Posted inଜାତୀୟ

ଆଭିମୁଖ୍ୟ ସ୍ପଷ୍ଟ କରୁ କେନ୍ଦ୍ର

ନୂଆଦିଲ୍ଲୀ, ୨୭ା୭: ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ମାଗଣାରେ ବିଭିନ୍ନ ସାମଗ୍ରୀ ବଣ୍ଟନ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ପ୍ରତିଶ୍ରୁତି ଦେବା ଏକ ଗମ୍ଭୀର ପ୍ରସଙ୍ଗ। କେନ୍ଦ୍ର ସରକାର ଏହାର ଯାଞ୍ଚ କରି ମୁକ୍ତ ଉପହାର ପ୍ରଦାନ ପ୍ରତିଶ୍ରୁତି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ରାସ୍ତା ବାହାର କରନ୍ତୁ ବୋଲି ସୁୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏବଂ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ କରିଥିବା ମାଗଣା ଯୋଜନା ଓ ଅନୁରୂପ ପ୍ରତିଶ୍ରୁତି ଉପରେ ରୋକ ଲଗାଇବା ନିମନ୍ତେ ଅର୍ଥ ଆୟୋଗ ସହ ବିଚାରବିମର୍ଶ କରି ରାସ୍ତା ବାହାର କରିବାକୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌. ଭି. ରମନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ କ୍ରିଷ୍ଣା ମୁରାରି ଏବଂ ଜଷ୍ଟିସ୍‌ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ଏହା ଉପରେ କେନ୍ଦ୍ରକୁ ରିପୋର୍ଟ ମାଗିଛନ୍ତି। ଆସନ୍ତା ସପ୍ତାହରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।
ଯୋଜନାକୁ ବିରୋଧ କରି ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଶୁଣାଣିବେଳେ ଅଦାଲତରେ ଉପସ୍ଥିତ ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କୁ ସିଜେଆଇ ରମନା ଏହା ଉପରେ ତାଙ୍କ ମତ ମାଗିଥିଲେ। ସିବଲ କହିଥିଲେ, ଏହା ଏକ ଗମ୍ଭୀର ବିଷୟ। କିନ୍ତୁ ରାଜନୈତିକ ଉପାୟରେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର। ରାଜ୍ୟଗୁଡ଼ିକୁ ଆବଣ୍ଟନବେଳେ ସମ୍ପୃକ୍ତ ରାଜ୍ୟର କେତେ ଋଣ ରହିଛି ଏବଂ ସେଠାରେ ଚାଲିଥିବା ମାଗଣା ଯୋଜନା ଉପରେ କିମ୍ବା ଅର୍ଥ କମିଶନ ଦୃଷ୍ଟି ଦେବା ଉଚିତ। ଏ ପ୍ରସଙ୍ଗରେ କେନ୍ଦ୍ର ସରକାର କୌଣସି ନିର୍ଦ୍ଦେଶ ଦେବା ନେଇ ଆଶା କରାଯାଇ ନ ପାରେ। ତେଣୁ ଅର୍ଥ କମିଶନ ଏ ଦିଗରେ ଉପାୟ ଚିନ୍ତା କରନ୍ତୁ ବୋଲି ସିବଲ କହିଥିଲେ। ଏଥିସହ ମାଗଣା ଯୋଜନା ଚାଲିବା ଉଚିତ କି ନା ସେ ବିଷୟରେ କେନ୍ଦ୍ର ସରକାର ନିଜ ଆଭିମୁଖ୍ୟ ରଖନ୍ତୁ ବୋଲି ଅତିରିକ୍ତ ସଲିସିଟର ଜେନେରାଲ କେ. ଏମ୍‌. ନଟରାଜଙ୍କୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏହି ପିଟିଶନ ଉପରେ ଗତ ଏପ୍ରିଲ ଶୁଣାଣିବେଳେ ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଯୁକ୍ତି ବାଢ଼ିଥିଲେ, ମାଗଣା ସାମଗ୍ରୀ ବଣ୍ଟନକୁ ରାଜନୈତିକ ଦଳ ଇସ୍ତାହାରର ଏକ ଅଂଶବିଶେଷ ବୋଲି ଅଦାଲତ ନିଜ ପୂର୍ବ ରାୟରେ କହିଥିଲେ। ଏହା ରାଜନୈତିକ ଦଳଗୁଡ଼ିକର ନୀତିଗତ ନିଷ୍ପତ୍ତି। ରାଜ୍ୟର ନୀତି ଏବଂ ଦଳଗୁଡିକ ନେଇଥିବା ନିଷ୍ପତ୍ତିକୁ ଭାରତର ନିର୍ବାଚନ କମିଶନ(ଇସିଆଇ) ନିୟନ୍ତ୍ରଣ କରିପାରିବେ ନାହିଁ। ଏଭଳି ନୀତିର ନକାରାତ୍ମକ କିପରି ରହିବ ତାହା ସ୍ଥିର କରିବା ଭୋଟରଙ୍କ କାମ ବୋଲି ଇସିଆଇ କାଉନସିଲ କହିଥିଲେ। ଏ ନେଇ ସୁପ୍ରିମକୋର୍ଟ କହିଥିଲେ, ଭୋଟରମାନଙ୍କୁ ମତଦାନ ପାଇଁ ଲାଞ୍ଚ ଦିଆଯାଉଛି। ସେହି ବିଷୟରେ ଏବେର ଆଲୋଚନା। ଯଦି ଇସିଆଇ ଏପରି କହିବେ ତେବେ ଏହି ସ୍ବତନ୍ତ୍ର ସାମ୍ବିଧାନିକ ଅନୁଷ୍ଠାନର କାମ କ’ଣ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ। କେନ୍ଦ୍ର ସରକାର ଏହା ଉପରେ ଏକ ଆଇନ ଆଣି ସମସ୍ୟା ସମାଧାନ କରିପାରିବେ ବୋଲି ଇସିଆଇ ପରେ ପ୍ରସ୍ତାବ ଦେଇଥିଲେ। ହେଲେ ଏହା ନିର୍ବାଚନ କମିଶନଙ୍କ କାମ ବୋଲି ଅତିରିକ୍ତ ସଲିସିଟର ଜେନେରାଲ ନଟରାଜ କହିଥିଲେ। ଏହାକୁ ନେଇ ସିଜେଆଇଙ୍କ ଖଣ୍ଡପୀଠ କହିଛନ୍ତି, ଏ ପ୍ରସଙ୍ଗରେ କେନ୍ଦ୍ର ସରକାର ତାଙ୍କ ପକ୍ଷ ରଖିବାକୁ କାହିଁକି ଦ୍ୱିଧା ପ୍ରକାଶ କରୁଛନ୍ତି? କେନ୍ଦ୍ର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଆମେ ଏହା ଉପରେ କୌଣସି ନିଷ୍କର୍ଷରେ ପହଞ୍ଚିପାରିବା ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?