Posted inଜାତୀୟ

ସୀମା ବିବାଦ ନେଇ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ପ୍ରଧାନମନ୍ତ୍ରୀ: ଉଦ୍ଧବ ଠାକରେ…

ମୁମ୍ବାଇ,୧୦।୧୨ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଉଦ୍ଧବ କହିଛନ୍ତି ମହାରାଷ୍ଟ୍ର କର୍ନାଟକ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ପ୍ରଧାନମନ୍ତ୍ରୀ ନାଗପୁର-ମୁମ୍ବାଇ ଏକ୍ସପ୍ରେସ ଓ୍ବେ ଲୋକାର୍ପିତ କରିବାକୁ ଯାଉଛନ୍ତି। ଏହାକୁ ଆମେ ସ୍ବାଗତ କରୁଛୁ। ତେବେ ପ୍ରଧାନମନ୍ତ୍ରୀ ନିଜ ଗସ୍ତ ସମୟରେ ସୀମା ବିବାଦ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଆବଶ୍ୟକ।

କଲେଜିୟମ ନେଇ କିରେନ ରିଜିଜୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ମନ୍ତବ୍ୟକୁ ଉଦ୍ଧବ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯଦି ବିଚାରପତି ଅନ୍ୟ ଜଣେ ବିଚାରପତିଙ୍କୁ ଚୟନ ନ କରିବେ ତେବେ ଏହା କ’ଣ ପ୍ରଧାନମନ୍ତ୍ରୀ କରିବେ। ପ୍ରଧାନମନ୍ତ୍ରୀ କର୍ନାଟକର ମୁଖ୍ୟମନ୍ତ୍ରୀଙ୍କ ବିରୋଧ କରିବା ଆବଶ୍ୟକ। ମହାରାଷ୍ଟ୍ରର କେତେକ ଗାଁ ଉପରେ କର୍ନାଟକର ଦାବି ଅତ୍ୟନ୍ତ ଚିନ୍ତା ଜନକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକ ପଠାଇବା ପାଇଁ ଜୟଶଙ୍କରଙ୍କୁ ନିବେଦନ କଲେ ମାଳଦ୍ୱୀପ ମନ୍ତ୍ରୀ

ନୂଆଦିଲ୍ଲୀ, ୧୦।୫:ଭାରତ ଗସ୍ତରେ ଥିବା ମାଳଦ୍ୱୀପ ବହିର୍ବ୍ୟାପାର ମନ୍ତ୍ରୀ ମୁସା ଜମିର୍‌ ଗୁରୁବାର ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟିଛନ୍ତି। ମାଳଦ୍ୱୀପ ଭାରତର ନିକଟତମ...

ଚାଇନାକୁ ଝଟ୍‌କା ଦେଲା ମାଳଦ୍ୱୀପ

ବେଜିଂ/ମାଲେ,୧୦।୫: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପ୍ରିୟ ବନ୍ଧୁ କହୁଥିବା ଚାଇନାକୁ ଚକିତ କରିଦେଇଛନ୍ତି। ମାଳଦ୍ୱୀପ ଚାଇନାର ଗୁପ୍ତଚର ଜାହାଜକୁ ଅଟକାଇ ଦେଇଛି, ଏହାକୁ ଅନୁମତି...

ଚାର୍ଜସିଟ୍‌ରେ ଏଏପିକୁ ଅଭିଯୁକ୍ତ କରିବ ଇଡି, କେଜ୍ରିୱାଲଙ୍କୁ ଜାମିନ ମିଳିବା ସମ୍ଭାବନା କ୍ଷୀଣ!

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ଏକ ବଡ଼ ଦିନ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଟ୍ରାଏଲ କୋର୍ଟରେ ମଦଫା ଦୁର୍ନୀତି ମାମଲାରେ ଏହାର ଚାର୍ଜସିଟ୍‌...

ପ୍ରୋଟିନ୍‌ ପାଉଡରଠାରୁ ଦୂରେଇ ରୁହ: ସତର୍କ କରାଇଲା ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୧୦।୫: (ପି.ଟି.):ପ୍ରୋଟିନ୍‌ ପାଉଡର ଓ ଅନ୍ୟାନ୍ୟ ପ୍ରୋଟିନ୍‌ ସପ୍ଲିମେଣ୍ଟଗୁଡ଼ିକଠାରୁ ଦୂରେଇ ରହିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପରାମର୍ଶ ଦେଇଛି। ଲୁଣ ଖାଇବାରେ କଟକଣା...

ହଠାତ୍‌ ବଦଳିଲା ପାଗ, ଏସବୁ ରାଜ୍ୟରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଆଶଙ୍କା

ନୂଆଦିଲ୍ଲୀ,୧୦ା୫: ଦେଶର ଅନେକ ରାଜ୍ୟରେ ଏବେ ଗରମ ଅନୁଭୂତ ହେଉଥିବା ବେଳେ କିଛି ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ହଠାତ୍‌ ପାଗରେ ପରିପର୍ତ୍ତନ ହୋଇଛି। ଫଳରେ...

ହିନ୍ଦୁଙ୍କ ସଂଖ୍ୟା ୭.୮୨% କମିଛି, ମୁସଲମାନ ୪୩.୧୫% ବଢ଼ିଛନ୍ତି

ନୂଆଦିଲ୍ଲୀ,୧୦/୫:ଭାରତରେ ୧୯୫୦ରୁ ୨୦୧୫ ମଧ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ୭.୮୨ ପ୍ରତିଶତ ହ୍ରାସ ପାଇଥିବାବେଳେ ମୁସଲମାନ ଜନସଂଖ୍ୟା ୪୩.୧୫ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀଙ୍କ ଆର୍ଥତ୍କ ଉପଦେଷ୍ଟା...

ନିଜ ଡ୍ୟାନ୍ସ ଭିଡିଓ ଦେଖି ରାଗରେ ନିଆଁବାଣ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ,୧୦।୫: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଜାଳିଆ ଡ୍ୟାନ୍ସ ଭିଡିଓ ଭାଇରାଲ ପରେ ଏବେ ପଶ୍ଚିମ ମମତା ବାନାର୍ଜୀଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ...

ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ: ଆକାଶରୁ ଫୁଲବର୍ଷା

ନୂଆଦିଲ୍ଲୀ,୧୦।୫: କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରି ଧାମର କବାଟ ଖୋଲିବା ସହିତ ଚାରଧାମ ଯାତ୍ରା ଆରମ୍ଭ ହେବ। ଆଜି ରୀତିନୀତି ଅନୁଯାୟୀ, ଭକ୍ତମାନଙ୍କ ପାଇଁ ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri