ବାସୁଙ୍କ ରକ୍‌ ସଙ୍ଗୀତକୁ ଅପେକ୍ଷା

କ୍ଲାଇମେଟ୍‌ ଚେଞ୍ଜ: ଦି ପାୱାର ଅଫ୍‌ ୟୁଥ୍‌ :  ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜନ ହେବାକୁ ଥିବା ଏହି ଯୁବ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ଏଥିସହିତ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରୁ ଯୁବବକ୍ତା ଅଂଶଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବେ। ଯୁବ ପରିବେଶବିତ୍‌ଙ୍କ ସମ୍ପର୍କରେ…

‘ଧରିତ୍ରୀ’ ପକ୍ଷରୁ ଆସନ୍ତା ୨୪ ତାରିଖରେ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୁବ ପରିବେଶବିତ୍‌ ଯୋଗଦେବେ। ଜଳବାୟୁ ପରିବର୍ତ୍ତନ ଉପରେ ହେବାକୁ ଥିବା ଏହି ସମ୍ମିଳନୀରେ ଏଥର ଦର୍ଶକଙ୍କୁ ମତୁଆଲା କରିବେ କର୍ନାଟକର ସଙ୍ଗୀତକାର ବାସୁ ଦୀକ୍ଷିତ। ବାସୁ ଜଣେ ସଙ୍ଗୀତକାର ଓ ଚଳଚ୍ଚିତ୍ର ନିର୍ମାତା। ୨୦୦୨ରେ ‘ସ୍ବାର୍ଥମା’ ନାମରେ ଏକ ଇଣ୍ଡିଆନ ଫୋକ୍‌/ଫ୍ୟୁଜନ୍‌ ବ୍ୟାଣ୍ଡ କରିଥିଲେ। ସେଥିରେ ବାସୁ ହେଉଛନ୍ତି ମୁଖ୍ୟ ସଙ୍ଗୀତକାର। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନରୁ ସ୍ନାତକୋତ୍ତର ଶେଷ କରିବା ପରେ ବାସୁ କିଛି ପ୍ରଡକ୍ସନ ହାଉସ୍‌ରେ ଚଳଚ୍ଚିତ୍ର ନିର୍ମାତା ଭାବେ କାର୍ଯ୍ୟ କରିଥିଲେ। ପରେ ସଙ୍ଗୀତ କ୍ଷେତ୍ରରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଯେତେବେଳେ ତାଙ୍କ ବ୍ୟାଣ୍ଡ ଏକ ମ୍ୟୁଜିକ ଭିଡିଓ କିମ୍ବା ଅନ୍ୟ କୌଣସି ପ୍ରୋଜେକ୍ଟ ଆବଶ୍ୟକ କରେ ସେତେବେଳେ ବାସୁ ନିର୍ମାତା ଭୂମିକା ଗ୍ରହଣ କରନ୍ତି। ବାସୁ ଫିଚର ଫିଲ୍ମ ଓ ଡକ୍ୟୁମେଣ୍ଟାରୀ ପାଇଁ ସଙ୍ଗୀତ ରଚନା କରିଛନ୍ତି। ୨୦୧୨ରେ ଶ୍ରେଷ୍ଠ ପୁରୁଷ ଗାୟକ ଭାବେ ସେ କର୍ନାଟକ ରାଜ୍ୟ ପୁରସ୍କାର ପାଇଥିଲେ। ୨୦୧୭ରେ ସେ ନିଜେ ଏକ ପ୍ରକଳ୍ପ ଆରମ୍ଭ କରିଲେ, ଯାହାର ନାମ ଥିଲା ବାସୁ ଦୀକ୍ଷିତ କଲେକ୍ଟିଭ(ଭିଡିସି)। ଭିଡିସି ଏମିତି ଏକ ପ୍ଲାଟଫର୍ମ, ଯେଉଁଠାରେ ମ୍ୟୁଜିସିଆନ ଓ ଆର୍ଟିଷ୍ଟ ଏକତ୍ର ହୋଇ ସଙ୍ଗୀତ ସୃଷ୍ଟି କରିଥାନ୍ତି। ନିଜକୁ ଜଣେ ସଙ୍ଗୀତଜ୍ଞ ଏବଂ କଳାକାର ଭାବେ ଖୋଜିବା ପାଇଁ ବାସୁଙ୍କର ଏହା ମଧ୍ୟ ଏକ ଯାତ୍ରା। ଭିଡିସି ଉଭୟ କନ୍ନଡ୍‌ ଏବଂ ହିନ୍ଦୀ ଭାଷାରେ ଫୋକ୍‌-ରକ୍‌ ଫ୍ୟୁଜନ କରେ। ବିଶେଷକରି ଆଦିବାସୀ ତଥା ଗାଁର ସଙ୍ଗୀତ ପାଇଁ ସେ ପରିଚିତ। ନିଜକୁ ଏହି ପରିଚୟ ଦେବାରେ ତାଙ୍କୁ ଆତ୍ମସନ୍ତୋଷ ମଧ୍ୟ ମିଳିଥାଏ। ବହୁ ଲେଖକ, କବି ଏବଂ ଗୀତିକାର ମଧ୍ୟ ବାସୁଙ୍କ ସହ ମିଶି କାମ କରନ୍ତି। ବାସୁ ଏବଂ ତାଙ୍କ ମ୍ୟୁଜିକ୍‌ ବ୍ୟାଣ୍ଡ ସୁମଧୁର ସ୍ବରରେ ଶ୍ରୋତାଙ୍କ ମନ ଜିଣନ୍ତି। ‘ଧରିତ୍ରୀ’ର ଯୁବ ସମ୍ମିଳନୀରେ ଏଥର ବାସୁଙ୍କ ଯୋଗଦାନକୁ ସମସ୍ତଙ୍କ ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri