Posted inଜାତୀୟ

ରାଜଧାନୀରେ ଶେଷ ହେବ ପାନୀୟ ଜଳ ସମସ୍ୟା

ନୂଆଦିଲ୍ଲୀ,୨୬ ।୨: ରାଜଧାନୀବାସୀଙ୍କୁ ଆଉ ପାଣି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଫଳରେ ପ୍ରତି ଘରେ ୨୪ ଘଣ୍ଟା ପାନୀୟ ଜଳ ଯୋଗାଇ ଦିଆଯାଇ ପାରିବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ବର୍ଷାଦିନେ ଯମୁନା ନଦୀରେ ଆସୁଥିବା ଅଧିକ ପାଣିକୁ ଷ୍ଟୋର କରି ଏହାକୁ ପାନୀୟ ଜଳ ଭାବେ ବ୍ୟବହାର କରାଯିବ । ଏ ନେଇ ବସିଥିବା ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି । କେଜରିୱାଲ କହିଛନ୍ତି ବର୍ଷାଦିନେ ଯମୁନା ନଦୀରେ ଆସୁଥିବା ଅଧିକ ଜଳକୁ ସଂରକ୍ଷଣ କରିବା ଲାଗି ବଜିରାବାଦ ଜଳାଶୟର ଉପରିଭାଗରେ ୪୫୯ ଏକର ବିଶିଷ୍ଟ କ୍ୟାଚମେଣ୍ଟ ୱେଟଲ୍ୟାଣ୍ଡ ତିଆରି କରାଯିବ । ଏଥିରେ ଅଧିକ ଜଳକୁ ସଂଗ୍ରହ କରାଯାଇ ବିଶୁଦ୍ଧ କରାଯିବା ପରେ ଲୋକଙ୍କ ପାନୀୟ ଜଳ ଲାଗି ଏହାକୁ ବ୍ୟବହାର କରାଯିବ । ଏହି ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ୨୦ ଏକରର ଅଫ ରିଭର ମିନି ଜଳାଶୟ ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ସରକାର ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରିବାକୁ ଯାଉଛନ୍ତି । ଯଦି ଏହା ସଫଳ ହେଲା ତେବେ ଆହୁରି ଅଧିକ ଜଳାଶୟ କରି ବର୍ଷା ପାଣିକୁ ସଂଗୃହିତ କରାଯାଇ ଏହାକୁ ବିଶୁଦ୍ଧ କରି ପାନୀୟ ଜଳ ଭାବେ ବ୍ୟବହାର କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଜ୍‌ମା ଥେରାପିରୁ ସୁଫଳ ମିଳୁନି: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ, ୨୪ା୧୦: କରୋନା ରୋଗୀଙ୍କ ଲାଗି ପ୍ଲାଜ୍‌ମା ଥେରାପି ବିଶେଷ ଫଳପ୍ରଦ ହେବ ବୋଲି କୁହାଯାଇଥିବାବେଳେ ଏହାର କୌଣସି ସୁଫଳ ମିଳୁ ନ ଥିବା ଇଣ୍ଡିଆନ୍‌...

ଲଦାଖରେ ମୁତୟନ ହେଲା ହାଲ୍‌ ଯୁଦ୍ଧବିମାନ

ନୂଆଦିଲ୍ଲୀ, ୧୩।୮: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌) ଦ୍ୱାରା ନିର୍ମିତ ଦୁଇଟି ହାଲୁକା ଲଢ଼ୁଆ ହେଲିକପ୍ଟର (ଏଲ୍‌ସିଏଚ୍‌)କୁ ଲଦାଖ ସେକ୍ଟରରେ ମୁତୟନ କରାଯାଇଛି। ଚାଇନା ସହ...

ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଡାଇବେଟିସ୍‌ ଆଶଙ୍କା କମ୍‌…

ଜନ୍ମ ପରେ ନବଜାତକଙ୍କୁ ସ୍ତନ୍ୟପାନ କରାଉଥିବା ମହିଳା ଡାଇବେଟିସ୍‌ରୁ ଦୂରେଇ ରୁହନ୍ତି। ସେମାନଙ୍କ କ୍ଷେତ୍ରରେ ଡାଇବେଟିସ୍‌ ଆଶଙ୍କା ହ୍ରାସ ପାଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ...

କୋଭିଡ ୧୯ର ମାଇକ୍ରୋସ୍କୋପି ପ୍ରତିଛବି ପ୍ରକାଶ କଲେ ଭାରତୀୟ ବିଶେଷଜ୍ଞ

ନୂଆଦିଲ୍ଲୀ,୨୭।୩: ଭାରତୀୟ ବିଶେଷଜ୍ଞଙ୍କୁ ମିଳିଛି ଏକ ସଫଳତା। SARS-CoV-2 virus ବା କୋଭିଡ ୧୯ର ଏକ ମାଇକ୍ରୋସ୍କୋପି ପ୍ରତିଛବି ଭାରତୀୟ ବିଶେଷଜ୍ଞଙ୍କ ଦ୍ୱାରା ଜାରି କରାଯାଇଛି।...

ରବିନା, ଭାରତି, ଫରହାଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୨୬।୧୨: ବଲିଉଡ୍‌ ନାୟିକା ରବିନା ଟଣ୍ଡନ, ଫିଲ୍ମ ମେକର ଫରହା ଖାଁ ଓ କମେଡିଆନ୍‌ ଭାରତି ସିଂଙ୍କ ନାଁରେ ଆସିଛି ଅଭିଯୋଗ। ଅଜନାଲା(ଅମୃତସର) ଡିଏସ୍‌ପି ସୋହନ...

ଦିଲ୍ଲୀରେ ବଡ଼ଧରଣର ଭୂକମ୍ପ ହେବାର ରହିଛି ଆଶଙ୍କା: ଦେଢ଼ ମାସରେ ୧୦ଥର ଥରିଲାଣି ଦେଶର ରାଜଧାନୀ

ନୂଆଦିଲ୍ଲୀ,୩୧।୫: ଗତ ଦେଢ଼ ମାସ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ୧୦ଥର କମ୍‌ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଛି। ଏହା ଆଗାମୀ ଦିନରେ ଏଠାରେ ବଡ଼ଧରଣର ଭୂକମ୍ପ...

ଆତଙ୍କ ଦ୍ୱାରା ବିଶ୍ୱାସକୁ ଭାଙ୍ଗି ଦିଆଯାଇ ନ ପାରେ: ମୋଦି

ଅହମଦାବାଦ,୨୦ ।୮: ଗୁଜରାଟର ଐତିହାସିକ ସୋମନାଥ ମନ୍ଦିରକୁ ବଡ ଉପହାର ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମନ୍ଦିରରେ ଅନେକ ଗୁଡିଏ ଯୋଜନାର ଶୁଭାରମ୍ଭ...

ଦେଶରେ ୩ କୋଟି ଅନାଥ, ବର୍ଷରେ ୪୦୦୦ ହେଉଛନ୍ତି ପୋଷ୍ୟ…

ନୂଆଦିଲ୍ଲୀ, ୧୨।୪ : ଦେଶରେ ପୋଷ୍ୟ ଗ୍ରହଣ ଆଇନକୁ ସରଳ କରିବା ଲାଗି ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ନେଇ ନୋଟିସ୍‌ ଜାରି କରାଯାଇଛି।...

Advertisement
Archives

Model This Week