ହଷ୍ଟେଲ ପରିସରରେ ଜୀବନ ହାରିଲେ ନବମ ଶ୍ରେଣୀ ଛାତ୍ର

କାଲିମେଳା,୪।୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଗୁମ୍ଫାକୋଣ୍ଡା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ବିଦ୍ୟାଳୟ ପଛପଟେ ଥିବା ପାଚେରୀ ନିକଟ ଏକ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ଏହି ଘଟଣା ହୋଇଥିବା କୁହାଯାଉଛି। ମୃତ ଛାତ୍ର ଜଣକ କାମବେଡା ପଞ୍ଚାୟତ ଅନ୍ତର୍ଗତ କାମବେଡା ଗ୍ରାମର ମୁକା ମାଡକାମିଙ୍କ ବଡ଼ ପୁଅ ରିଗେନ ମାଡକାମୀ (୧୪)।

ଖବର ପାଇ କାଲିମେଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ପରିବାର ଲୋକ ପହଞ୍ଚି ଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଜିଲା ପ୍ରଶାସନର ଦେଖା ମିଳିନାହିଁ। ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଏହି ଆବାସିକ ଛାତ୍ର ବାସରେ ୨୭୫ ଜଣଛାତ୍ର ରହି ଅଧ୍ୟୟନ କରୁଥିବା ବେଳେ ୧୧୦ଜଣ ଛାତ୍ରୀ ପାଠ ପଢୁଛନ୍ତି। ବିଦ୍ୟାଳୟ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ, ଶିକ୍ଷକମାନେ ଠିକ ଭାବେ ବିଦ୍ୟାଳୟରେ ରହୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଛାତ୍ର ଜଣକ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

KIIT Suicide: ସିଧା ଧମକ ଦେଲେ Nepal Govt, ପରିସ୍ଥିତି ଠିକ୍‌ ନ ହେଲେ…ଓଡ଼ିଶାରେ ଚହଳ

ଭୁବନେଶ୍ୱର,୧୯।୨: କିଟ୍‌ ବିଶ୍ୱବିଦ୍ୟାଳୟର ଜଣେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ପରେ ସାରା ଦେଶ ଉଠୁଛି ପଡୁଛି। ଘଟଣାକୁ ନେଇ ସବୁଆଡୁ ତୀବ୍ର ବିରୋଧ କରାଯାଉଥିବାବେଳେ ଓଡ଼ିଶାକୁ...

ହଠାତ୍‌ ଘର ଭିତରକୁ ପଶିଆସିଲା ହରିଣ, ପରେ ଯାହା ହେଲା…

ପାଟଣା,୧୯।୨(ବୀର କିଶୋର ଦାଶ ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ ଡୁମୁରିଆ ଗାଁ ଭିତରକୁ ଖାଦ୍ୟ ଅନେୱଷଣରେ ଆସିଥିବା ଏକ ମାଈ ହରିଣକୁ ବୁଧବାର...

Krushna Chandra Patra: ରାଜ୍ୟରେ ରହିଛନ୍ତି ଲକ୍ଷାଧିକ ଭୂତ ରାଶନକାର୍ଡଧାରୀ, ସବୁଠୁ ଏହି ଜିଲାରେ ଅଛନ୍ତି…

ଭୁବନେଶ୍ୱର,୧୯ା୨: ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ଭୂତ ରାଶନାକାର୍ଡଧାରୀ ଅଛନ୍ତି। ଅର୍ଥାତ୍‌ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାଶନ କାର୍ଡ। e-KYC...

KIIT scandal: ନେପାଳ ଛାତ୍ରଙ୍କ ସହ କଥାହେଲେ Mohan Majhi, ଦେଲେ ବଡ଼ ପ୍ରତିଶ୍ରୁତି…

କିଟ୍‌ କାଣ୍ଡ: ନେପାଳ ଛାତ୍ରଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଦେଲେ ବଡ଼ ପ୍ରତିଶ୍ରୁତି… ଭୁବନେଶ୍ୱର,୧୯।୨: କିଟ୍‌ କାଣ୍ଡକୁ ନେଇ ସାରା ରାଜ୍ୟ ରାଜନୀତି ସରଗରମ ରହିଛି।...

ଧରିତ୍ରୀ ପ୍ରଭାବ: ଡାଳିମ୍ବ ଦିଗାଳଙ୍କୁ ମିଳିଲା ବର୍ଦ୍ଧିତ ଭତ୍ତା

ରାଇକିଆ,୧୦।୨(ପ୍ରଦୀପ ବେହେରା): ରାଇକିଆ ବ୍ଲକ ଗମାଣ୍ଡି ଗ୍ରାମର ଡାଳିମ୍ବ ଦିଗାଲଙ୍କ ବୟସ ୯୧ ହୋଇଥିଲେ ମଧ୍ୟ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିଲେ। ବର୍ଦ୍ଧିତ...

Odisha Rain Update: ୪ ଦିନ ଛେଚିବ! ଏସବୁ ଜିଲାକୁ ଘଡଘଡି ବର୍ଷା ଆଲର୍ଟ

ଭୁବନେଶ୍ୱର,୧୯।୨: ଆସୁଛି Rain Alert। ୨୦ରୁ ୨୩ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।...

KIITରେ ନେପାଳୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ପୋଲିସ ଜାଣିଶୁଣି ଲଗାଇଛି କୋହଳ ଦଫା!

ଭୁବନେଶ୍ୱର,୧୯ା୨(ସତ୍ୟଜିତ୍‌ ରାଉତ): କିଟ୍‌ ବିଶ୍ୱ ବିଦ୍ୟାଳୟରେ ମୃତ ବି.ଟେକ୍‌ ଛାତ୍ରୀ ପ୍ରକ୍ରିତି ଲାମ୍‌ସଲ୍‌ଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରି କ୍ୟାମ୍ପସ୍‌ରୁ ବଳପୂର୍ବକ ବାହାର...

ବିପର୍ଯ୍ୟୟ ସହାୟତା ଘୋଷଣା କଲା କେନ୍ଦ୍ର, ଓଡ଼ିଶାକୁ ମିଳିବ ଏତିକି କୋଟି

ନୂଆଦିଲ୍ଲୀ,୧୯।୨: ବିପର୍ଯ୍ୟୟ ପୀଡ଼ିତଙ୍କୁ ୧୫୫୫ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର । ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ୍ସରେ ସୂଚନା ଦେଇଛନ୍ତି। କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri