ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ବିଭାଗୀୟ ସଚିବଙ୍କୁ ଦାବିପତ୍ର: କେନ୍ଦୁପତ୍ର ଲାଭ ତୋଳାଳି, ଶ୍ରମିକଙ୍କୁ ଦିଅ

ଭୁବନେଶ୍ୱର,(ବ୍ୟୁରୋ)/  ପାଟଣା (ସ୍ବ.ପ୍ର.), ୧୪ ।୧୧:  କେନ୍ଦୁଝର ଜିଲା ପାଟଣା ଥାନା ଭିତରେ ଅଭିଯୁକ୍ତ ଯୁବକଙ୍କୁ ଲାଠିରେ ନିସ୍ତୁକ ପିଟିବା ସହ ଗୋଇଠା ମାଡ଼ ମାମଲାରେ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୨ବର୍ଷ ଯାଏ ଥାନାର ତତ୍‌କାଳୀନ ଥାନାଧିକାରୀ ସାରାଣୀ ଜେନାଙ୍କୁ ରାଜ୍ୟର କୌଣସି ଥାନାରେ ପୋଷ୍ଟିଂ ନ ଦେବାକୁ ଗୃହ ବିଭାଗ ଓ ରାଜ୍ୟ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୌଣସି ଫିଲ୍ଡ ଡ୍ୟୁଟି ଦିଆଯିବ ନାହିଁ। ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ, ସେ ନେଇ ତାଙ୍କୁ ପୁଣି ଥରେ ପ୍ରଶିକ୍ଷଣ ଦିଆଯାଉ। ତାଙ୍କ ଦରମାରୁ ଆକ୍ରମଣର ଶିକାର ଯୁବକଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଗତ ମାର୍ଚ୍ଚ ୨୫ରେ ଏହି ସ୍ପର୍ଶକାତର ଘଟଣା ଘଟିଥିଲା। ଏକ ଜମିଜମା ମାମଲାରେ ପାଟଣା ଥାନା ସାହାରପଡା ବ୍ଲକ ତଳସରୁଆ ଗ୍ରାମର ୨୨ ବର୍ଷୀୟ ଯୁବକ ରାଜୁ ମହାନ୍ତ ଓରଫ ଚିତ୍ତରଞ୍ଜନଙ୍କୁ ତତ୍‌କାଳୀନ ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ଥାନାରେ ଅଟକ ରଖି ଏଭଳି ଅତ୍ୟାଚାର କରିଥିଲେ। ଏହାର ଭିଡିଓ ମେ ୧୮ରେ ଭାଇରାଲ ହେବାପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ମେ ୨୩ରେ ଡିଜିପି ସନ୍ଧ୍ୟାରାଣୀଙ୍କୁ ନିଲମ୍ବନ କରିଥିଲେ। ଏ ନେଇ ଓଏଚ୍‌ଆର୍‌ସିରେ ମାମଲା ହୋଇଥିଲା। ଜୁନ୍‌ ୨ରେ କମିଶନ ଏହାର ଶୁଣାଣି କରି ସମ୍ପୃକ୍ତ ଥାନାଧିକାରୀଙ୍କ ଦରମାରୁ ପୀଡିତଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଏଚ୍‌ଆର୍‌ସିର ଏହି ନିର୍ଦ୍ଦେଶକୁ ସନ୍ଧ୍ୟାରାଣୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମାତ୍ର ହାଇକୋର୍ଟ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶକୁ କାଏମ୍‌ ରଖିଥିଲେ। ସେହିପରି ନିର୍ଦ୍ଦେଶ ଅନୁଯାୟୀ କେନ୍ଦୁଝର ଏସ୍‌ପି ସମସ୍ତ ଘଟଣାର ତଦନ୍ତ ରିପୋର୍ଟ ଓଏଚ୍‌ଆର୍‌ସିରେ ଦାଖଲ କରିଥିଲେ। ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଅଭିଯୁକ୍ତ ଚିତ୍ତରଞ୍ଜନ ଅନ୍ୟ ଜଣଙ୍କ ଜମିକୁ ଜବରଦଖଲ କରି ଚାଷ କରିବାରୁ ବିବାଦ ଉପୁଜିଥିଲା। ଚିତ୍ତରଞ୍ଜନ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରି ଧମକଚମକ ଦେବାରୁ ସେ ଥାନାରେ ଅଭିଯୋଗ କରିଥିଲେ। ଆକ୍ରମଣର ଶିକାର ଯୁବକଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତ ଚିତ୍ତରଞ୍ଜନଙ୍କୁ ଥାନାକୁ ଅଣାଯାଇଥିଲା। ଯାଞ୍ଚ ପରେ ତାଙ୍କୁ ଥାନା ହାଜତକୁ ଯିବାକୁ କୁହାଯାଇଥିଲେ ମଧ୍ୟ ସେ ନ ଯାଇ ତଳେ ବସି ରହିଥିଲେ। ଏଥିରେ ଥାନାଧିକାରୀ ସନ୍ଧ୍ୟାରାଣୀ ଉତ୍‌କ୍ଷିପ୍ତ ହୋଇ ଚିତ୍ତରଞ୍ଜନଙ୍କୁ ଲାଠିରେ ମାଡ଼ ମାରିବା ସହ ଗୋଇଠା ମାରି ତଳେ ପକାଇଦେଇଥିଲେ। କରୋନା ସମୟ ଯୋଗୁ ସାମାଜିକ ଦୂରତା ରକ୍ଷା ପାଇଁ ଆଇଆଇସି ଲାଠି ବ୍ୟବହାର କରୁଥିବା କଥା ଏସ୍‌ପିଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଥିଲେ। କିନ୍ତୁ ଓଏଚ୍‌ଆର୍‌ସି ଶୁଣାଣିବେଳେ କହିଥିଲେ, ରାଜ୍ୟ ପୋଲିସ ଫୋର୍ସ ଏକ ଶୃଙ୍ଖଳିତ ନିୟମକୁ ଆଧାରକରି ଗଠନ କରାଯାଇଛି। ମାତ୍ର ସନ୍ଧ୍ୟାରାଣୀଙ୍କ ହିଂସାପୂର୍ଣ୍ଣ ଆଚରଣ ପୋଲିସ ମାନୁଆଲ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଛି। ତେଣୁ ବ୍ୟବହାର ସଂସ୍କାର ଶିଖିବା ପାଇଁ ସନ୍ଧ୍ୟାରାଣୀଙ୍କୁ କୌଣସି ଥାନାରେ ପୋଷ୍ଟିଂ ନ ଦେଇ ଟ୍ରେନିଂରେ ଯିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri