‘ବ୍ୟକ୍ତିଗତ ସ୍ତରରେ ଜଳବାୟୁ ପରିବର୍ତ୍ତନକୁ ରୋକାଯାଇପାରିବ’

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ‘ଧରିତ୍ରୀ’ର ୪୯ତମ ଜନ୍ମ ଦିବସ ଉପଲକ୍ଷେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଯୁବ ସମ୍ମଳିନୀ ଗୁରୁବାର ଭୁବନେଶ୍ୱର ସ୍ଥିତ ସ୍ବସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ହୋଇଯାଇଛି। ‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଓ୍ବାର ଅଫ୍‌ ୟୁଥ୍‌’ ଶୀର୍ଷକ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ପାଇଁ ଦେଖୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ବ୍ୟକ୍ତିଗତସ୍ତରରେ ଚାହିଁଲେ ଏହର ସମାଧାନ ହୋଇପାରିବ ବୋଲି ସମ୍ମିଳନୀରେ ମତପ୍ରକାଶ ପାଇଥିଲା।

ପ୍ରଥମ ଅଧିବେଶନରେ ଅରୁଣ କ୍ରୀଷ୍ଣମୂର୍ତ୍ତି ଯୋଗଦେଇ ନିଜ ଅଭିଭାଷଣ ରଖିଥିଲେ। ଭାରତ ପ୍ରାକୃତିକ ସମ୍ପଦରେ ଭରପୂର। ପ୍ରାକୃତିକ ସମ୍ପଦ ଆମକୁ ଯାହା ଦେଇପାରିବ ତାହା ଆଉ କେଉଁଠୁ ମିଳିପାରିବ ନାହିଁ। କିନ୍ତୁ ମନୁଷ୍ୟ କେବେ ଏହାର ସୁରକ୍ଷା ଉପରେ ଚିନ୍ତା କରେ ନାହିଁ। ସରକାରସ୍ତରରେ କ’ଣ ହେଉଛି ତାକୁ ନ ଦେଖି ବ୍ୟକ୍ତିଗତ ସ୍ତରରେ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି ଅରୁଣ କହିଥିଲେ। ଜଳବାୟୁ ପରିବର୍ତ୍ତନର ସମସ୍ୟା ଉପରେ ଚିନ୍ତା ନ କରି ଏହାର କିପରି ସମାଧାନ ହୋଇପାରିବ ସେ ନେଇ ଚିନ୍ତା କରିବା ଦରକାର। ଜଳବାୟୁ ପରିବର୍ତ୍ତନର ବାର୍ତ୍ତା ଚା’ ଖଟିଠାରୁ ଆରମ୍ଭ କରି ସବୁସ୍ତରରେ ହେବା ଉଚିତ ବୋଲି ଯୁବ ପରିବେଶବିତ୍‌ ତଥା ହ୍ରଦ ସୁରକ୍ଷାଦାତା ଚେନ୍ନାଇ ଅରୁଣ କ୍ରୀଷ୍ଣମୂର୍ତ୍ତି କହିଛନ୍ତି।

ଅନ୍ୟପକ୍ଷେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ସଚିବ ତଥା ରାଜ୍ୟ ପ୍ରଦୁଷଣ ବୋର୍ଡ ସଦସ୍ୟ ସଚିବ ଡ. କେ ମୁରୁଗେସନ ଯୋଗଦେଇ କହିଥିଲେ, ଓଡ଼ିଶା ପ୍ରଥମ ରାଜ୍ୟ ଭାବେ କ୍ଲାଇମେଟ୍‌ ବଜେଟ୍‌ ପାସ୍‌ କରିଥିଲା। ପରେ କେରଳ ଏହାକୁ ଅନୁସରଣ କରି ବଜେଟ୍‌ ପାସ୍‌ କରିଛି। ଗାଇଡ୍‌ କରିବା ପାଇଁ ଆମର ସହାୟତା ମାଗିଛନ୍ତି। କ୍ଲାଇମେଟ୍‌ ଆକ୍ସନ ପ୍ଲାନ କରିବାରେ ଆମେ ଆଗୁଆ। କିନ୍ତୁ ବହୁ ସଚେତନତାର ଆବଶ୍ୟକତା ରହିଥିବା ସେ କହିଥିଲେ। ସେହିପରି ଯୁବ ପରିବେଶବିତ୍‌ ନୀଳିମା ମିଶ୍ର ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ୟୁନିସେଫ୍‌ର ସୁଗତ ରୟ କହିଥିଲେ, ଜଳବାୟୁ ପରିବର୍ତ୍ତନ ପାଇଁ ଯୁବପିଢ଼ୀ ଅଧିକ ପ୍ରଭାବିତ ହେଉଛନ୍ତି ବୋଲି ସେ ମତ ପ୍ରକାଶ କରିଥିଲେ।

‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ମଧ୍ୟ ଏ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, ସମ୍ମିଳନୀ, ଆଲୋଚନା ଓ ସଭା ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏକ ସଚେତନାତା ସୃଷ୍ଟି କରିଥାଏ। ଯଦିଓ ଏହା ସୀମିତ ପରିସରରେ କରିଥାଏ, କିନ୍ତୁ ନିଶ୍ଚିତ ଭାବେ ପ୍ରଭାବ ପକାଇଥାଏ। ଗଣମାଧ୍ୟମ ଏନେଇ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ସମ୍ପାଦକ ତଥାଗତ କହିଥିଲେ। ‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ମଧ୍ୟ ସ୍ବାଗତ ଭାଷଣ ଦେବା ସହିତ ଯବୁ ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ତୃଣମୂଳ ସ୍ତରରେ ଜଳବାୟୁ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହନ ଦିଆଯିବ ବୋଲି ଘୋଷଣା କରିଥିଲେ। ସେ କହିଥିଲେ, ଆମେ ରାଜ୍ୟରେ ତୃଣମୂଳ ସ୍ତରରେ ବହୁ ଜଳବାୟୁ ଯୋଦ୍ଧା ରହିଛନ୍ତି। ଆମେ ଚାହୁଁଛୁ ଏଥିରେ ଅଧିକରୁ ଅଧିକ ଲୋକ ସମ୍ପୃକ୍ତ ହୁଅନ୍ତୁ। ତେଣୁ ‘ଧରିତ୍ରୀ’ ପକ୍ଷରୁ ପ୍ରୋତ୍ସାହନ ଦେବା ପାଇଁ ନଷ୍ପତ୍ତି ନିଆଯାଇଛି। ଯାହାର ନାମ ରହିଛି ‘ଧରିତ୍ରୀ କ୍ଲାଇମେଟ୍‌ ଫଣ୍ଡ୍‌’। ଯାହାକି ରାଜ୍ୟରେ ତୃଣମୂଳ ସ୍ତରରେ ଜଳବାୟୁ ଯୋଦ୍ଧା ବୃଦ୍ଧି କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri