ବନ୍ଦ କରିଦେଲେ ପ୍ରେସ୍‌ ବିଜ୍ଞପ୍ତି

ଭୁବନେଶ୍ବର,୧।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ଏବେ ଯେଉଁ ସ୍ଥିତିରେ ପହଞ୍ଚିଛି ତାହାର ବାସ୍ତବ ଚିତ୍ର କେହି ଦେଖିପାରୁନାହାନ୍ତି। ୨୦୧୭ ନଭେମ୍ବର ୧୪ ଶିଶୁଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଅଭିଯାନ ପ୍ରଥମରୁ ବହୁଳମାତ୍ରାରେ ପ୍ରଚାର କରାଗଲା। ହେଲେ ଧୀରେ ଧୀରେ ଗତ କେତେଗୁଡ଼ିଏ ମାସ ହୋଇଗଲାଣି ଏହି ଅଭିଯାନ ଯେପରି ଲୁଚିଯିବା ଭଳି ମନେହେଉଛି। ଏହାର ଯାହା ମୂଳ ଲକ୍ଷ୍ୟ ଥିଲା ତା’ର ଦିଗ ପରିବର୍ତ୍ତନ ହୋଇ ବର୍ତ୍ତମାନ କେଉଁଆଡେ ଚାଲିଗଲାଣି ତାହା ମଧ୍ୟ ଏବେ ଆଲୋଚନା ହେଉନାହିଁ। ପ୍ରତ୍ୟେକ ଦିନ ଖବରକାଗଜ ଏବଂ ଟେଲିଭିଜନରେ କେତେ ଲୋକ ଏଥିରେ ଯୋଡ଼ିହେଲେ ଏବଂ କେତେଜଣ କେତେ ଅର୍ଥ ପ୍ରଦାନ କଲେ ସବୁର ଟିକିନିକି ତଥ୍ୟ ରାଜ୍ୟ ସରକାର ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ପ୍ରେରଣ କରୁଥିଲେ। ହେଲେ ଏବେ ସେଭଳି ବିବୃତି ଦିଆଯାଉ ନାହିଁ। ହଠାତ୍‌ ସେସବୁଥିରୁ ସରକାର ଦୂରେଇ ଯିବା ପରି ମନେହେଉଛି। ଲାଗୁଛି ଯେପରି ସରକାରଙ୍କ ଏହି ଯୋଜନା ଏକପ୍ରକାର ବିଫଳ ହୋଇଯିବା କାରଣରୁ ସବୁକିଛି ବନ୍ଦ ହୋଇଯାଇଛି।

୨୦୧୭ ମସିହା ଶିଶୁଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରୀକ୍ଷାରେ ଭଲ ମାର୍କ ରଖିଥିବା ପିଲାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହାସହ ସେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଘୋଷଣା କରି ବିଦ୍ୟାଳୟର ବିକାଶରେ ପୁରାତନ ଛାତ୍ରୀଛାତ୍ର ଏବଂ ଜନସାଧାରଣଙ୍କୁ ସାମିଲ କରିବା ଲାଗି କହିଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ଯଦି କୌଣସି ବ୍ୟକ୍ତି ନିଜେ ପଢୁଥିବା ବିଦ୍ୟାଳୟର ବିକାଶ ପାଇଁ କିଛି ଅର୍ଥ ପ୍ରଦାନ କରୁଛନ୍ତି, ତେବେ ତାକୁ ସ୍ବୀକୃତି ଦେଇ ତାହାର ଦୁଇ ଗୁଣା ଅର୍ଥ ସରକାର ଦାନ କରିବେ ବୋଲି କହିଥିଲେ। ଏଥିଲାଗି ୧୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ ମଧ୍ୟ ହୋଇଥିଲା। ହେଲେ ସରକାରଙ୍କ ୧୦୦ କୋଟିକୁ ମିଶାଇ ଦାନ ଆକାରରେ ମିଳିଥିବା ଅର୍ଥରାଶିର ବ୍ୟବହାର କିପରି ହେଲା ତାହା ବର୍ତ୍ତମାନ ଆଉ ଲୋକଙ୍କୁ ଜାଣିବାର କୌଣସି ବାଟ ନାହିଁ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅତ୍ୟଧିକ ଗୁରୁତ୍ୱ
ଦିଆଯାଉଥିବାରୁ ଜଣେ ଅଣଅଧିକାରୀଙ୍କୁ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ପଦ ପ୍ରଦାନ କରି ମୋ ସ୍କୁଲ କାର୍ଯ୍ୟକ୍ରମ ପରିଚାଳନାର ଦାୟିତ୍ୱ ଦିଆଯାଇଛି। ଏତେ ମାତ୍ରାରେ ଦାତାମାନେ ଅର୍ଥ ଲଗାଇଥିବା ବେଳେ ସରକାର ଏ ବାବଦରେ ସର୍ବସାଧାରଣରେ ତଥ୍ୟ ନ ରଖିଥିବା ବିଷୟ ସନ୍ଦେହ ସୃଷ୍ଟି କରୁଛି। କାରଣ ମୋ ସ୍କୁଲ ଅଭିଯାନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ କହିବା ପରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ବହୁ ଏସ୍‌ଓ(ସେକ୍ସନ ଅଫିସର), ଏଏସ୍‌ଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ମଧ୍ୟ ଅଛନ୍ତି। ତେଣୁ ସରକାରୀ କର୍ମଚାରୀମାନେ ଏହି ଯୋଜନାରେ ବ୍ୟବହୃତ ହୋଇଥିବା ଅର୍ଥ ସମ୍ପର୍କରେ ନ ଜାଣିପାରିବା ଯୋଗୁ ବହୁ ମାତ୍ରାରେ ପ୍ରତିକ୍ରିୟାଶୀଳ ରହୁଛନ୍ତି।

ଜଣେ ସରକାରୀ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୩୫,୦୦୦ରୁ ଅଧିକ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ ଅଧୀନରେ ଯୋଡ଼ି ହୋଇଛି। ମୋଟ ୨୦ ଲକ୍ଷ ପୁରାତନ ଛାତ୍ର ସହାୟତାର ହାତ ବଢ଼ାଇଛନ୍ତି। ସେଥିମଧ୍ୟରୁ ୭ ଲକ୍ଷ ପୁରାତନ ଛାତ୍ରୀଛାତ୍ର ତାଙ୍କ ସ୍କୁଲ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ବାକି ୧୩ ଲକ୍ଷ ବିଭିନ୍ନ କାମ ନିଜେ ଦାୟିତ୍ୱ ନେଇ ତୁଲାଇଛନ୍ତି। ହେଲେ ଉକ୍ତ ୭ ଲକ୍ଷ ପୁରାତନ ଛାତ୍ରୀଛାତ୍ର କେତେ ଟଙ୍କା ପ୍ରଦାନ କରିଛନ୍ତି ତାହାର କୌଣସି ତଥ୍ୟ ବାହାରକୁ ଦିଆଯାଉ ନାହିଁ। ଅନ୍ୟପଟେ ବିଭିନ୍ନ ପ୍ରକାର ମରାମତି କାର୍ଯ୍ୟ କରିଥିବା ପୁରାତନ ଛାତ୍ରୀଛାତ୍ର ଏଥିରୁ କେତେ ବକେୟା ଅର୍ଥ ଖର୍ଚ୍ଚ କରିଛନ୍ତି ତାହାର ମଧ୍ୟ ବିସ୍ତୃତ ତଥ୍ୟ ସରକାର ଏ ପର୍ଯ୍ୟନ୍ତ ପ୍ରଦାନ କରିନାହାନ୍ତି। ସରକାର ଗଠନ କରିଥିବା କର୍ପସ ପାଣ୍ଠିରୁ କେତେ ଅର୍ଥ ଖର୍ଚ୍ଚ କରାଗଲାଣି ଏବଂ ଏ ପର୍ଯ୍ୟନ୍ତ କେତେ ରହିଛି ସେନେଇ ତଥ୍ୟ ଜାଣିବାକୁ ଚାହିଁିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଜାଣିଶୁଣି ବାହାରକୁ କିଛି ଛଡାଯାଉନାହିଁ। ତେବେ ଆଗରୁ କେତେଜଣ ଏହି ଅଭିଯାନରେ ସାମିଲ ହେଲେ ନ ହେଲେ ସେକଥା ସରକାର ଜଣାଉଥିବା ବେଳେ ଏବେ ସେତକ ବି ତଥ୍ୟ ରଖାଯାଉନି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri