ଜଳବାୟୁ ବିପଦର ସତର୍କବାଣୀ

ବିପିନ ବିହାରୀ ରାଉତ

ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆନ୍ତଃ ସରକାରୀ ପ୍ୟାନେଲ (ଆଇପିସିସି) ର ସଦ୍ୟ ରିପୋର୍ଟରେ ଏକ ସତର୍କ ବାଣୀ ଦିଆଯାଇଛି। ଯାହା ଏ ପର୍ଯ୍ୟନ୍ତ ଆସିଥିବା ବିପଦ ସଙ୍କେତଠାରୁ ଅତି ଅଧିକ ଗୁରୁତର। ସମଗ୍ର ମାନବ ସମାଜ ପ୍ରତି ବାୟୁମଣ୍ଡଳ ସମସ୍ୟାର ସମୂହ ବିପଦକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏ ପର୍ଯ୍ୟନ୍ତ ପ୍ରାୟତଃ ଏଡ଼ାଇ ଆସିଛି। ଆଇପିସିସି ଓ ଅନ୍ୟାନ୍ୟ ଅନେକ ସଂସ୍ଥା ତଥା ବିଶେଷଜ୍ଞମାନେ ଦିନକୁ ଦିନ ବାୟୁମଣ୍ଡଳ ଉତ୍ତପ୍ତ ହୋଇ ପୃଥିବୀରେ ଜଳବାୟୁରେ ଯେଉଁସବୁ ପରିବର୍ତ୍ତନ ଘଟୁଛି ଅଥବା ଘଟିବାର ଆଶଙ୍କା ରହିଛି ସେ ବିଷୟରେ କ୍ରମାଗତ ଭାବେ ସମସ୍ତ ଦିଗ ଉପସ୍ଥାପନ କରିଆସିଛନ୍ତି। କିନ୍ତୁ ଏହି ସମସ୍ୟାର ସମାଧାନ ଲାଗି ଏ ପର୍ଯ୍ୟନ୍ତ ସବୁ ଦେଶ କୌଣସି ଦୃଢ଼ ପଦକ୍ଷେପ ନେଇନାହାନ୍ତିି। ଗତ କିଛିବର୍ଷରେ ଜଳବାୟୁ ପରିବର୍ତ୍ତନ ଏକ କ୍ରମାଗତ ବିତର୍କର ବଷୟ ହୋଇଛି। ଦିନକୁ ଦିନ ପରିଲକ୍ଷିତ ହେଉଥିବା ଏଥିଜନିତ ସମସ୍ୟାଗୁଡ଼ିକ ଚର୍ଚ୍ଚାକୁ ଆସୁଛି। ବିଭିନ୍ନ ସମୟରେ ପରିବେଶ ସମ୍ପର୍କିତ ରିପୋର୍ଟଗୁଡ଼ିକ ଭବିଷ୍ୟତ କୁପ୍ରଭାବ ସୂଚାଉଛି। ଏବେକାର ଆଇପିିସିସି ରିପୋର୍ଟ ୬୭ଟି ଦେଶରେ ବୈଜ୍ଞାନିକମାନଙ୍କଠାରୁ ମିଳିଥିବା ମତାମତ ଉପରେ ପର୍ଯ୍ୟବସିତ। ସେ ସବୁକୁ ଆଧାର କରାଯାଇ ଏହି ମୂଲ୍ୟାୟନ କରାଯାଇଛି। ଏଥିରେ କୁହାଯାଇଛି ଯେ ଆଗାମୀ, ଦୁଇଦଶନ୍ଧି ମଧ୍ୟରେ ବିଶ୍ୱ ଉତ୍ତପ୍ତୀକରଣ ୧.୫ ଡିଗ୍ରୀ ମଧ୍ୟରେ ସୀମିତ ରହିଲେ ବି ପୃଥିବୀରେ ଅନେକ ଜଳବାୟୁ ବିପର୍ଯ୍ୟୟ ଅନୁଭୂତ ହେବ। ତାପମାତ୍ରା ତା’ଠାରୁ ବଢ଼ିଲେ ଏପରି କି ସେହି ବୃଦ୍ଧି ସାମୟିକ ହେଲେ ବି ପରିଣାମ ଅତ୍ୟନ୍ତ ଗୁରୁତର ହେବ ଏବଂ ସେ ସବୁରୁ ଅନେକଙ୍କୁ ବଦଳାଯାଇପାରିବ ନାହିଁ। ବିଶ୍ୱ ତାପମାତ୍ରା ବୃଦ୍ଧି ପ୍ରାକୃତିକ ପରିବେଶରେ ଏପରି କେତେ ପରିବର୍ତ୍ତନ ଆଣିସାରିଛି ଯାହାକୁ ବଦଳାଇ ହେବନାହିଁ। ପୃଥିବୀରେ ଅନେକ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିସାରିଛି।
ଜଳବାୟୁର ସମସ୍ତ ପ୍ରାକୃତିକ ବ୍ୟବସ୍ଥା, ଦୈନନ୍ଦିନ ପାଣିପାଗ ଓ ଅନ୍ୟାନ୍ୟ ଦିଗ କ୍ଷତିକାରକ ଢଙ୍ଗରେ ଏପଟ ସେପଟ ହେବାକୁ ଯାଉଛି ବୋଲି ପାଣିପାଗ ବିଶେଷଜ୍ଞମାନଙ୍କର ମତ। ତଦ୍ଦ୍ବାରା ପୃଥିବୀରେ ବହୁ ସଂଖ୍ୟକ ଲୋକ ବଞ୍ଚତ୍ବା ଭଳି ପରିସ୍ଥିତିରେ ରହିବେ ନାହିଁ। ଗତ କେଇ ଶତାବ୍ଦୀ ମଧ୍ୟରେ ସମୁଦ୍ର ଜଳସ୍ତର ଯେତିକି ବଢ଼ିଥିଲା ଆଗାମୀ କେତେକ ଦଶନ୍ଧିରେ ତାହା ବେଶି ବୃଦ୍ଧି ପାଇବ। ବନ୍ୟା ଓ ତାପ ପ୍ରଭାବ ପରି ପାଣିପାଗର ମାତ୍ରାଧିକ କୁପ୍ରଭାବ ସମଗ୍ର ପୃଥିବୀ ଉପରେ ପଡ଼ିବ। ଅନେକ ଅଞ୍ଚଳରେ ମରୁଡ଼ି ଦେଖାଦେବ। ସମସ୍ତ ପ୍ରତିକ୍ରିୟା ଜୀବନ ଚକ୍ରକୁ ଏପଟସେପଟ କରିଦେବ। ଗରିବ ରାଷ୍ଟ୍ରଗୁଡ଼ିକ ସହ ସେ ସବୁ ଦେଶର ଦୁର୍ବଳ ଶ୍ରେଣୀ ଏଥିରେ ବେଶି କ୍ଷତିଗ୍ରସ୍ତ ହେବେ। ଦକ୍ଷିଣ ଏସିଆ ଓ ଭାରତ ଉପରେ ପାଣିପାଗ ପରିବର୍ତ୍ତନର ଅଧିକ କୁପ୍ରଭାବ ଦେଖାଦେବ। ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଆର୍ଦ୍ର ଭଲ୍‌ବ ତାପମାତ୍ରା ଦେଖାଦେବ, ଯାହା ତାପ ଓ ଆର୍ଦ୍ରତାର ଏକ ମାପକ। ଏହା ଅସହ୍ୟ ୩୫ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ପହଞ୍ଚତ୍ପାରେ। ଆଉ ଏକ ବିପଜ୍ଜନକ ଭବିଷ୍ୟତବାଣୀ ହେଲା ମୁମ୍ବାଇ, କୋଲକାତା ଓ ଚେନ୍ନାଇ ପରି ବୃହତ ସହରଗୁଡ଼ିକ ଲାଗି ସେସବୁ ସମୁଦ୍ର କୂଳ ସହର, ସମୁଦ୍ର ପତ୍ତନ ବୃଦ୍ଧିରେ ସ୍ଥଳଭାଗକୁ ସମୁଦ୍ର ଜଳ ପ୍ରବେଶ କରିବା ଫଳରେ ସେ ସବୁ ସହର, ଅନ୍ୟ ଜନବସତିଗୁଡ଼ିକ କ୍ଷତିଗ୍ରସ୍ତ ହେବ। ଭାରତରେ ଉପକୂଳ ବନ୍ୟା ଯୋଗୁ ଆଗାମୀ ଦୁଇଦଶନ୍ଧିରେ ସାଢ଼େ ୩ କୋଟି ଲୋକ ଓ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ୫ କୋଟି ଲୋକ ବିପଦଗ୍ରସ୍ତ ହେବେ। ପ୍ରକୃତରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସମସ୍ତ ଭୌଗୋଳିକ ଚିତ୍ର ଏବଂ ଏଯାଏ ପ୍ରକୃତି ଯାହା ସବୁ ଦେଇଛି ସେ ସବୁ ପ୍ରଭାବିତ ହେବାକୁ ଯାଉଛି। ପାହାଡ଼ ପର୍ବତମାଳା, ନଦୀ ଓ ସମତଳ ଅଞ୍ଚଳ ପରି ପ୍ରାକୃତିକ କ୍ଷେତ୍ର ସବୁଠାରୁ ଆରମ୍ଭ କରି କୃଷି, ମତ୍ସ୍ୟ ଓ ଶିଳ୍ପ ଯାଏ ସବୁ ଉଦ୍ୟୋଗ ଏହି ସମସ୍ୟାର ଶିକାର ହେବେ। ତାହା ଜୀବଜଗତ ପାଇଁ କି ବିପଦ ଆଣିଦେବ ସହଜରେ ଅନୁମେୟ। ମଣିଷର ଚଳଣି ଆଧୁନିକତାର ଅଗ୍ରଗତି ସହ ବଦଳୁଛି। ତାପମାତ୍ରା ବୃଦ୍ଧି ଯୋଗୁ ଓ ଆର୍ଥିକ ପ୍ରଗତି କାରଣରୁ ମଣିଷ ଜଳବାୟୁ ପରିବର୍ତ୍ତନର ସମସ୍ୟାକୁ ବୈଷୟିକ ପଦ୍ଧତିରେ ମୁକାବିଲା କରିବାକୁ ଚେଷ୍ଟା କରୁଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ପରି ଦେଶରେ ସହରାଞ୍ଚଳଗୁଡ଼ିକରେ ଏୟାରକଣ୍ଡିଶନର ବ୍ୟବହାର ଏକ ସାଧାରଣ ବିଷୟ ହୋଇଗଲାଣି। ତିନି ଦଶନ୍ଧି ତଳେ ଗଣମାଧ୍ୟମଠାରୁ ଆରମ୍ଭ କରି ସାଧାରଣ ଆଲୋଚନାରେ ବିଳାସର ଅଂଶଭାବେ ଶୀତତାପ ନିୟନ୍ତ୍ରିତ କୋଠରିରେ ରହିବା କୁହାଯାଉଥିଲା। ସେ ସ୍ଥିତି ଆଉନାହିଁ କିନ୍ତୁ ଏୟାରକଣ୍ଡିଶନର ବ୍ୟବହାର ଯୋଗୁ ବାହାରର ତାପମାତ୍ରା ବଢ଼ୁଛି। ମଣିଷର ଚଳଣି ଜନିତ ଅନେକ ବିଷୟ ବିଶ୍ୱ ଉତ୍ତପ୍ତୀକରଣକୁ ବଢ଼ାଉଛି। ପେଟ୍ରୋଲ, ଡିଜେଲ ଚାଳିତ ଯାନବାହନ ବ୍ୟବହାରଠାରୁ ଆରମ୍ଭ କରି ବିଦ୍ୟୁତ୍‌ ଉପତ୍ାଦନ ସକାଶେ କୋଇଲାର ଉପଯୋଗ ଏହି ସମସ୍ୟାକୁ ଅଧିକ ଉତ୍କଟ କରିଛି। ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଲାଗି ବିଶ୍ୱ ସମ୍ପ୍ରଦାୟ ଅନେକ ମିଳିତ କୌଶଳର ଆଲୋଚନା କରିଛନ୍ତି। ସେ ସମ୍ପର୍କରେ ଅନେକ ରାଜିନାମା ବି ହେଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ସେ ଦିଗରେ ଦୃଢ଼ ପଦକ୍ଷେପ ନିଆଯାଇନାହିଁ। ଆଇପିସିସି ରିପୋର୍ଟରେ କୁହାଯାଇଛି ଯେ, ୨୦୨୧ନଭେମ୍ବରରେ ଗ୍ଲାସ୍‌ଗୋରେ ହୋଇଥିବା ଜଳବାୟୁ ସମ୍ମିଳନୀରେ ଯେଉଁ ସବୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ତା’ର ମିଆଦ ଏତେ ବଢ଼ାଇ ଦିଆଯାଇଛି ଯେ, ସେସବୁରୁ ହଠାତ୍‌ ଉପକାର ମିଳିବା କଷ୍ଟକର। ଜଳବାୟୁ ପରିବର୍ତ୍ତନ ଏବେକାର ସମସ୍ୟା ଓ ତୁରନ୍ତ ତା’ର ମୁକାବିଲା କରିବାକୁ ହେବ। ଗତ ଦୁଇବର୍ଷ ଧରି କରୋନା ମହାମାରୀ ବିରୋଧରେ ଯେପରି ବିଶ୍ୱକୁ ଲଢ଼ିବାକୁ ପଡ଼ିଲା ସେହିପରି ବାୟୁମଣ୍ଡଳ ଉତ୍ତପ୍ତୀକରଣ ବିପଦକୁ ମିଳିତ ଭାବେ ସମସ୍ତଙ୍କୁ ଅଟକାଇବାକୁ ପଡ଼ିବ। ଧନୀ ଦେଶଗୁଡ଼ିକ ଏ କ୍ଷେତ୍ରରେ ନିଜର ଦାୟିତ୍ୱକୁ ତୁରନ୍ତ ଗ୍ରହଣ କରି ସହାୟକ ପଦକ୍ଷେପ ନେବା ଦରକାର। ଆଇପିସିସିର ସତର୍କବାଣୀକୁ ସେମାନେ ଓ ସମଗ୍ର ବିଶ୍ୱ ତୁରନ୍ତ ଗୁରୁତ୍ୱ ନ ଦେଲେ ସମସ୍ତେ ବିପଦଗ୍ରସ୍ତ ହେବେ।
ଶ୍ରୀବିହାର କଲୋନୀ, କଟକ
ମୋ: ୯୪୩୭୬୬୬୪୫୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri