ଘରେ ରହି ପରୀକ୍ଷା ଦେବେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର: ଏହି ରାଜ୍ୟ ସରକାର ନେଲେ ନିଷ୍ପତ୍ତି…

ରାୟପୁର,୨୩।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ କିଛି ଦିନ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ତେବେ ସଂକ୍ରମଣ ଥମିବାର ନାଁ ଧରୁ ନ ଥିବାରୁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଛତିଶଗଡ଼ ବୋର୍ଡ ସେକେଣ୍ଡାରୀ ଏଜୁକେଶନ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଘରେ ରହି ପରୀକ୍ଷା ଦେବା ନେଇ ଘୋଷଣା କରାଯାଇଛି। ଓପନ ବୁକ୍‌ ପଦ୍ଧତିରେ ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ଜୁନ୍‌ ୧ଠାରୁ ପ୍ରଶ୍ନପତ୍ର ବଣ୍ଟାଯିବ। ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ଜୁନ୍‌ ୧ରୁ ୫ ମଧ୍ୟରେ ପ୍ରଶ୍ନ ପତ୍ର ନେଇ ପାରିବେ। ପରବର୍ତ୍ତୀ ୫ ଦିନ ମଧ୍ୟରେ ଅର୍ଥାତ୍‌ ଜୁନ୍‌ ୧୦ ମଧ୍ୟରେ ଉତ୍ତର ଖାତା ଦାଖଲ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରକୁ ଛାତ୍ରୀଛାତ୍ର ନିଜେ ଯାଇ ପ୍ରଶ୍ନପତ୍ର ଆଣିବେ ଏବଂ ଉତ୍ତର ଖାତା ମଧ୍ୟ ଦାଖଲ କରିବେ। ଏକ ରେଜିଷ୍ଟରରେ ଛାତ୍ରୀଛାତ୍ରଙ୍କୁ ଦସ୍ତଖତ କରିବାକୁ ପଡ଼ିବ। ଏହାଦ୍ୱାରା ପ୍ରମାଣ ରହିବ ଯେ, ଛାତ୍ରୀଛାତ୍ର ନିଜେ ପରୀକ୍ଷା କେନ୍ଦ୍ରକୁ ଆସି ପ୍ରଶ୍ନ ପତ୍ର ନେଇଛନ୍ତି ଏବଂ ଉତ୍ତର ଖାତା ଜମା କରିଛନ୍ତି। ପୋଷ୍ଟରେ ପଠାଯାଇଥିବା ଉତ୍ତର ଖାତାକୁ ଗ୍ରହଣ କରାଯିବ ନାହିଁ। ଚଳିତ ବର୍ଷ ଛତିଶଗଡ଼ର ୨ ଲକ୍ଷ ୯୦ ହଜାର ଛାତ୍ରୀଛାତ୍ର ଓପନ ବୁକ୍‌ ପଦ୍ଧତିରେ ପରୀକ୍ଷରା ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ପ୍ରଚାର କରିପାରିବେନି ଏହି କଂଗ୍ରେସ ଏମପି

ନୂଆଦିଲ୍ଲୀ,୧୬।୪: କଂଗ୍ରେସର ଜଣେ ନେତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନର। ରାଜ୍ୟ ସଭା ଏମପି ରଣଦୀପ ସୂର୍ଯ୍ୟେୱାଲଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri