ଜଳବାୟୁ ପରିବର୍ତ୍ତନ ଓ ସ୍ବାସ୍ଥ୍ୟ ସମସ୍ୟା

ଡା. ସମ୍ରାଟ୍‌ କର

ଗତ କିଛି ଦଶନ୍ଧିରେ ବିଶ୍ୱସ୍ତରରେ ଜଳବାୟୁ ଦ୍ୱାରା ସୃଷ୍ଟି ହେଉଥିବା ବିପର୍ଯ୍ୟୟ ମାନବ ଜୀବନ ଓ ଏହାର ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, ଆସାମ, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରେ ଦେଖାଦେଉଥିବା ବନ୍ୟା ସ୍ଥିତି ହେଉଛି ଜଳବାୟୁ ପରିବର୍ତ୍ତନର କାରଣ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍‌ଓ ଅନୁସାରେ ୨୦୩୦ ଓ ୨୦୫୦ ମଧ୍ୟରେ ଜଳବାୟୁ ପରିବର୍ତ୍ତନ କାରଣରୁ କୁପୋଷଣ, ମ୍ୟାଲେରିଆ, ଡାଇରିଆ, ଲୁ’ ଆଦି ଯୋଗୁ ବର୍ଷକୁ ଅଢ଼େଇ ଲକ୍ଷ ଲୋକଙ୍କ ଅକାଳ ବିୟୋଗ ଘଟିବ। ବିଶେଷକରି ଯୁବପିଢ଼ି ଓ ବରିଷ୍ଠ ନାଗରିକ ଏଭଳି ଏକ ଦୁଷ୍ପରିଣାମକୁ ସାମ୍ନା କରିବେ।
ବାୟୁ ମଣ୍ଡଳରେ ଉତ୍ତାପ ବୃଦ୍ଧି ଯୋଗୁ ଲୋକେ ନୂଆ ନୂଆ ରୋଗରେ ଆକ୍ରାନ୍ତ ହେଉଛନ୍ତି; ଯାହାର ନିରାକରଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ତିଆରି ହୋଇନାହିଁ। ଯଦି ତାପମାତ୍ରା ବୃଦ୍ଧି ନିୟନ୍ତ୍ରିତ ନ ହୁଏ, ତେବେ ଆଗାମୀ ଦିନରେ ଅର୍ଥାତ୍‌ ୧୦-୨୦ ବର୍ଷ ମଧ୍ୟରେ ଭୟଙ୍କର ବିନାଶ ଘଟିପାରେ। ସେହିପରି ଶରୀରର ଟିସୁ ଠିକ୍‌ ଭାବେ କାମ କରିବ ନାହିଁ। ମୁଖ୍ୟତଃ ଶୀତଦିନେ ଅତ୍ୟଧିକ ଗରମ ହେଉଥିବାରୁ ମଶାସଂଖ୍ୟା ବୃଦ୍ଧି ପାଉଛି। ଫଳରେ ଲୋକେ ମ୍ୟାଲେରିଆ, ଡେଙ୍ଗୁ, ଜିକା ଭାଇରସ୍‌ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି। ବଡ଼ କଥା ହେଉଛି, କ୍ୟାନ୍‌ସର ଆଶଙ୍କା ମଧ୍ୟ ବଢ଼ିବ। କ୍ୟାନ୍‌ସର ଭଳି ମାରାତ୍ମକ ରୋଗ ପାଇଁ ଜଳବାୟୁ ପରିବର୍ତ୍ତନ ଅନ୍ୟତମ କାରଣ। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଏନ୍‌ଭାଇରନ୍‌ମେଣ୍ଟାଲ ହେଲ୍‌ଥ ସାଇନ୍ସରେ ଏ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି। ଅତ୍ୟଧିକ ଗରମ କାରଣରୁ ରସାୟନ କଣିକା ପବନରେ ରହିଥାଏ ଯଦ୍ଦ୍ବାରା ଶ୍ୱାସକ୍ରିୟା ସମୟରେ ଏହା ଶରୀରକୁ ଯାଇ ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ। ସେହିପରି ବାୟୁ ପ୍ରଦୂଷଣର ପ୍ରଭାବ ମଧ୍ୟ କ୍ୟାନ୍‌ସରର ଅନ୍ୟତମ କାରଣ। ଅତ୍ୟଧିକ ପ୍ରଦୂଷଣ ଯୋଗୁ ଓଜୋନ ସ୍ତରରେ ଛେଦ ସୃଷ୍ଟି ହୁଏ। ଫଳରେ ଅତିବାଇଗଣୀ ରଶ୍ମି ଚର୍ମକୁ କର୍କଟର କାରଣ ହୋଇଥାଏ। ସେହିପରି ଶ୍ୱାସରୋଗୀଙ୍କ ସଂଖ୍ୟା ବଢ଼ିବ। ଅନ୍ୟପଟେ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇଲେ ବାୟୁ ପ୍ରଦୂଷଣ ବଢ଼ିବ। ଏହାଦ୍ୱାରା ଶ୍ୱାସକ୍ରିୟାରେ ସମସ୍ୟା ଉପୁଜିବା ସହ ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ। କେବଳ ଏତିକି ନୁହେଁ, ଶ୍ୱାସରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଏପରି କି ହୃଦ୍‌ଘାତ, ଜଳ ଶୁଷ୍କତା ଓ ଚିଡ଼ିଚିଡ଼ାପଣ ଆଦି ଦେଖାଦେବ। ଅନ୍ୟପଟେ ଏହିସବୁ ସମସ୍ୟା ପିଲାଙ୍କ ମସ୍ତିଷ୍କ ବିକାଶକୁ ପ୍ରଭାବିତ କରିବ।
ପରିବେଶର ବାତାବରଣ ଅନୁସାରେ ମଣିଷ ନିଜକୁ ଖାପଖୁଆଇ ଚଳିଲେ ସୁଦ୍ଧା ଶରୀର ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ୁଛି। ସମୁଦ୍ର ଜଳସ୍ତର ବୃଦ୍ଧି ହେଉଛି । ଏଭଳି ହେଲେ ବିଶୁଦ୍ଧ ଜଳ ସଙ୍କଟ ଦେଖାଦେବ, ଯଦ୍ଦ୍ବାରା ଦୂଷିତ ଜଳରୁ ଉପତ୍ନ୍ନ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହେବ। ଏହିସବୁ ରୋଗ ମହାମାରୀର ରୂପ ନେଇପାରନ୍ତି ଏବଂ ମାନସିକ ରୋଗ ବଢ଼ିବାର ସମ୍ଭାବନା ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଦେଖାଦେଉଥିବା ରୋଗ ମଧ୍ୟରେ ସବୁଠୁ ଆଗରେ ଅଛି ମାନସିକ ରୋଗ। ଏହା ସହ ପିଲାମାନେ ଜଳବାୟୁ ପରିବର୍ତ୍ତନର ଶିକାର ହେଉଛନ୍ତି। ମନୋବିଜ୍ଞାନୀଙ୍କ ମତାନୁସାରେ, ଛୋଟ ପିଲାଙ୍କଠାରେ ଚିନ୍ତା, ଅବସାଦ, ଦୁଃଖ ଆଦି ସମସ୍ୟା ଦେଖିବାକୁ ମିଳୁଛି। ସେହିପରି ପିଲାଙ୍କଠାରେ ଦେଖାଦେଉଥିବା ଏଭଳି ସମସ୍ୟାକୁ ମନୋବିଜ୍ଞାନୀ ଇକୋ ଆନ୍‌ଜାଇଟିଂ ବୋଲି କହିଥାନ୍ତି। ଅନ୍ୟପଟେ ପିଲାଙ୍କ ବ୍ୟବହାରରେ ଆସୁଥିବା ପରିବର୍ତ୍ତନ ପାଇଁ ଅନେକାଂଶରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ରହିଛି। ତେବେ ଦୁଃଖର ବିଷୟ , କେବଳ ବୟସ୍କ ଲୋକ ନୁହନ୍ତି ବରଂ ଛୋଟ ଛୋଟ ପିଲାମାନଙ୍କଠାରେ ହଠାତ୍‌ କୌଣସି ବିଷୟକୁ ନେଇ ରାଗିଯିବା, ଚିଡ଼ିଯିବା, ହତାଶ ହେବା, ଦୁଃଖ କରିବା ଆଦି ଲକ୍ଷଣ ଦେଖାଦେଉଛି; ଯାହାକି ମାନସିକ ରୋଗକୁ ଇଙ୍ଗିତ କରୁଛି।
ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ସମ୍ପ୍ରତି ନୂଆ ରୋଗ ଉଭା ହୋଇଛି। ଏହାଦ୍ୱାରା ପାଖାପାଖି ସବୁ ଦେଶ ପ୍ରଭାବିତ ହେଲେଣି। ଏହି କ୍ରମରେ ନିକଟରେ କାନାଡ଼ାରେ ଜଣେ ୭୦ ବର୍ଷୀୟା ମହିଳା ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ପୀଡ଼ିତ ହୋଇଛନ୍ତି। ତା’ ସହ ଏହା ହେଉଛି ବିଶ୍ୱର ଜଳବାୟୁ ପରିବର୍ତ୍ତନଜନିତ ପ୍ରଥମ ମାମଲା। ଅବଶ୍ୟ ମହିଳାଙ୍କ ନଁା ଏବେ ସାମ୍ନାକୁ ଆସିନାହିଁ। ସମ୍ପୃକ୍ତା ମହିଳାଙ୍କର ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ଥିବା ନେଇ ସେ କାନାଡ଼ାର କୁଟନି ଲେକ୍‌ ହସ୍ପିଟାଲର ଡାକ୍ତର କାଇଲ ମେରିଟ୍‌ଙ୍କ ପାଖକୁ ଚିକିତ୍ସିତ ହେବାକୁ ଆସିଥିଲେ। କାଇଲ ତାଙ୍କର ଚିକିତ୍ସା କରିବା ପରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥିବା କହିଥିଲେ। ସାଧାରଣତଃ କାନାଡ଼ାକୁ ସବୁଠୁ ଥଣ୍ଡା ଦେଶ ବୋଲି କୁହାଯାଏ। ଏଠାରେ ତୁଷାରପାତ ହେବା ସହ ତାପମାତ୍ରା ମାଇନସ୍‌ ଡିଗ୍ରୀକୁ ଚାଲିଯାଏ। ମାତ୍ର ଏଥର ଜୁନ-ଜୁଲାଇରେ ଦେଖାଦେଇଥିବା ହିଟ୍‌ ୱେଭ ଯୋଗୁ କାନାଡ଼ା ପ୍ରଭାବିତ ହୋଇଛି। ହିଟ୍‌ ୱେଭ ଯୋଗୁ କାନାଡ଼ାର ତାପମାତ୍ରା ଥିଲା ୪୯.୬ ଡିଗ୍ରୀ ସେଲ୍‌ସିୟସ, ଯାହା କାନାଡ଼ା ଇତିହାସରେ ସର୍ବାଧିକ ତାପମାତ୍ରା। ହିଟ୍‌ୱେଭ ଯୋଗୁ ଜଙ୍ଗଲରେ ନିଅଁା ଲାଗିବା ଓ ଧୂଅଁା ଯୋଗୁ ପବନର ଗୁଣ ମଧ୍ୟ ଖରାପ ହେଲା। ଯେଉଁଥିପାଇଁ ମହିଳାଙ୍କଠାରେ ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ଓ ଏବେ ସୁଦ୍ଧା ଏଥିରୁ କାନାଡ଼ାରେ ୫୦୦ ଜଣ ପ୍ରାଣ ହରାଇଛନ୍ତି। ଯଦିଓ ମହିଳା ଜଣକ ହାଇଡ୍ରେଟ୍‌ ରହିବା ପାଇଁ ଚେଷ୍ଟା କରୁଛନ୍ତି, ତଥାପି ଲୁ’ ତାଙ୍କ ଶରୀରକୁ ଅତ୍ୟଧିକ ମାତ୍ରାରେ ପ୍ରଭାବିତ କରିଛି। ସେହିପରି ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ବାସ୍ଥ୍ୟ ଉପରେ କିଭଳି ପ୍ରଭାବ ପକାଇବ, ତାହା ମଧ୍ୟ ଏଥିରୁ ବିଶେଷଜ୍ଞମାନେ ସ୍ପଷ୍ଟ ଭାବେ ବୁଝିପାରୁଥିବା ସେ କହିଛନ୍ତି। ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଲୋକମାନେ ଘରଛାଡ଼ି ପଳାୟନ କରିବାକୁ ବାଧ୍ୟ ହେବେ। ବିଶେଷଜ୍ଞଙ୍କ ଅନୁସାରେ ୨୦୫୦ ସୁଦ୍ଧା ପ୍ରାୟ ୨୦ କୋଟି ଲୋକ ଏହା ଯୋଗୁ ନିଜ ଭିଟାମାଟି ଛାଡ଼ିବେ।
ମାନସିକ ରୋଗ ବିଶେଷଜ୍ଞ,
ଦି’ ବ୍ରେନ୍‌, ପୁରୀଘାଟ ରୋଡ, କଟକ
ମୋ: ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?