Posted inଜାତୀୟ

ସୋନାଲିଙ୍କ ପରିବାରକୁ ଭେଟି ସିବିଆଇ ତଦନ୍ତ ଦାବି କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୭।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଦିବଂଗତ ଭାଜପା ନେତ୍ରୀ ସୋନାଲି ଫୋଗାଟଙ୍କ ପରିବାରକୁ ଭେଟିଥିଲେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବନ୍ତ ମନ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ସିବିଆଇ ଦ୍ୱାରା ସୋନାଲି ଫୋଗାଟ ମାମଲାର ତଦନ୍ତ କରାଯିବାକୁ ନେଇ କେଜ୍‌ରିୱାଲ ଦାବି ଉଠାଇଥିଲେ। ସେ କହିଛନ୍ତି, ହରିୟାଣା ଏବଂ ଗୋଆରେ ଭାଜପା ସରକାର ଅଛି। ସିବିଆଇ ଦ୍ୱାରା ଏହି ସମଗ୍ର ଘଟଣାର ଅନୁସନ୍ଧାନ କରାଯିବା ଉଚିତ। ସୋନାଲିଙ୍କ ପରିବାରକୁ ନ୍ୟାୟ ମିଳିବା ଜରୁରୀ। ସିବିଆଇ ଅନୁସନ୍ଧାନରେ ଯେତେ ବିଳମ୍ବ ହେବ ସେତେ ଅଧିକ ସନ୍ଦେହ ବଢିବ। ବଡ ନେତା, ବଡ ଲୋକ, ବଡ ବ୍ୟବସାୟୀ ଏଥିରେ ଜଡିତ ଥିବା ନେଇ ଆଶଙ୍କା ପ୍ରକାଶ ପାଇଛି ବୋଲି ସେ କହିଛନ୍ତି। ସିବିଆଇ ତଦନ୍ତ ହେଲେ ଏହି ସମସ୍ତ ସନ୍ଦେହ ସ୍ପଷ୍ଟ ହେବ।
ସୂଚନାଯୋଗ୍ୟ,ଗତ ଅଗଷ୍ଟ ୨୩ରେ ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ଗୋଆରେ ମୃତ୍ୟୁ ଘଟିଥିଲା। ପ୍ରାରମ୍ଭରେ, ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଥିଲା, କିନ୍ତୁ ଧୀରେ ଧୀରେ ଏହା ହତ୍ୟାକାଣ୍ଡ ବୋଲି ଏବେ ଚର୍ଚ୍ଚା ହେଉଛି। ସୋନାଲିଙ୍କ ପିଏ ଏଥିରେ ସମ୍ପୃକ୍ତ ଥିବା ମଧ୍ୟ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟବଂଶୀଙ୍କ ଦ୍ରୁତତମ ଶତକ: ହାଇଦ୍ରାବାଦ୍‌ ଆଗରେ ୨୨୯ ରନର ବିଶାଳ ଟାର୍ଗେଟ

ଜୟପୁର,୨୫ା୪: ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଓ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ପରସ୍ପରକୁ ଭେଟିଛନ୍ତି। ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ ବଳରେ…

ମୋଦି, ମମତାଙ୍କୁ ଟାର୍ଗେଟ କଲେ ରାହୁଲ, କହିଲେ…

କୋଲକାତା,୨୫ା୪: ପଶ୍ଚିମବଙ୍ଗରେ ଏକ ନିର୍ୱାଚନୀ ସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ଏବଂ…

ଭଞ୍ଜନଗରରେ ଜନ ଆକ୍ରୋଶ ମହିଳା ସମାବେଶ ପୁରୁଷ ପ୍ରଧାନ ସମାଜ ମହିଳାଙ୍କୁ ଆଗକୁ ଛାଡ଼ିବାକୁ ନାରାଜ: ଏମ୍‌ପି ଅନୀତା

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଭଞ୍ଜନଗର ଭାଜପା ସାଂଗଠନିକ ଜିଲା ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ମୁଖ୍ୟ ସଡ଼କରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା…

NRI ବି କରିପାରିବେ Aadhaar Card? ଜାଣନ୍ତୁ କ’ଣ କହୁଛି UIDAI ନିୟମ…

ନୂଆଦିଲ୍ଲୀ,୨୫।୪: ଆଜିର ସମୟରେ ବ୍ୟାଙ୍କିଙ୍ଗଠାରୁ ଆରମ୍ଭ କରି ସରକାରୀ ଯୋଜନା ପର୍ଯ୍ୟନ୍ତ ସବୁଥିରେ ଆଧାର କାର୍ଡ ଏକ ଅପରିହାର୍ଯ୍ୟ ଦଲିଲ ପାଲଟିଛି। ଏଭଳି ସ୍ଥିତିରେ ବିଦେଶରେ ରହୁଥିବା…

ସେବାଶ୍ରମର ୭ମଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି, ୨୫।୪,(ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଏକ ସେବାଶ୍ରମ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ…

ବସ୍‌ଷ୍ଟାଣ୍ଡରୁ ପାଇଲେ ୫ ଭରିର ଦୁଇଟି ସୁନା ହାର, ପରେ…

ରିଷିଡା,୨୫।୪(ସୁଶାନ୍ତ ମଲ୍ଲିକ): ବସ୍‌ଷ୍ଟାଣ୍ଡରୁ ପାଇଥିବା ୫ ଭରିର ଦୁଇଟି ସୁନା ହାର ଫେରାଇଲେ ବ୍ୟକ୍ତି। ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ…

ଟାଙ୍ଗିଆ ଚୋଟରେ ବଡ଼ଭାଇଙ୍କ ମୃତ୍ୟୁ, ଜେଲଗଲେ ସାନ

ମୁନିଗୁଡା,୨୫।୪(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ମୁନିଖୋଲ ପଞ୍ଚାୟତ ଅଧୀନ ଗୋରଠା ଗ୍ରାମରେ ସାନଭାଇଙ୍କ ଟାଙ୍ଗିଆ ଚୋଟରେ ତାଙ୍କ ବଡ଼ଭାଇଙ୍କ ମୃତ୍ୟୁ ଘଟିଥିଲା। ଏହି…

ନାବାଳିକାଙ୍କୁ ଅପହରଣ କରି ନେଇଥିଲେ: ଏବେ ଗଲେ ଜେଲ୍‌

ଲାଞ୍ଜିଗଡ଼,୨୫ା୪(ରମେଶ ଚନ୍ଦ୍ର ନାୟକ) : ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ନାବାଳିକା ଅପହରଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri