ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀସଂଘର୍ଷ: ୭ ଆହତ, ୨ କୋର୍ଟଚାଲାଣ

ସିମୁଳିଆ, ୧୫।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଣ୍ଡରାଇ ଅଞ୍ଚଳରେ ଜମିବାଡ଼ି ବିବାଦରୁ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୭ଜଣ ଆହତ ହୋଇଛନ୍ତି। ଉଭୟ ଗୋଷ୍ଠୀଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ୨ଟି ପୃଥକ ମାମଲା(ନଂ.୧୫୬/୨୨ ଓ ୧୫୭/୨୨) ରୁଜୁ କରିଛି। ସୋମନାଥ ମହାରଣା(୭୦) ଓ ଗୋପୀନାଥ ମହାରଣା(୪୨)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଘଟଣାସ୍ଥଳରୁ ପୋଲିସ ମାରଣାସ୍ତ୍ର ଜବତ କରିଛି ା ଅପରପକ୍ଷେ ଗୋଟିଏ ଗୋଷ୍ଠୀର ମହେନ୍ଦ୍ର ମହାରଣା (୫୨) ଓ ସୁରେନ୍ଦ୍ର ମହାରଣା (୫୦) ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲ ସ୍ଥାନାନ୍ତରିତ ହୋଇଥିବା ବେଳେ ଖଗେନ୍ଦ୍ର ମହାରଣା (୫୦) ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ା ସେହିପରି ଅପରପକ୍ଷେ ପ୍ରଫୁଲ୍ଲ ମହାରଣା(୩୩) ମଧ୍ୟ ଆହତ ହୋଇ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଉଭୟ ଗୋଷ୍ଠୀ ପରସ୍ପର ୧୪ଜଣଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଉଭୟ ଗୋଷ୍ଠୀ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି ା ଗତ ପ୍ରାୟ ୨ବର୍ଷ ପୂର୍ବେ ପ୍ରଫୁଲ୍ଲ ମହାରଣା ଅନ୍ୟମାନଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ପରିବାର ମଧ୍ୟରେ ଜମିଜମା ବିବାଦ ରହିଆସିଥିବା ବେଳେ ଉଭୟ ଦୁଇଗୋଷ୍ଠୀ ଦୁଇ ରାଜନୈତିକ ଦଳର ହୋଇଥିବାରୁ ଉଭୟଙ୍କୁ ଉଭୟ ଦଳର ଲୋକମାନେ ମତାଇ ଗଣ୍ଡଗୋଳକୁ ପ୍ରୋତ୍ସାହନ ଯୋଗାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚଳ ସ୍ଲୁଇସ୍‌ ଗେଟ୍‌ ଚାଷୀଙ୍କ ପାଇଁ କାଳ

ବାହାନଗା, ୨୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ଏକ ଅଚଳ ସ୍ଲୁଇସ୍‌ ଗେଟ୍‌ ଚାଷୀଙ୍କ ପାଇଁ କାଳ ସାଜିଛି। ଫଳରେ ହଜାର ହଜାର ହେକ୍ଟର...

ଯେଉଁଠି ପ୍ରକୃତି କୁହେ କଥା

ନୀଳଗିରି, (ପ୍ରଶାନ୍ତ ବିଶ୍ୱାଳ)୧।୧୨: ଶୀତର ଆଗମନ ସାଙ୍ଗକୁ ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ପାଗ ଅନୁକୂଳ ଥିବାରୁ ଶନିବାର ଓ ରବିବାର ଭଳି ଛୁଟି ଦିନରେ...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟାଟା ଏସି

ପାଟଣା,୩୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଆହତ ହୋଇଥିବା...

ବଡ଼ସାହି-ବେତନଟୀ ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ: ୧ମୃତ, ୧ଗୁରୁତର

ବଡ଼ସାହି, ୭।୬(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ବଡ଼ସାହି-ବେତନଟୀ ରାସ୍ତାର ବାଘମରା ନିକଟରେ ଶୁକ୍ରବାର ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ମରୁଡ଼ି ଘୋଷଣା ଦାବିରେ ଗଣଆନ୍ଦୋଳନ

ବାଲିଆପାଳ,୧୩।୮(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ସମେତ ବସ୍ତା, ଜଳେଶ୍ୱର, ଭୋଗରାଇ ବ୍ଲକ ଏବଂ ବାଲେଶ୍ୱର ଜିଲାକୁ ମରୁଡି ଅଞ୍ଚଳ ଘୋଷଣା ଦାବିରେ ଚାଷୀ ଏକତା ମଞ୍ଚ ଏବଂ ସୂଚନା...

କିରୋସିନ ଢ଼ାଳି ସ୍ତ୍ରୀଙ୍କୁ ପୋଡ଼ି ହତ୍ୟା ମାମଲା: ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର ଅଫିସ,୧୭।୩-ସ୍ତ୍ରୀଙ୍କୁ କିରୋସିନ ଢାଳି ପୋଡି ହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଦ୍ୱିତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ସୁବାସ କୁମାର ବିହାରୀ ତାଙ୍କ ସ୍ବାମୀଙ୍କୁ...

କୋଇଲା ଅନ୍‌ଲୋଡ ବେଳେ ଶ୍ରମିକ ଗୁରୁତର: ଟ୍ରେନ ଚଳାଚଳ ବନ୍ଦ

ବାହାନଗା,୨୮।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡାସ୍ଥିତ ରେଳଷ୍ଟେଶନରେ ଲୋପ୍‌ଲାଇନରେ କୋଇଲା ବୋଝେଇ ଟ୍ରେନରୁ ମଙ୍ଗଳବାର ଶ୍ରମିକମାନେ କୋଇଲା ଅନ୍‌ଲୋଡ କରୁଥିଲେ। ଏହି ସମୟରେ ବିଦ୍ୟୁତ...

ବ୍ରାଉନସୁଗାର ର଼୍ୟାକେଟ୍‌ରେ ଏମ୍‌ବିଏ ଛାତ୍ର

ଭୁବନେଶ୍ୱର, (ବ୍ୟୁରୋ)/ ବାଲେଶ୍ୱର ଅଫିସ, ୧୯।୮:  ବ୍ରାଉନସୁଗାର କାରବାର କରୁଥିବା ଜଣେ ଏମ୍‌ବିଏ ଛାତ୍ରଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଟିମ୍‌ ସୋମବାର ରାତିରେ...

Advertisement
Archives

Model This Week