି। ଏହି ସମୟରେ, ମୁଖ୍ୟମନ୍ତ୍ରୀ ମୋହନ...

ସାବଧାନ: ଗ୍ରାହକ ଭାବେ ଆସି କ୍ୟୁଆର୍‌ କୋଡ୍‌ ବଦଳାଇ ଦେଉଛନ୍ତି ସାଇବର ଅପରାଧୀ

ଭୋପାଳ,୧୩।୧: ସାଇବର ଅପରାଧୀମାନେ ଏବେ ଦୋକାନର କ୍ୟୁଆର୍‌ କୋଡ୍‌ ବଦଳାଇ ଠକିବାର ନୂଆ କୌଶଳ ଆପଣାଇଛନ୍ତି। ମଧ୍ୟପ୍ରଦେଶର ଖଜୁରାହୋରେ ବହୁ ବ୍ୟବସାୟ ପ୍ରତିଷ୍ଠାନର କ୍ୟୁଆର୍‌ କୋଡ୍‌...

ଖଟ୍ଟରଙ୍କ ବିବାଦୀୟ ବୟାନକୁ ନେଇ ରାଗିଲା କଂଗ୍ରେସ

ନୂଆଦିଲ୍ଲୀ,୧୩।୧: କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ରବିବାର ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ ଜବାହରଲାଲ ନେହେରୁ ‘ଆକ୍ସିଡେଣ୍ଟାଲି’ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ।...

ନିଜ ନିର୍ବାଚନୀ ଖର୍ଚ୍ଚ ପାଇଁ ପାଣ୍ଠି ସଂଗ୍ରହ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ: ୬ ଘଣ୍ଟାରେ ୧୫ ଲକ୍ଷ ସଂଗ୍ରହ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ନିଜ ନିର୍ବାଚନୀ ଖର୍ଚ୍ଚ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। ସେ କ୍ରାଉଡ୍‌ ଫଣ୍ଡିଂ ଜରିଆରେ ନିର୍ବାଚନ ଖର୍ଚ୍ଚ...

‘ଅମିତ ଶାହାଙ୍କୁ ତୁରନ୍ତ ଗିରଫ କରାଯାଉ’, ବଡ଼ ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୧୩।୧: ଭାରତୀୟ ଜନତା ପାର୍ଟି ନେତ୍ରୀ ସ୍ମୃତି ଇରାନୀ ରବିବାର ଏକ ଖବରଦାତା ସମ୍ମିଳନୀ କରି ଆମ ଆଦମୀ ପାର୍ଟି (ଏଏପି) ଉପରେ ଜାତୀୟ ସୁରକ୍ଷା...

ମହାକୁମ୍ଭର ଶୁଭାରମ୍ଭରେ କ’ଣ କାମନା କଲେ ମୋଦି, କାହାକୁ ଜଣାଇଲେ ଅଭିନନ୍ଦନ ଜାଣନ୍ତୁ

ନୂଆଦିଲ୍ଲୀ,୧୩।୧: ବିଶ୍ୱର ସର୍ବବୃହତ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ‘ମହାକୁମ୍ଭ ୨୦୨୫’ ସୋମବାର ପବିତ୍ର ନଗରୀ ପ୍ରୟାଗରାଜରେ ଆରମ୍ଭ ହୋଇଛି। ଏହି ପବିତ୍ର ଅବସରରେ, ପ୍ରଧାନମନ୍ତ୍ରୀ...

ମୁମ୍ବାଇରେ ୨୨ କୋଟି ଚିଟ୍‌ଫଣ୍ଡ ଦୁର୍ନୀତିର ମାଷ୍ଟରମାଇଣ୍ଡ ୨ ୟୁକ୍ରେନୀୟ

ମୁମ୍ବାଇ,୧୩।୧: ମୁମ୍ବାଇରେ ବହୁକୋଟି ଟଙ୍କା ଚିଟ୍‌ଫଣ୍ଡ ଦୁର୍ନୀତି ଘଟଣାର ମାଷ୍ଟରମାଇଣ୍ଡଙ୍କ ମଧ୍ୟରେ ୨ ଜଣ ୟୁକ୍ରେନୀୟ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଚିଟ୍‌ଫଣ୍ଡ ସଂସ୍ଥାରେ ଟଙ୍କା ଜମା ରଖିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri