ଅଜଣା ରୋଗରେ ବହୁସଂଖ୍ୟକ ଛେଳି ମୃତ; ପ୍ରାଣୀ ବିଭାଗ ପାଖରେ ନାହିଁ ଖବର

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା, ଟିକରପଡ଼ା, ଢେପାପେଣ୍ଠ ପ୍ରଭୃତି ଗ୍ରାମମାନଙ୍କରେ ଗତ କିଛିଦିନ ହେଲା ଅଜଣା ରୋଗରେ ବହୁ ସଂଖ୍ୟକ ଛେଳି,ମେଣ୍ଢା ମୃତ୍ୟୁବରଣ କରିଥିବା ଜଣାପଡିଛି। ବଜ୍ରଗୁମ୍ମା ଗ୍ରାମର ଉଦୟ ନାଥ ଗୌଡ଼, କୁରେଶୁ ଅଧିକାରୀ,ସହଦେବ ଗୌଡ଼,କୈଳାସ ନାଇକ,ପୂର୍ଣ୍ଣ ନାଇକ, ରାଜ କିଶୋର ମିଶ୍ର,ଭାସ୍କର ନାଇକଙ୍କ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କ ଛେଳି,ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ଏନେଇ ଦାୟିତ୍ୱରେ ଥିବା ପ୍ରାଣୀଧନ ନିରୀକ୍ଷକ ବାଳକୃଷ୍ଣ ପ୍ରଧାନଙ୍କୁ ପଚାରିବାରୁ ତାଙ୍କ ନିକଟରେ ଏନେଇ କୌଣସି ଖବର ନଥିବା ସହ କୌଣସି ବ୍ୟକ୍ତି ଅଭିଯୋଗ କରିନଥିବା କହିଛନ୍ତି। ସେ ଭ୍ରମରପୁର,ଚୌଧୁରୀ. ଟିକରପଡ଼ା ଓ ଗଡ଼ ଗୋବିନ୍ଦପୁର ପଞ୍ଚାୟତ ଅଧିନ ସମସ୍ତ ଗାଁର ଦାୟିତ୍ୱରେ ରହିଥିବା କହିଛନ୍ତି। ବମକୋଇ ଗ୍ରାମ ପ୍ରାଣୀଧନ ଚିକିତ୍ସାଳୟର ଡ଼ା. ସଂଗ୍ରାମ ସାହୁଙ୍କୁ ପଚାରିବାରୁ ଖବର ପାଇବା ପରେ ପ୍ରାଣୀଧନ ନିରୀକ୍ଷକ ବାଳକୃଷ୍ଣ ପ୍ରଧାନ,ପ୍ରାଣୀମିତ୍ର ଅନନ୍ତ ବାଡ଼ତ୍ୟା ଓ ଅନ୍ୟ କର୍ମଚାରୀ ବୃନ୍ଦ ବିଭିନ୍ନ ଗାଁକୁ ଯାଇଥିଲେ। ସେଠାରେ ବିଭିନ୍ନ ଚାଷୀଙ୍କୁ ପଚାରିବାରୁ ସେମାନେ ଛେଳି,ମେଣ୍ଢା ପଲଙ୍କୁ ପାତ୍ରପୁର ସୀମାନ୍ତକୁ ମନ୍ଦା ପକାଇବା ପାଇଁ ନେଇଯାଇଥିବା କହିଛନ୍ତି। ଅସୁସ୍ଥ ଛେଳି,ମେଣ୍ଢାଙ୍କୁ ସେମାନେ ଆଣିଲେ ପ୍ରତିଷେଧକ ଔଷଧ,ଇଞ୍ଜେକସନ ଦିଆଯିବା ସହ ଚିକିତ୍ସା କରାଯିବ ବୋଲି କହିଛନ୍ତି।ସେହିପରି ଦିଗପହଣ୍ଡି ବ୍ଲକ ପ୍ରାଣୀଧନ ଚିକିତ୍ସିକା ଡ଼ା. ମଧୁସ୍ମିତା ପଣ୍ଡାଙ୍କୁ ପଚାରିବାରୁ ଏହି ଋତୁରେ ଛେଳି,ମେଣ୍ଢାଙ୍କୁ ଗୁହାଳରେ ରଖାଯିବା ଆବଶ୍ୟକ।କାଳବୈଶାଖୀ ପ୍ରଭାବରେ ହେଉଥିବା ବଜ୍ରପାତ ଓ କୁଆପଥର ଝଡ଼ ବର୍ଷାରେ ଯଦି ଛେଳି,ମେଣ୍ଢା ଭିଜି ଯାଆନ୍ତି ତା ହେଲେ ସେମାନଙ୍କୁ ଆନ୍ତ୍ରିକ ଜ୍ୱର ହେବ। ବିନା ଔଷଧରେ ଜ୍ୱର ଛାଡ଼ିବ ନାହିଁ। ଜ୍ୱର ହୋଇ ମୁହଁ ଫୁଲିବା ସହ ଛେଳି,ମେଣ୍ଢା ମୃତ୍ୟୁବରଣ କରିବାର ସମ୍ଭାବନା ଅଧିକା ଥାଏ।ସେମାନଙ୍କୁ ପ୍ରତିଷେଧକ ଔଷଧ,ଇଞ୍ଜେକସନ ଦିଆଯିବାର ଆବଶ୍ୟକତା ରହିଥିବା କହିଛନ୍ତି। ତେବେ ଦିଗପହଣ୍ଡି ଅଞ୍ଚଳରେ ଛେଳି,ମେଣ୍ଢା ମଡ଼କ ନେଇ ତାଙ୍କ ନିକଟରେ କୌଣସି ଖବର ନଥିବା କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri