ସାଙ୍ଗୀତିକ ଧାରାକୁ ଦିଆଯାଇନି ଶାସ୍ତ୍ରୀୟ ମାନ୍ୟତା

ଭୁବନେଶ୍ୱର (ବ୍ୟୁରୋ)/ ନୂଆଦିଲ୍ଲୀ,୭।୧୨(ସ୍ବ.ପ୍ର.): ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଥିବାବେଳେ କେନ୍ଦ୍ର ସରକାର ନିରାଶ କରିଛନ୍ତି। ସରକାର କୌଣସି ସାଙ୍ଗୀତିକ ଧାରାକୁ ଶାସ୍ତ୍ରୀୟ ମାନ୍ୟତା ଦେଇନାହାନ୍ତି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କ୍ରିଷନ ରେଡ୍ଡୀ ସୋମବାର ଲୋକ ସଭାରେ କହିଛନ୍ତି। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଲାଗି ଓଡ଼ିଶାରୁ ବାରମ୍ବାର କରାଯାଇଥିବା ଅନୁରୋଧ ଓ ଆବେଦନକୁ ସରକାର ଗ୍ରହଣ କରିଛନ୍ତି କି ଏବଂ ସେଥିନେଇ କିଭଳି ବିଚାର କରାଯାଉଛି ବୋଲି ବିଜେଡି ଏମ୍‌ପି ଅଚ୍ୟୁତ ସାମନ୍ତ ସମ୍ପୃକ୍ତ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ରେଡ୍ଡୀ କହିଥିଲେ ଯେ, ସରକାର ସଙ୍ଗୀତର କୌଣସି ଧାରା ବା ରୂପକୁ ଶାସ୍ତ୍ରୀୟ ମାନ୍ୟତା ଦେଇ ନ ଥାଆନ୍ତି।
ସୂଚନା ଦିଆଯାଇପାରେ ଯେ, ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ସଙ୍ଗୀତ ନାଟକ ଏକାଡେମୀ ଏକ ସ୍ବୟଂଚାଳିତ ସଂସ୍ଥା ଭାବେ କାର୍ଯ୍ୟ କରିଆସୁଛି। ଭୁବନେଶ୍ୱରସ୍ଥିତ ଗୁରୁ ଗୋପଳ ପଣ୍ଡା ଓଡ଼ିଶୀ ଏକାଡେମୀର ପ୍ରତିଷ୍ଠାତା ସଭାପତି ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆନ୍‌ ମ୍ୟୁଜିକ୍‌ ଅଧ୍ୟକ୍ଷ ପ୍ରଫେସର ପି.କେ. ମିଶ୍ର ଏବଂ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସଙ୍ଗୀତ ନାଟକ ଏକାଡେମୀ ଗ୍ରହଣ କରିଛି ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି।
ତେବେ ସରକାର କୌଣସି ସାଙ୍ଗୀତିକ ଧାରାକୁ ଶାସ୍ତ୍ରୀୟ ମାନ୍ୟତା ଦେଇ ନାହାନ୍ତି ବୋଲି କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯିବା ପରେ ରାଜ୍ୟ ସଙ୍ଗୀତ ଜଗତରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷଜ୍ଞଙ୍କ ମତରେ ଭାରତରେ ସଙ୍ଗୀତର ଦୁଇଟି ମୁଖ୍ୟସ୍ରୋତ ହେଉଛି ହିନ୍ଦୁସ୍ତାନୀ ଓ କର୍ନାଟକୀ। ଯଦି ଏହି ଦୁଇଟି ଧାରାକୁ ସର୍ବଭାରତୀୟ ସ୍ତରର ମାନ୍ୟତା ମିଳିଛି ଓ ସେହି ଅନୁଯାୟୀ ରାଷ୍ଟ୍ରୀୟ ପୁରସ୍କାର ଦିଆଯାଉଛି, ସେ ଦୃଷ୍ଟିରୁ ଦେଖିଲେ ଓଡ଼ିଶୀ ସଙ୍ଗୀତ ସେହି ଧରଣର ମାନଦଣ୍ଡ ପୂରଣ କରିପାରୁଛି। ମାନ୍ୟତା ପାଇବା ଲାଗି ପ୍ରସ୍ତାବ ଦେଇଥିବା ସଙ୍ଗଠନଗୁଡ଼ିକ ନିକଟରେ ଯଥେଷ୍ଟ ପ୍ରମାଣ ମଧ୍ୟ ରହିଛି। ଏ ନେଇ ଗୁରୁ ଗୋପଳ ପଣ୍ଡା ଓଡ଼ିଶୀ ଏକାଡେମୀର ପ୍ରତିଷ୍ଠାତା ସଭାପତି ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏକାଡେମୀ ଦ୍ୱାରା ପ୍ରଦତ୍ତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହା ଆମ ପାଇଁ ଏକ ସକାରାତ୍ମକ ଅନୁଭବ। ଏ ବିଷୟରେ ସେ ଯାହା ବୁଝୁଛନ୍ତିି ଯଦିଓ ଭାରତ ସରକାର କୌଣସି ସଙ୍ଗୀତକୁ ବିଧିବଦ୍ଧ ଭାବେ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଏଯାବତ୍‌ ଦେଇନାହାନ୍ତି, କିନ୍ତୁ ଏହା ସର୍ବବିଦିତ ଯେ ହିନ୍ଦୁସ୍ତାନୀ ଓ କର୍ନାଟକୀ ଭାରତୀୟ ସଙ୍ଗୀତର ୨ ପ୍ରମୁଖ ସ୍ରୋତ ବୋଲି ଗ୍ରହଣ ହୋଇଆସୁଛି। ତେଣୁ ସେହି ଦୁଇ ସଙ୍ଗୀତର ସମକାଳୀନ ସମଶାସ୍ତ୍ର ଭିତ୍ତିକ, ସମାନ ଲକ୍ଷଣ ତଥା ସମାନ ଐତିହାସିକ ପରିପୃଷ୍ଠତାରେ ପରିପୂର୍ଣ୍ଣ ଆମ ଓଡ଼ିଶୀ ସଙ୍ଗୀତ ଯେ ତୃତୀୟ ମୁଖ୍ୟ ସାଙ୍ଗୀତିକ ସ୍ରୋତ ରୂପରେ ପରିଗଣିତ
ସାଙ୍ଗୀତିକ ଧାରାକୁ…
ହେଉ ଏତିକି ହିଁ ଜୀବନବ୍ୟାପୀ ଚେଷ୍ଟା ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିିଶାବାସୀଙ୍କର ଏ ଆଶା ଦିନେ ନିଶ୍ଚୟ ପୂରଣ କରିବେ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି ପଣ୍ଡା କହିଛନ୍ତି।
ବରିଷ୍ଠ କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ କହିଛନ୍ତି ଯେ, ମନ୍ତ୍ରୀଙ୍କ ବିବୃତିରେ ସେ ବିବ୍ରତ ନୁହନ୍ତି। ମନ୍ତ୍ରୀଙ୍କ ସହିତ ଯେକେହି କହିଲେ ବି ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତା ଅକ୍ଷୁଣ୍ଣ ରହିଛି ଓ ରହିଥିବ। ଆମେ କାହାକୁ ହାତପାତିବା ଦରକାର ନାହିଁ। କାରଣ ଓଡ଼ିଶୀ ସଙ୍ଗୀତର ଧାରା ଓ ତାହାର ସାଙ୍ଗୀତିକତା କେବଳ ପ୍ରଚାର ପ୍ରସାରରେ ହିଁ ଊର୍ଦ୍ଧ୍ୱଗାମୀ ହୋଇପାରିବ। ତେଣୁ ଆମେ ଶାସ୍ତ୍ରୀୟତା ପାଇଁ ବିବ୍ରତ ହେବାର କିଛି କାରଣ ନାହିଁ। ଆମ ସରକାର ଆମ କଳାକୁ ଚିହ୍ନିଛନ୍ତି ଓ ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦେଇଛନ୍ତି। ତାହା ଆମପାଇଁ ଯଥେଷ୍ଟ।
ବରିଷ୍ଠ କଣ୍ଠଶିଳ୍ପୀ ଗୁରୁ ରାମହରି ଦାସ କହିଛନ୍ତି, କେନ୍ଦ୍ର ପ୍ରଥମେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ନୁହେଁ ବୋଲି କହିଲେ, ଏବେ ଓଡ଼ିଶୀ ସଙ୍ଗୀତକୁ ମନା କରୁଛନ୍ତି। କେନ୍ଦ୍ର ସରକାର ଏକ ପ୍ରକାର ଆମ ଉତ୍କଳୀୟତାକୁ ବିଦ୍ରୁପ କରୁଛନ୍ତି। ଯଦି କେନ୍ଦ୍ର ସରକାର କାହାକୁ ଶାସ୍ତ୍ରୀୟ ମାନ୍ୟତା ଦେଉନାହାନ୍ତି ତେବେ ଭାରତରେ ୮ଟି ଶାସ୍ତ୍ରୀୟ ନୃତ୍ୟ ଓ ୨ଟି ଶାସ୍ତ୍ରୀୟ ସଙ୍ଗୀତ (ହିନ୍ଦୁସ୍ତାନୀ ଓ କର୍ନାଟକୀ) କିପରି ରହିଛି। ଯେଉଁ ଯୁକ୍ତିରେ ସେହି ନୃତ୍ୟ ଓ ସଙ୍ଗୀତକୁ ମାନ୍ୟତା ମିଳିଲା, ଭବିଷ୍ୟତରେ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାରେ ଅସୁବିଧା କ’ଣ ରହିଛି। ଓଡ଼ିଶୀ ସଙ୍ଗୀତ ଯେ କୌଣସି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ତୁଳନାରେ କମ୍‌ ନୁହେଁ।
ଅନୁରୂପ ଭାବେ ଗୁରୁ ବିଜୟ ଜେନା କହିଛନ୍ତି, ଯେଉଁ ସଙ୍ଗୀତର ବଳିଷ୍ଠ ଗାୟନ ପରମ୍ପରା ରହିଛି ତାହା ଶାସ୍ତ୍ରୀୟ। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀରେ କୌଣସି ଶାସ୍ତ୍ରୀୟ ଶବ୍ଦର ବ୍ୟବହାର କରାଯାଏ ନାହିଁ। କର୍ନାଟକୀ ଓ ହିନ୍ଦୁସ୍ତାନୀ ସଙ୍ଗୀତକୁ ବିଧିବଦ୍ଧ ଭାବେ ସେପରି କିଛି ମାନ୍ୟତା ମିଳିନାହଁି। ମାତ୍ର ପ୍ରଚାର ପ୍ରସାର ଫଳରେ ଏହି ସଙ୍ଗୀତ ଲୋକାଭିମୁଖୀ ହେବା ପରେ ଏହାକୁ ଶାସ୍ତ୍ରୀୟ ସଙ୍ଗୀତ ବୋଲି କୁହାଯାଉଛି। ଦେଶରେ ୮ଟି ଶାସ୍ତ୍ରୀୟ ନୃତ୍ୟ ରହିଥିବାବେଳେ ସଙ୍ଗୀତ କେବଳ ହିନ୍ଦୁସ୍ତାନୀ କିମ୍ବା କନର୍ର୍ାଟକୀରେ ସୀମିତ ହୋଇ ରହିବା ଉଚିତ ନୁହେଁ। ଭାଷାକୁ ଯେପରି କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ଦେଇଛନ୍ତି, ସେହିପରି ସଙ୍ଗୀତରେ ମଧ୍ୟ ପ୍ରୟାସ କରାଯିବା ଦରକାର। ଓଡ଼ିଶୀ ସଙ୍ଗୀତଜ୍ଞ କେଶବ ଚନ୍ଦ୍ର ରାଉତ ନିଜ ମତ ରଖିଛନ୍ତି ଯେ, ଯଦି କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ଦେବେ ନାହିଁ, ତେବେ କିଏ ମାନ୍ୟତା ଦେବେ? ପୂର୍ବରୁ ଯେଉଁ ନୃତ୍ୟ ଓ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି ତାହା କିପରି ମିଳିଲା। କେଉଁ ଜରିଆରେ ଅନ୍ୟ ସଙ୍ଗୀତ ଓ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା, ତାହା ଅନୁଧ୍ୟାନ କରିବା ଓଡ଼ିଶା ସରକାରଙ୍କ ଏବେ ମୁଖ୍ୟ ପ୍ରସଙ୍ଗ ହେବା ଦରକାର। ଦ୍ୱାଦଶ ଶତାବ୍ଦୀରୁ ଆମର ସମସ୍ତ ତଥ୍ୟ ଆମେ କେନ୍ଦ୍ରକୁ ପ୍ରଦାନ କରିଛୁ। ଏହାପରେ କେନ୍ଦ୍ର ମାନ୍ୟତା ଦେବାକୁ ମନା କରୁଛି, ଯାହାକି ଉଚିତ୍‌ ନୁହେଁ ବୋଲି ରାଉତ କହିଛନ୍ତି। ବରିଷ୍ଠ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ କହିଛନ୍ତି, ସେ ଜାଣିବାରେ ସରକାରୀ ସ୍ତରରେ ଶାସ୍ତ୍ରୀୟ ମାନତ୍ୟ ଦିଆଯାଏ ନାହିଁ। ଆମ ସଙ୍ଗୀତକୁ ରାଜ୍ୟ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି, ତାହା ଆମ ପାଇଁ ଯଥେଷ୍ଟ। ଜାତୀୟ ସ୍ତରରେ କୌଣସି କାର୍ଯ୍ୟକ୍ରମରେ ଓଡ଼ିଶୀ ସଙ୍ଗୀତ ପରିବେଷଣ ହେଲେ ଭାଷାଗତ ସମସ୍ୟା ହେବ। ନୃତ୍ୟରେ ସିନା ଅଭିନୟକୁ ଦେଖି ଅନ୍ୟମାନେ ବିଷୟ ବୁଝିଯିବେ, ମାତ୍ର ସଙ୍ଗୀତରେ ତାହା ହେବ ନାହିଁ। କିଏ ଗ୍ରହଣ କରୁ ବା ନ କରୁ, ଆମେ ଜାଣିଛୁ ଓଡ଼ିଶୀ ହେଉଛି ଶାସ୍ତ୍ରୀୟ ସଙ୍ଗୀତ। ଆମ ରାଜ୍ୟର ପ୍ରତି ଜିଲାରେ କିପରି ଏହାର ପ୍ରଚାର ପ୍ରସାର ହୋଇପାରିବ, ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର। ଆମ ସଙ୍ଗୀତକୁ ନେଇ ଆମେ ଗର୍ବ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

କେତୁଙ୍କ ସ୍ୱନକ୍ଷତ୍ରରେ ଗୋଚର: ୫ରାଶି ରୁହନ୍ତୁ ସତର୍କ! ଖରାପ ସମୟ ଆରମ୍ଭ; ପାଖରୁ ଚାଲିଯିବ ଟଙ୍କା…

ଜ୍ୟୋତିଷଙ୍କ ଅନୁସାରେ, କେତୁ ଗ୍ରହ ୩ ଅକ୍ଟୋବର ୨୦୨୬ରେ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଚଳନ କରିବେ। କେତୁଙ୍କ ଏହି ପାଦ ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?