ବାସୁଙ୍କ ରକ୍‌ ସଙ୍ଗୀତକୁ ଅପେକ୍ଷା

କ୍ଲାଇମେଟ୍‌ ଚେଞ୍ଜ: ଦି ପାୱାର ଅଫ୍‌ ୟୁଥ୍‌ :  ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜନ ହେବାକୁ ଥିବା ଏହି ଯୁବ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ଏଥିସହିତ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରୁ ଯୁବବକ୍ତା ଅଂଶଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବେ। ଯୁବ ପରିବେଶବିତ୍‌ଙ୍କ ସମ୍ପର୍କରେ…

‘ଧରିତ୍ରୀ’ ପକ୍ଷରୁ ଆସନ୍ତା ୨୪ ତାରିଖରେ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୁବ ପରିବେଶବିତ୍‌ ଯୋଗଦେବେ। ଜଳବାୟୁ ପରିବର୍ତ୍ତନ ଉପରେ ହେବାକୁ ଥିବା ଏହି ସମ୍ମିଳନୀରେ ଏଥର ଦର୍ଶକଙ୍କୁ ମତୁଆଲା କରିବେ କର୍ନାଟକର ସଙ୍ଗୀତକାର ବାସୁ ଦୀକ୍ଷିତ। ବାସୁ ଜଣେ ସଙ୍ଗୀତକାର ଓ ଚଳଚ୍ଚିତ୍ର ନିର୍ମାତା। ୨୦୦୨ରେ ‘ସ୍ବାର୍ଥମା’ ନାମରେ ଏକ ଇଣ୍ଡିଆନ ଫୋକ୍‌/ଫ୍ୟୁଜନ୍‌ ବ୍ୟାଣ୍ଡ କରିଥିଲେ। ସେଥିରେ ବାସୁ ହେଉଛନ୍ତି ମୁଖ୍ୟ ସଙ୍ଗୀତକାର। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନରୁ ସ୍ନାତକୋତ୍ତର ଶେଷ କରିବା ପରେ ବାସୁ କିଛି ପ୍ରଡକ୍ସନ ହାଉସ୍‌ରେ ଚଳଚ୍ଚିତ୍ର ନିର୍ମାତା ଭାବେ କାର୍ଯ୍ୟ କରିଥିଲେ। ପରେ ସଙ୍ଗୀତ କ୍ଷେତ୍ରରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଯେତେବେଳେ ତାଙ୍କ ବ୍ୟାଣ୍ଡ ଏକ ମ୍ୟୁଜିକ ଭିଡିଓ କିମ୍ବା ଅନ୍ୟ କୌଣସି ପ୍ରୋଜେକ୍ଟ ଆବଶ୍ୟକ କରେ ସେତେବେଳେ ବାସୁ ନିର୍ମାତା ଭୂମିକା ଗ୍ରହଣ କରନ୍ତି। ବାସୁ ଫିଚର ଫିଲ୍ମ ଓ ଡକ୍ୟୁମେଣ୍ଟାରୀ ପାଇଁ ସଙ୍ଗୀତ ରଚନା କରିଛନ୍ତି। ୨୦୧୨ରେ ଶ୍ରେଷ୍ଠ ପୁରୁଷ ଗାୟକ ଭାବେ ସେ କର୍ନାଟକ ରାଜ୍ୟ ପୁରସ୍କାର ପାଇଥିଲେ। ୨୦୧୭ରେ ସେ ନିଜେ ଏକ ପ୍ରକଳ୍ପ ଆରମ୍ଭ କରିଲେ, ଯାହାର ନାମ ଥିଲା ବାସୁ ଦୀକ୍ଷିତ କଲେକ୍ଟିଭ(ଭିଡିସି)। ଭିଡିସି ଏମିତି ଏକ ପ୍ଲାଟଫର୍ମ, ଯେଉଁଠାରେ ମ୍ୟୁଜିସିଆନ ଓ ଆର୍ଟିଷ୍ଟ ଏକତ୍ର ହୋଇ ସଙ୍ଗୀତ ସୃଷ୍ଟି କରିଥାନ୍ତି। ନିଜକୁ ଜଣେ ସଙ୍ଗୀତଜ୍ଞ ଏବଂ କଳାକାର ଭାବେ ଖୋଜିବା ପାଇଁ ବାସୁଙ୍କର ଏହା ମଧ୍ୟ ଏକ ଯାତ୍ରା। ଭିଡିସି ଉଭୟ କନ୍ନଡ୍‌ ଏବଂ ହିନ୍ଦୀ ଭାଷାରେ ଫୋକ୍‌-ରକ୍‌ ଫ୍ୟୁଜନ କରେ। ବିଶେଷକରି ଆଦିବାସୀ ତଥା ଗାଁର ସଙ୍ଗୀତ ପାଇଁ ସେ ପରିଚିତ। ନିଜକୁ ଏହି ପରିଚୟ ଦେବାରେ ତାଙ୍କୁ ଆତ୍ମସନ୍ତୋଷ ମଧ୍ୟ ମିଳିଥାଏ। ବହୁ ଲେଖକ, କବି ଏବଂ ଗୀତିକାର ମଧ୍ୟ ବାସୁଙ୍କ ସହ ମିଶି କାମ କରନ୍ତି। ବାସୁ ଏବଂ ତାଙ୍କ ମ୍ୟୁଜିକ୍‌ ବ୍ୟାଣ୍ଡ ସୁମଧୁର ସ୍ବରରେ ଶ୍ରୋତାଙ୍କ ମନ ଜିଣନ୍ତି। ‘ଧରିତ୍ରୀ’ର ଯୁବ ସମ୍ମିଳନୀରେ ଏଥର ବାସୁଙ୍କ ଯୋଗଦାନକୁ ସମସ୍ତଙ୍କ ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri