ବନ୍ୟା ସମୟରେ ତାଳଦଣ୍ଡା କେନାଲ ସଫେଇ

ପାରାଦୀପ,୪ା୮(ଶରତ ରାଉତ): ପାରାଦୀପର ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଏବେ ସଫେଇ ହେଉଛି। କେନାଲରେ ଥିବା ଯାବତୀୟ ଦଳକୁ ମେଶିନ ଦ୍ୱାରା କଢ଼ା ଯାଇ ରାସ୍ତା କଡ଼ରେ ରଖାଯାଉଛି। ପରେ କେନାଲରେ ଥିବା ପରିତ୍ୟକ୍ତ ପାଣିକୁ ଅଠରବାଙ୍କି ଲକ୍‌ ବାଟେ ନିଷ୍କାସନ କରାଯିବ। ଏଭଳି ବ୍ୟବସ୍ଥା କେବଳ ବନ୍ୟା ସମୟରେ କରାଯାଇଥାଏ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଏହି କେନାଲ ଇଂରେଜ ଶାସନ ସମୟ ୧୮୬୬ରେ କରାଯାଇଥିଲା। କଟକ ଜୋବ୍ରାଠାରୁ ପାରାଦୀପର ଚଉମୁହାଣୀ ପର୍ଯ୍ୟନ୍ତ ଏହା ଥିଲା। ଏଥିରେ ୨ଟି ଶାଖା କେନାଲ (ତାଳଦଣ୍ଡା ଓ ମାଛଗଁା)ସମେତ ୧୭ ଟି ଲକ ରହିଛି। ଜଗତ୍‌ସିଂହପୁର ଜିଲାର କୃଷି ପାଇଁ ଏହା ବ୍ୟବହାର ହେବା ସହ ଏଥିରେ ପଣ୍ୟ କାରବାର ହେଉଥିଲା। ବୋଇତରେ ପଣ୍ୟ ଆସି ଚଉମୁହାଣୀଠାରେ ରୁହେ। ପରେ ଛୋଟ ଡଙ୍ଗା ଦ୍ୱାରା କଟକ ମାଲଗୋଦାମ ପର୍ଯ୍ୟନ୍ତ ଯାଇଥାଏ। ୧୯୬୦ ଦଶକରେ ପାରାଦୀପ ବନ୍ଦର ହେବା ପରେ ପାଣି ପାଇଁ ଏହି କେନାଲ ଦରକାର ପଡ଼ିଥିଲା। ସେଥିପାଇଁ ନୂଆଗଡ଼ ପଞ୍ଚାୟତ ସିଙ୍ଗଟାଳୀଠାରୁ ଅଠରବାଙ୍କି ପର୍ଯ୍ୟନ୍ତ ପାରାଦୀପ ବନ୍ଦର କେନାଲ ଖୋଳି ପାଣି ବ୍ୟବହାର କରୁଥିଲେ। ପରେ ସେହି କେନାଲ ପାଣି ପାରାଦୀପର ସମସ୍ତ ଶିଳ୍ପସଂସ୍ଥା ନେଇ ବ୍ୟବହାର କରୁଛନ୍ତି। ପୂର୍ବଭଳି ଆଉ ଚାଷ ପାଇଁ ପାଣି ଯାଉନାହିଁ।
ତାଳଦଣ୍ଡା କେନାଲର ଖନନ କାର୍ଯ୍ୟ ୨୦୧୩ରୁ ଆରମ୍ଭ ହୋଇଛି। ପ୍ରତିବର୍ଷ ଖରାଦିନେ ପାଣି ଯୋଗାଣ ବନ୍ଦ କରାଯାଉଛି। ଯେଉଁଥି ପାଇଁ ପାରାଦୀପରେ ଖରାଦିନେ ଜଳା ଭାବ ଦେଖାଦେଉଛି। ଚଳିତବର୍ଷ ଜୋବ୍ରାଠାରେ ପାଣି ନ ଥିବାରୁ କେନାଲରେ ପାଣି ଯୋଗାଣ ବିଳମ୍ବ ହୋଇଥିଲା। ଏବେ ବନ୍ୟା ଜଳ ଆସିବା ପରେ କେନାଲରେ ପାଣି ଯୋଗାଣ କରାଯିବା ସହ ସଫେଇ ହେଉଛି ବୋଲି ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଦେବାଶିଷ ମହାନ୍ତି କହିଛନ୍ତି। ଏବେ ବନ୍ୟା ପରିସ୍ଥିତି ପାଇଁ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ସେହି ବନ୍ୟା ଜଳ ତାଳଦଣ୍ଡା କେନାଲ ପାଇଁ ଆଶ୍ରୀବାଦ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri