Posted inUncategorized

ଛାତି ଥରାଇଦେବ ଉତ୍ତରକାଶୀ ଧରାଳି ବିପର୍ଯ୍ୟୟର କାହାଣୀ: ସେହି ୫୮ ସେକେଣ୍ଡ…

ଉତ୍ତରକାଶୀ,୬।୮: ଉତ୍ତରାଖଣ୍ଡର ଧରାଲି ଗାଁରେ ବାଦଲ ଫଟା ବର୍ଷା ଯୋଗୁ ହୋଇଥିବା କ୍ଷୟକ୍ଷତିର ସବୁଠି ଆଲୋଚନା ହେଉଛି। ଏହି ବିଶାଳ ପ୍ରାକୃତିକ ବିପର୍ଯ୍ୟୟରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩୦ ଜଣଙ୍କୁ ଉଦ୍ଧାର କରାଯାଇଛି। ବନ୍ୟାରେ ବହୁ ଘର, ହୋଟେଲ ସମେତ କ୍ଷୀରଗଙ୍ଗା ଉପତ୍ୟକାର ଧରାଲି ଗ୍ରାମ ସମ୍ପୂର୍ଣ୍ଣ ଭାସିଯାଇଛି। ଉକ୍ତ ଗାଁ ହର୍ସିଲସ୍ଥିତ ସେନା କ୍ୟାମ୍ପ୍ଠାରୁ ମାତ୍ର ୪ କି.ମି. ଦୂରରେ ଅବସ୍ଥିତ। ଗଙ୍ଗୋତ୍ରୀ ଧାମକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଲୋକଙ୍କ କହିବା ଅନୁଯାୟୀ, ହଠାତ୍‌ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ ଘର ପାଣିରେ ବୁଡ଼ି ରହିଥିବାବେଳେ ଅନେକ ଭାସିଯାଇଛି। ଭୟରେ ଲୋକେ ଘରଦ୍ୱାର ଛାଡ଼ି ଦୌଡ଼ିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। କ୍ଷୀରଗଙ୍ଗା ନଦୀ ଅବବାହିକାରେ ଅତି ପ୍ରବଳ ବର୍ଷା ହେବା ଫଳରେ ଗାଁ ଉପରକୁ ପ୍ରବଳ ଉଚ୍ଚରେ ପାଣି ଓ ପଥର ଖଣ୍ଡ ମାଡ଼ିଆସିଥିଲା।

ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ, କିନ୍ତୁ ବିଜୁଳି ବେଗରେ ଆସିଥିବା ବନ୍ୟା ୫୮ ସେକେଣ୍ଡରେ ସମଗ୍ର ଗାଁକୁ ଗ୍ରାସ କରିଦେଲା। ଖବର ପାଇବା ମାତ୍ରେ ୧୦ ମିନିଟ ମଧ୍ୟରେ ସେଠାରେ ସେନା ବାହିନୀ ପହଞ୍ଚିଥିଲା। ଜିଲା ପ୍ରଶାସନ ସତର୍କ ହୋଇଯାଇଥିଲା। NDRF, SDRF ଏବଂ ସ୍ଥାନୀୟ ପୋଲିସ ଦଳ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କଠାରୁ ବିପର୍ଯ୍ୟୟ ବିଷୟରେ ସୂଚନା ନେଇଥିଲେ। ସମୟ ନଷ୍ଟ ନକରି, ପୀଡିତମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ବନ୍ୟା କ୍ଷୟକ୍ଷତିର ରିପୋର୍ଟ ୩ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧।୮: ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri