ସ୍ପଷ୍ଟୀକରଣରେ ଅଟକିଗଲା ବର୍ଗୀକରଣ, ପଦୋନ୍ନତି

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ)ପ୍ରାଥମିକ ଶିକ୍ଷକଙ୍କ ବର୍ଗୀକରଣ ଓ ପଦୋନ୍ନତି ସମୟସୀମା ଚାଲିଯାଇଥିଲେ ମଧ୍ୟ ଜିଲା ଶିକ୍ଷା ବିଭାଗର ଅଙ୍କକଷା ଚାଲିଛି। ବାରମ୍ବାର ସ୍ପଷ୍ଟୀକରଣ ନାମରେ ଫାଇଲ ଅଟକିଯାଇଛି। ନିର୍ଭୁଲ୍‌ ତାଲିକା ପ୍ରସ୍ତୁତ କରିବାରେ ଜିଲା ଶିକ୍ଷା ବିଭାଗ ଅସମର୍ଥ ବୋଲି ଶିକ୍ଷୟିତ୍ରୀ ଶିକ୍ଷକମାନେ କୁହାକୁହି ହେଲେଣି। ଅତିରିକ୍ତ ଜିଲା ଶିକ୍ଷାଧିକାରୀ ବିଶ୍ୱନାଥ ସାହୁ ଶିକ୍ଷକ ପଦୋନ୍ନତି ଦାୟିତ୍ୱରେ ରହିଛନ୍ତି। ଦୀର୍ଘ ୩ ମାସ ହେବ ଏଡିଇଓ ସାହୁ ଦାୟିତ୍ୱରେ ରହି ମଧ୍ୟ ନିର୍ଭୁଲ୍‌ ତାଲିକା ପ୍ରସ୍ତୁତ କରିବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି।
ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କଠାରୁ ମେ ୬ ତାରିଖରେ ଚିଠି ସଂଖ୍ୟା ୧୦୬୮୬ ମାଧ୍ୟମରେ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ସ୍ପଷ୍ଟୀକରଣ ପତ୍ର ପ୍ରେରଣ କରାଯାଇଥିଲେ ମଧ୍ୟ ନବରଙ୍ଗପୁର ଜିଲାରେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ବିଭିନ୍ନ ଜିଲାରେ ବର୍ଗୀକରଣ ଓ ପଦୋନ୍ନତି ପ୍ରକ୍ରିୟା ସାରିଲାଣି। ନବରଙ୍ଗପୁର ଜିଲାରେ କାହିଁକି ହୋଇପାରୁନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଜିଲା ଶିକ୍ଷା ବିଭାଗ ପକ୍ଷରୁ ତ୍ରୁଟିପୂର୍ଣ୍ଣ ତାଲିକା ପ୍ରସ୍ତୁତ କରି ଜିଲାସ୍ତରୀୟ ପଦୋନ୍ନତି କମିଟି ଉପସ୍ଥାପନ କରାଯାଇଥିଲା। କମିଟି ସଭ୍ୟ ତଥା ଜିଲା ମଙ୍ଗଳ ଅଧିକାରୀ ତାଲିକାକୁ ଫେରାଇଦେଲେ; ଯାହାକି ଏବେ ଶିକ୍ଷୟିତ୍ରୀଶିକ୍ଷକଙ୍କ ପାଇଁ ବିଡ଼ମ୍ବନାର ବିଷୟ ପାଲଟିଛି। ମେ ଶେଷ ସୁଦ୍ଧା ବର୍ଗୀକରଣ ଓ ପଦୋନ୍ନତି କରାଯିବାକୁ ସରକାରଙ୍କ ବିଧିବଦ୍ଧ ଚିଠି ଥିବା ସତ୍ତ୍ୱେ ତାହା ହୋଇ ପାରିଲାନାହିଁ। ବର୍ତ୍ତମାନ ଯଦି ଏହି ପ୍ରକ୍ରିୟା ଗଣଶିକ୍ଷା ବିଭାଗ ଦ୍ୱାରା ଅନୁମୋଦନ ହୋଇ କାର୍ଯ୍ୟକାରୀ ହୁଏ ତେବେ ଶିକ୍ଷୟିତ୍ରୀଶିକ୍ଷକଙ୍କ ବିଦ୍ୟାଳୟ ପରିବର୍ତ୍ତନ ହେବ। ଏହାପରେ ଖାଲି ପଦବୀ କିଭଳି ପୂରଣ ହେବ ତାହା ମଧ୍ୟ ପ୍ରଶ୍ନ ସୃଷ୍ଟି କରୁଛି। ଶିକ୍ଷୟିତ୍ରୀ ଶିକ୍ଷକ ଓଟିଇଟି, ସିଟି, ବିଏଡ୍‌ ପାସ୍‌ କରିଥିବା ଓ ଜଏନ୍‌ ହୋଇଥିବା ସମସ୍ତ ତଥ୍ୟ ଜିଲା ଶିକ୍ଷା ବିଭାଗ ନିକଟରେ ରହିଛି। ତେବେ ପଦୋନ୍ନତି ପାଇଁ ବିଳମ୍ବ କରାଯିବା ପଛରେ ଅନ୍ୟ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି କି ବୋଲି ଶିକ୍ଷୟିତ୍ରୀ ଶିକ୍ଷକ ପ୍ରଶ୍ନ କରିଛନ୍ତି। ଯଦି ବିଳମ୍ବରେ ବର୍ଗୀକରଣ ତଥା ପଦୋନ୍ନତି କରାଯାଏ ତେବେ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ବୃଦ୍ଧି ପାଇଥିବା ପିଛିଲା ବକେୟା ଦରମା ପାଇଁ ପୁଣି ଜିଲା ଶିକ୍ଷା ବିଭାଗର ଆଉ ଏକ ଭିଡ଼ ଜମିବ। ଏଥିରେ ପୁଣି ହାତଗୁଞ୍ଜା ପାଇଁ ପ୍ରୟାସ ଆରମ୍ଭ ହେବ ବୋଲି ମଧ୍ୟ ଅଭିଯୋଗ ହେଉଛି। ଶିକ୍ଷୟିତ୍ରୀଶିକ୍ଷକମାନେ ଡିଇଓଙ୍କୁ ଭେଟି ସେମାନଙ୍କ ଅଧିକାରକୁ ନେଇ ଲିଖିତ ଭାବେ ଜଣାଇବେ। ୭ ଦିନ ମଧ୍ୟରେ ଯଦି କୌଣସି ସୁଫଳ ନ ମିଳେ ତେବେ ଜିଲାପାଳଙ୍କୁ ସାମୂହିକ ଭାବେ ଭେଟି ଅଭିଯୋଗ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ଡିଇଓ ପ୍ରଦୀପ ନାଗଙ୍କୁ ପଚାରିବାରୁ ପ୍ରକ୍ରିୟା ଚାଲିଛି। ଶିକ୍ଷୟିତ୍ରୀ ଶିକ୍ଷକ ଅତିଶୀଘ୍ର ପଦୋନ୍ନତି ପାଇବେ ବୋଲି ସେ କହିଛିନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?