Advertisement

୩୧ରୁ ନଭେମ୍ବର ୨ ଯାଏ ମେଘୁଆ ପାଗ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ରାଜ୍ୟରେ ପାରଦ ତଳମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲ୍‌ସିୟସକୁ ଖସି ଆସିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୧୨, ଫୁଲବାଣୀ ୧୩.୫, ସୋନପୁର ୧୪, ଭବାନୀପାଟଣା ୧୪.୪, ଝାରସୁଗୁଡ଼ା ୧୪.୬, ହୀରାକୁଦ ୧୫.୨, ଦେବଗଡ଼ ୧୬, କେନ୍ଦୁଝର ୧୬.୨, ଅନୁଗୋଳ ୧୭, ସମ୍ବଲପୁର ୧୭.୬, ଟିଟିଲାଗଡ଼ ୧୮, ବାରିପଦା ୧୮, ସୁନ୍ଦରଗଡ଼ରେ ୧୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ତେବେ ଆସନ୍ତା ୩୧ରୁ ପାରଦ ପୁଣି ଉପରମୁହାଁ ହେବ। ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ରାଜ୍ୟକୁ ପ୍ରବେଶ କରିବ। ଏଥିଯୋଗୁ ଆକାଶ ମେଘାଚ୍ଛନ୍ନ ରହିବା ସହ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା କିମ୍ବା କୁହୁଡ଼ି ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ଅକ୍ଟୋବର-ନଭେମ୍ବର ଗାଇଡଲାଇନ୍‌

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ପାର୍ବଣକୁ ନେଇ ପୁଣି ଥରେ ଜାରି ହେଲା ଗାଇଡଲାଇନ୍‌ । ଲକ୍ଷ୍ମୀପୂଜା, କାଳୀ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭୁବନେଶ୍ୱର ମହାନଗର ନିଗମ...

ସଫଳ ହେଲା ୭୫ତମ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ ଅଫିସ,୨୧।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ(ଏସ୍‌ସିବି)ରେ ଗୁରୁବାର ସଫଳତାର ସହ ୭୫ତମ ଅସ୍ଥିମଜ୍ଜା ପ୍ରତିରୋପଣ (ବୋନ୍‌ମାରୋ ଟ୍ରାନ୍ସପ୍ଲାଣ୍ଟ) କରାଯାଇଛି। ଦେବଗଡ଼...

ବିଦ୍ୟୁତ୍‌ ବିଭାଗର ଚିଠିକୁ ତହସିଲର ଅଣଦେଖା

ନାଉଗାଁ,୧୯ା୧୨(ସ୍ବ.ପ୍ର.): ନାଉଗାଁ ବ୍ଲକରେ ଉପଭୋକ୍ତାଙ୍କୁ ସୁବିଧାରେ ବିଦ୍ୟୁତ୍‌ ଯୋଗାଇବାକୁ ୩ଟି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ନିର୍ମାଣ କରାଯାଇଛି। ବ୍ଲକ୍‌ର ଥାନା ଛକ, ଅଲଣାହାଟର ଭାତପଡ଼ା ଓ ଡେରିକିଠାରେ...

ଏଥର ଇ-ବିଧାନସଭା

ଭୁବନେଶ୍ୱର, ୨୩।୧(ବ୍ୟୁରୋ): ଆସନ୍ତା ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ ଡିଜିଟାଲ ମୋଡରେ ହେବ। ଗୃହର ସମସ୍ତ କାର୍ଯ୍ୟବିଧି ବିନା କାଗଜରେ ଅନଲାଇନ ଜରିଆରେ ସମ୍ପାଦନ କରାଯିବ। ଅନୁରୂପ...

କଲବଲ କରୁଛି କୁହୁଡ଼ି, ୨୨ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୯।୧(ବ୍ୟୁରୋ)- ସାରା ଓଡ଼ିଶାରେ କଲବଲ କରୁଛି କୁହୁଡ଼ି। ଘନ କୁହୁଡ଼ି ସହ ପ୍ରବଳ ଶୀତ ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଥିବାବେଳେ ଗାଡ଼ିମୋଟର ପାଇଁ କାଳ...

ମିଳିଲା ଅପହୃତା ଶିଶୁକନ୍ୟାର ମୃତଦେହ

ରୂପସା,୨୮।୧୧(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅଧୀନ ଶ୍ରୀରାମପୁର ପଞ୍ଚାୟତ ନିମା ଗ୍ରାମରୁ ନିଖୋଜ ଥିବା ଶିଶୁକନ୍ୟାଙ୍କ ମୃତଦେହ ରବିବାର ସ୍ଥାନୀୟ ଏକ ପୋଖରୀରୁ ମିଳିଛି। ହେଲେ...

୭ କଏଦୀ, ୫ ଜେଲ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ

ପୁରୀ ଅଫିସ,୨୬ା୫: ଆଶ୍ୱସ୍ତି ହୋଇଛନ୍ତି ପୁରୀ ଜେଲ୍‌ କର୍ତ୍ତୃପକ୍ଷ। ଜଣେ ଅଭିଯୁକ୍ତ ଜେଲ୍‌କୁ ଆସିବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ଚିନ୍ତାରେ ପଡ଼ିିଥିଲେ...

୪ ଜିଲା କରୋନା ମୁକ୍ତ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନେ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲାର ଜଣେ...

Advertisement
Archives

Model This Week