Posted inଜାତୀୟ

ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ: ୨ ପାଦ ଉଠିଲା ଭାରତ

ନୂଆଦିଲ୍ଲୀ,୨୩।୧୧(ଆଇଏଏନ୍‌ଏସ୍‌): ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ-୨୦୨୩)ରେ ଭାରତ ୨ ପାଦ ଉପରକୁ ଉଠି ଅଷ୍ଟମ ସ୍ଥାନରେ ରହିଛି। ଜର୍ମାନ ଓ୍ବାଚ୍‌, ନ୍ୟୁ କ୍ଲାଇମେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ କ୍ଲାଇମେଟ୍‌ ଆକ୍ସନ ନେଟ୍‌ଓ୍ବର୍କ ପକ୍ଷରୁ ମଙ୍ଗଳବାର ଜାରି ସୂଚକାଙ୍କରେ ଏହି ବିଷୟ ପ୍ରକାଶ ପାଇଛି।
କପ୍‌୨୭ରେ ସଦ୍ୟ ପ୍ରକାଶିତ ସିସିପିଆଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୪ ଛୋଟ ଦେଶ ଡେନ୍‌ମାର୍କ, ସୁଇଡେନ୍‌, ଚିଲି ଓ ମରକ୍କୋର ସ୍ଥାନ ଭାରତ ଉପରେ ରହିଛି। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କୌଣସି ଦେଶକୁ ରଖାଯାଇ ନାହିଁ। ତେଣୁ ସମସ୍ତ ବୃହତ୍‌ ଅର୍ଥନୀତି ମଧ୍ୟରେ ଭାରତ ମଜଭୁତ ସ୍ଥିତିରେ ରହିଥିବା ଆନୁଷ୍ଠାନିକ ଭାବେ କୁହାଯାଇଛି। ସେହିପରି ଜି୨୦ର ସର୍ବୋତ୍ତମ ୫ ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ୧ ନମ୍ବରରେ ରହିଛି।
ଅନ୍ତର୍ଜାତୀୟ ଜଳବାୟୁ ରାଜନୀତିରେ ସ୍ବଚ୍ଛତାକୁ ତ୍ୱରାନ୍ବିତ କରିବା ଲକ୍ଷ୍ୟରେ ସିସିପିଆଇ କାର୍ଯ୍ୟ କରିଥାଏ। ଏଥିସହ ପ୍ରତ୍ୟେକ ଦେଶ ପକ୍ଷରୁ କରାଯାଉଥିବା ଜଳବାୟୁ ସୁରକ୍ଷା ଉଦ୍ୟମ ଓ ବିକାଶର ତୁଳନାମତ୍କ ଚିତ୍ର ଆଙ୍କିଥାଏ। ୨୦୦୫ ମସିହାରୁ ପ୍ରତିବର୍ଷ ପ୍ରକାଶ ପାଉଥିବା କ୍ଲାଇମେଟ୍‌ ଚେଞ୍ଜ ପରଫରମାନ୍ସ ଇଣ୍ଡେକ୍ସ ହେଉଛି ଏକ ସ୍ବାଧୀନ ନିରୀକ୍ଷଣକାରୀ ଟୁଲ୍‌, ଯାହା ଜରିଆରେ ୫୯ ରାଷ୍ଟ୍ର ଏବଂ ୟୁରୋପୀୟ ସଂଘ (ଇୟୁ)ର ଜଳବାୟୁ ସୁରକ୍ଷା ପ୍ରଦର୍ଶନକୁ ଟ୍ରାକ୍‌ କରାଯାଏ। ବୈଶ୍ୱିକ ସବୁଜଗୃହ (ଜିଏଚ୍‌ଜି) ଉତ୍ସର୍ଜନର ୯୨% ଏହି ୫୯ ରାଷ୍ଟ୍ରରେ ହୋଇଥାଏ। ଜଳବାୟୁ ସୁରକ୍ଷା ପ୍ରଦର୍ଶନର ସମୀକ୍ଷା ୪ଟି ବର୍ଗରେ କରାଯାଇଥାଏ। ଜିଏଚ୍‌ଜି ଉତ୍ସର୍ଜନ (୪୦%), ନବୀକରଣୀୟ ଶକ୍ତି (୨୦%), ଶକ୍ତି ବ୍ୟବହାର (୨୦%) ଏବଂ ଜଳବାୟୁ ନୀତି (୨୦%) ଆଧାରରେ ଦେଶଗୁଡ଼ିକର ସ୍କୋର ନିର୍ଦ୍ଧାରଣ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ପ୍ରଚାର କରିପାରିବେନି ଏହି କଂଗ୍ରେସ ଏମପି

ନୂଆଦିଲ୍ଲୀ,୧୬।୪: କଂଗ୍ରେସର ଜଣେ ନେତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନର। ରାଜ୍ୟ ସଭା ଏମପି ରଣଦୀପ ସୂର୍ଯ୍ୟେୱାଲଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri