ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀସଂଘର୍ଷ: ୭ ଆହତ, ୨ କୋର୍ଟଚାଲାଣ

ସିମୁଳିଆ, ୧୫।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଣ୍ଡରାଇ ଅଞ୍ଚଳରେ ଜମିବାଡ଼ି ବିବାଦରୁ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୭ଜଣ ଆହତ ହୋଇଛନ୍ତି। ଉଭୟ ଗୋଷ୍ଠୀଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ୨ଟି ପୃଥକ ମାମଲା(ନଂ.୧୫୬/୨୨ ଓ ୧୫୭/୨୨) ରୁଜୁ କରିଛି। ସୋମନାଥ ମହାରଣା(୭୦) ଓ ଗୋପୀନାଥ ମହାରଣା(୪୨)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଘଟଣାସ୍ଥଳରୁ ପୋଲିସ ମାରଣାସ୍ତ୍ର ଜବତ କରିଛି ା ଅପରପକ୍ଷେ ଗୋଟିଏ ଗୋଷ୍ଠୀର ମହେନ୍ଦ୍ର ମହାରଣା (୫୨) ଓ ସୁରେନ୍ଦ୍ର ମହାରଣା (୫୦) ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲ ସ୍ଥାନାନ୍ତରିତ ହୋଇଥିବା ବେଳେ ଖଗେନ୍ଦ୍ର ମହାରଣା (୫୦) ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ା ସେହିପରି ଅପରପକ୍ଷେ ପ୍ରଫୁଲ୍ଲ ମହାରଣା(୩୩) ମଧ୍ୟ ଆହତ ହୋଇ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଉଭୟ ଗୋଷ୍ଠୀ ପରସ୍ପର ୧୪ଜଣଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଉଭୟ ଗୋଷ୍ଠୀ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି ା ଗତ ପ୍ରାୟ ୨ବର୍ଷ ପୂର୍ବେ ପ୍ରଫୁଲ୍ଲ ମହାରଣା ଅନ୍ୟମାନଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ପରିବାର ମଧ୍ୟରେ ଜମିଜମା ବିବାଦ ରହିଆସିଥିବା ବେଳେ ଉଭୟ ଦୁଇଗୋଷ୍ଠୀ ଦୁଇ ରାଜନୈତିକ ଦଳର ହୋଇଥିବାରୁ ଉଭୟଙ୍କୁ ଉଭୟ ଦଳର ଲୋକମାନେ ମତାଇ ଗଣ୍ଡଗୋଳକୁ ପ୍ରୋତ୍ସାହନ ଯୋଗାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri