ବାଟ ହୁଡ଼ିଛି ସ୍ବଚ୍ଛତା

ବ୍ରହ୍ମପୁର,୧୭।୧(ଅଶୋକ କୁମାର ସାହୁ): ୧୫୬ ବର୍ଷର ବ୍ରହ୍ମପୁର ସହର ଶ୍ରେଷ୍ଠ, ସ୍ମାର୍ଟ ଓ ସ୍ବଚ୍ଛତାର ପରିଚୟ ପାଇଛି। ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ବ୍ରହ୍ମପୁର ରାଜ୍ୟରେ ୪ର୍ଥ ହୋଇଥିବାବେଳେ ଜାତୀୟସ୍ତରରେ ୧୧୧ ର଼୍ୟାଙ୍କ ଛୁଇଁଛି। କିନ୍ତୁ ସ୍ବଚ୍ଛତା କ୍ଷେତ୍ରରେ ବାସ୍ତବତା ଭିନ୍ନ ରହିଛି। ଗ୍ରାଉଣ୍ଡ ଜିରୋରୁ ଅନୁସନ୍ଧାନ ପରେ ସହରର ପ୍ରମୁଖ ରାସ୍ତାକୁ ଛାଡିଦେଲେ ଗଳିକନ୍ଦିର ଖାଲି ସ୍ଥାନଗୁଡିକରେ ଆବର୍ଜନା ଗଦା ହେଉଛି। ଲୋକଙ୍କ ସଚେତନତା ଅଭାବ ହେଉ କିମ୍ବା ବିଇଏମ୍‌ସିର ଅପରାଗତା କେଉଁଠି ନା କେଉଁଠି କେଁ ରହୁଥିବା ଏଥିରୁ ସ୍ପଷ୍ଟ ହୋଇଛି।
ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ସଫେଇ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ବି ସ୍ବଚ୍ଛତା ଆସୁନି। କୋର୍ଟପେଟା ଛକରୁ ଗେଟବଜାର ଗଲାବେଳେ ଶିବ ମନ୍ଦିର ନିକଟ ଖାଲି ଜାଗାରେ ଆବର୍ଜନା ପଡିଛି। ସେଠାରେ ଲୋକେ ପରିସ୍ରା ବି କରୁଛନ୍ତି। ଭାପୁର ବଜାରରୁ ନିମଖଣ୍ଡି ଥାନା ଦେଇ ଆସ୍କାରୋଡକୁ ବାହାରିବାବେଳେ ମୁଖ୍ୟ ରାସ୍ତାରେ ଆବର୍ଜନା ପଡିଛି। ସହର ମଝିରେ ଭଙ୍ଗା ଯାଇଥିବା ଭିକ୍ଟୋରିଆ ମାର୍କେଟର ବିସ୍ତୀର୍ଣ୍ଣ ଜାଗାରେ ଆବର୍ଜନା ଗଦା ହେଉଛି। ଉତ୍କଳ ସିନେମା ରୋଡ ଦେଇ କୁଠାରୀ ମନ୍ଦିର ହୋଇ ପୁରୁଣା ବ୍ରହ୍ମପୁରକୁ ବାହାରିବା ବେଳେ ସବୁଠି ଆବର୍ଜନା ଗଦା ହୋଇ ରହିଛି। ସ୍ବଚ୍ଛତା ସମ୍ପର୍କରେ ଯାହାକୁ ପଚାରିଲେ ବି ସମସ୍ତେ କହୁଛନ୍ତି ଏ କି ସ୍ବଚ୍ଛତା। ଆସିକା ରୋଡ ତାଲୁକା ବନ୍ଧ ଛକ ବିଶ୍ରାମାଗାର ନିକଟରେ ଦୟନୀୟ ଅବସ୍ଥାରେ ଏକ ଶୌଚାଳୟ ଥିବାବେଳେ ସେଠାରେ ବି କୁଢ଼ କୁଢ଼ ଆବର୍ଜନା। ଯାତ୍ରୀମାନଙ୍କୁ ପଚାରିଲେ ଅନ୍ୟ କେଉଁଠି ଅପେକ୍ଷା କଲେ ବସ ରଖୁନି। ତେଣୁ ପୁତ୍ତିଗନ୍ଧମୟ ପରିବେଶରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି। ବ୍ରହ୍ମପୁରର ଏକି ସ୍ବଚ୍ଛତା ବୋଲି ପ୍ରଶ୍ନ କରୁଛନ୍ତି। ସେହିପରି ଧାନମେରା ସାହି ନିକଟ ଶୌଚାଳୟରେ ତାଲା ଝୁଲୁଛି। କର୍ପୋରେଶନ ରୋଡ ବିଜୁ ପଟ୍ଟନାୟକ ପାର୍କ ନିକଟ ଶୌଚାଳୟକୁ ପରିସ୍ରା କରିବାକୁ ଯିବା ବେଳେ ସେଠାରେ ଥିବା ସଫେଇ କର୍ମଚାରୀ ମନା କରିଥିଲେ। କାହିଁକି ବୋଲି ପଚାରିବାରୁ ସେ କହିଥିଲେ ଭାଙ୍ଗିରୁଜି ଯାଇଛି। ମରାମତି ହେଲେ ଖୋଲାଯିବ। ତାଲୁକା ବନ୍ଧ ନିକଟ ଫୁଲସୁନ୍ଦରୀ ସାହିରେ ପଡିଥିବା ଆବର୍ଜନା ପୋଡା ଚାଲିଥିବା ଦେଖିବାକୁ ମିଳିଛି। ସେଠାକାର ଲୋକଙ୍କୁ ପଚାରିବାରୁ ସେମାନେ କହିଥିଲେ ଯେ, ଆବର୍ଜନା ଉଠୁନି। ଅଞ୍ଚଳ ଗନ୍ଧରେ ଫାଟି ପଡ଼ୁଛି। ତେଣୁ ପୋଡିବାକୁ ବାଧ୍ୟ ହେଉଛୁ ବୋଲି କହିଥିଲେ।କକ
ଅନ୍ୟପକ୍ଷରେ ସ୍ବଚ୍ଛତାକୁ ବ୍ୟାପକ କରିବା ପାଇଁ ଗତ ୧ ତାରିଖରେ ବିଇଏମ୍‌ସି ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ କମିଶନର ଜେ. ସୋନଲ କହିଥିଲେ ଯେ, ପୂର୍ବରୁ ନିଗମ ପକ୍ଷରୁ ୫୩ ଆବର୍ଜନା ସଂଗ୍ରହ ଗାଡିଥିଲା। ଏହାକୁ ୧୩୨କୁ ବୃଦ୍ଧି କରାଯାଇଛି। ଯାହାକି ଆସନ୍ତା ୨୬ ତାରିଖରେ ଉଦଘାଟିତ ହେବ। ବର୍ତ୍ତମାନ ୯୦୦ ସଫେଇ କର୍ମଚାରୀ ଥିବାରୁ ଆର୍ବଜନା ଉଠିବା ସମସ୍ୟା ହେଉଛି। ତେଣୁ ଆଉ ୧୩୦୦ ସଫେଇ କର୍ମଚାରୀ ନିୟୋଜିତ ହେବେ। ଏହା ପୂର୍ବରୁ ଓ୍ବାର୍ଡସ୍ତରରେ ସ୍ବଚ୍ଛତା ଆଣିବା ପାଇଁ କର୍ପୋରେଟରମାନଙ୍କୁ ନେଇ ଏକ ଶିବିର କରାଯାଇଥିଲା। ସେଥିରେ ବି କର୍ପୋରେଟରଙ୍କୁ ଏ ନେଇ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା। ଏଥି ସହିତ ସହରରେ ସ୍ବଚ୍ଛତା ଆଣିବା ପାଇଁ ସ୍ବଚ୍ଛ ସାଥିଙ୍କୁ ବି ନିଯୁକ୍ତ କରାଯାଇଛି। ତଥାପି ସହରର ପରିମଳ ବ୍ୟବସ୍ଥା ସଜାଡ଼ି ହୋଇପାରୁନାହିଁ।

 

ସହରରେ ପଡିଥିବା ଆବର୍ଜନା ସ୍ଥାନରେ ଯଦି ଲୋକେ ପରିସ୍ରା କରିବେ ତେବେ ମୂତ୍ରାଶୟଜନୀତ ରୋଗ ହେବ। ଦୁର୍ଗନ୍ଧ ବାୟୁ ଯୋଗୁ ରୋଗ ପ୍ରତିରୋଧକ ଶକ୍ତି କମିଯିବ। ଚର୍ମରୋଗ ଓ ଅନ୍ୟ ବିଭିନ୍ନ ରୋଗରେ ମନୁଷ୍ୟ ଓ ଜୀବଜନ୍ତୁ ଆକ୍ରାନ୍ତ ହେବେ ଏଥିରେ ସନ୍ଦେହ ନାହିଁ।
ପ୍ରିୟଜିତ ଜେନା, ଆସିଷ୍ଟାଣ୍ଟ ପ୍ରଫେସର,(ହୃଦରୋଗ ଏବଂ ଯକ୍ଷ୍ମା ବିଭାଗ, ଏମକେସିଜି ମେଡିକାଲ)
ରାଜ୍ୟସ୍ତରରେ ବିଇଏମସି ସ୍ବଚ୍ଛ ସର୍ବେକ୍ଷଣରେ ୪ନଂ.କୁ ଉଠିଥିଲେ ବି ଗଳିକନ୍ଦିଗୁଡିକରେ ଆବର୍ଜନା ପଡି ରହୁଛି। ମଶାବଂଶ ବୃଦ୍ଧି ପାଉଛି। ବିଇଏମସି ସ୍ବଚ୍ଛତା ଉପରେ ଜାଗ୍ରତ ବୋଲି କହୁଥିଲେ ବି ଏ କି ସ୍ବଚ୍ଛତା? ସ୍ବଚ୍ଛତା ପାଇଁ ଯୋଜନା କରି କାର୍ଯ୍ୟ କରାଯିବା ଦରକାର।
ରାଜେନ୍ଦ୍ର କୁମାର ପଣ୍ଡା, ସମାଜିକ କର୍ମୀ (ଗଜପତି ନଗର)
ସ୍ବଚ୍ଛତା ପ୍ରତି ବିଇଏମସି ଜାଗ୍ରତ ବୋଲି କହୁଥିଲେ ବି ଆନ୍ତରିକତା ନାହିଁ। ଏ କି ସ୍ବଚ୍ଛତା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ତେଣୁ ରାଜ୍ୟପାଳଙ୍କ ଗସ୍ତ ସମୟରେ ଭାଜପା ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
କାହ୍ନୁ ଚରଣ ପତି, (ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ)
ସହରର ବିଭିନ୍ନ ସାହିରେ ଆବର୍ଜନା ପଡି ରହୁଛି। ସେଥିରୁ ଯେଉଁ ର୍ଦୁଗନ୍ଧ ବାହାରୁଛି ତାହା ଅଙ୍ଗାରକାମ୍ଳରସ୍ତର ବଢ଼ାଇବ। ଆବର୍ଜନା ପୋଡିବା ଅତି ମାରାତ୍ମକ। ସେଥିରୁ ଯେଉଁ ଟକ୍ସିକ ବାହାରିବ ତାହା ଓଜନସ୍ତରକୁ ପ୍ରଭାବିତ କରିବା ସହ ଲୋକଙ୍କୁ ବିଭିନ୍ନ ରୋଗର ଶିକାର ହେବାକୁ ପଡିବ। ଏଥିପାଇଁ ବିଧିବଦ୍ଧ ଯୋଜନା ହେବା ଦରକାର।
ଶୈଳବାଳା ପାଢ଼ୀ, ନିର୍ଦ୍ଦେଶକ, ସେଣ୍ଟର ଫର ଏନଭାଇରନମେଣ୍ଟ ଷ୍ଟଡିଜ ( ଜଙ୍ଗଲ ଓ ପରିବେଶ
ବିଭାଗ, ଓଡ଼ିଶା)


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?