Posted inଜାତୀୟ

ପ୍ରଧାନ ବିଚାରପତିଙ୍କ ମା’ ଠକାମିର ଶିକାର: ୨.୫ କୋଟି ଟଙ୍କା ଠକି ନେଲେ

ନୂଆଦିଲ୍ଲୀ,୧୦।୧୨: ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ମା’ ମୁକ୍ତା ବୋବଡେଙ୍କ ଠକାମିର ଶିକାର ହୋଇଛନ୍ତି। ତାଙ୍କ କେୟରଟେକର ୨.୫ କୋଟି ଟଙ୍କା ଠକି ନେଇଯାଇଛନ୍ତି। ଅଭିଯୁକ୍ତ ତାପସ ଘୋଷଙ୍କୁ ଗିରଫ କରାଯାଇଥିଲା। ନାଗପୁର ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ ଡିସିପି ବିନିତା ସାହୁଙ୍କ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ମୁକ୍ତା ବୋବଡେ, ଆକାଶବାଣୀ ସ୍କୋୟାର ନିକଟରେ ଅବସ୍ଥିତ ସିଡନ ଲନର ମାଲିକ ଅଟନ୍ତି। ଏହି ଲନ୍‌ ବିବାହ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଭଡା ଦିଆଯାଏ। ୨୦୦୭ ରେ ବୋବଡେ ପରିବାର ତାପସ ଘୋଷଙ୍କୁ ସେଡାନ ଲନର କେୟାର ଟେକର ଭାବରେ ନିଯୁକ୍ତି ଦିଆଯାଇଥିଲା। ଦରମା ବ୍ୟତୀତ ସେ ବୁକିଂ ଉପରେ କମିଶନ ମଧ୍ୟ ରଖୁଥିଲେ। ମୁକତା ବବଡେଙ୍କ ବୟସ ଏବଂ ସ୍ବାସ୍ଥ୍ୟାବସ୍ଥାର ଲାଭ ଉଠାଇ ତାପସ ଘୋଷ ଏବଂ ତାଙ୍କ ସ୍ତ୍ରୀ ଟଙ୍କା କାରବାର କରିଥିଲେ। ନାଗପୁର ପୋଲିସର ସିପି ଅମିତେଶ କୁମାରଙ୍କ ଅନୁଯାୟୀ ତାପସ ଘୋଷ ବୁକିଂ କରିଥିଲେ କିନ୍ତୁ ମୁକ୍ତା ବୋବଡେ ପରିବାରକୁ ଟଙ୍କା ଦେଇ ନ ଥିବାରୁ ତାପସ ଅନେକ ଗ୍ରାହକଙ୍କୁ ନକଲି ରସିଦ ଦେଇଥିବା ଅଭିଯୋଗ ହୋଇଛି। ତାପସ ଘୋଷ ବବଡେ ପରିବାରକୁ ୨.୫ କୋଟି ଟଙ୍କା ଠକିଛନ୍ତି। ସିପି ଅମିତେଶ କୁମାର କହିଛନ୍ତି ଯେ, ତାପସ ସୌର ପ୍ରଣାଳୀ ସ୍ଥାପନ ଏବଂ କିଛି ନିର୍ମାଣ କାର୍ଯ୍ୟ ପାଇଁ ବିଲ ପୈଠ କରିନାହାଁନ୍ତି। ତାଙ୍କ ଅନୁସନ୍ଧାନ ବେଳେ ଏସଆଇଟି ତାପସ ଘୋଷଙ୍କୁ ପଚରାଉଚରା କରିଥିଲା। ଆଇପିସି ଧାରା ୪୦୯, ୪୨୦ ଏବଂ ୪୬୭ୋ ସୀତାବାଡି ପୋଲିସ ଷ୍ଟେଶନରେ ତାପସ ଘୋଷ ଏବଂ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରି ତାପସ ଘୋଷଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ୨।୮: ଦିଲ୍ଲୀରେ ନ୍ୟାଶନାଲ ମେଡିକାଲ କମିଶନ ବିଲ୍‌(ଏନ୍‌ଏମ୍‌ସି) ବିରୋଧରେ ଡାକ୍ତରଙ୍କ ବିରୋଧ ଜାରି ରହିଛି। ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ଆନ୍ଦୋଳନ ଶୁକ୍ରବାରକୁ ତୃତୀୟ ଦିନରେ ପହଞ୍ଚିଛି।...

ଚାମୋଲି ଯିବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌,୭।୧: ଉତ୍ତରାଖଣ୍ଡର ଚାମୋଲି ଜିଲା ଅଧୀନ ଜୋଷୀମଠ ଅଞ୍ଚଳ ଦବୁଥିବାରୁ ଶତାଧିକ ଘର ଏବଂ ରାସ୍ତାରେ ବିପଜ୍ଜନକ ଫାଟ ସୃଷ୍ଟି ହୋଇଛି। ଫଳରେ ସହରବାସୀ ଆତଙ୍କିତ...

ଦେଢ଼ ବର୍ଷର ଝିଅଙ୍କୁ କୋଳରେ ଧରି ଡ୍ୟୁଟି କରୁଥିଲେ ଡିଏସ୍‌ପି; ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ…

କଥାରେ ଅଛି ନାରୀ ସର୍ବଗୁଣସମ୍ପନ୍ନା। କର୍ତ୍ତବ୍ୟ ସହ ପରିବାରର ଦାୟିତ୍ୱକୁ ସେ ଠିକ୍‌ ଭାବେ ତୁଲାଇପାରେ। ଏହାର ଅନେକ ଉଦାହରଣ ସମାଜରେ ଦେଖିବାକୁ ମିଳିଥାଏ। ଏହି...

ଆରମ୍ଭ ହେଲା ସର୍ବ ବୃହତ ଜିଓପଲିଟିକ୍ସ୍‌ ଗେମ୍‌, ପୃଥିବୀ ଦୁଇ ଭାଗ ହେବା ଆଶଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ/ଟୋକିଓ, ୨୨।୫ : ୟୁକ୍ରେନ ଯୁଦ୍ଧ ସହିତ ପୃଥିବୀକୁ ଦୁଇ ଭାଗରେ ବିଭକ୍ତ କରିବା ଲାଗି ସର୍ବ ବୃହତ ଜିଓ ପଲିଟିକ୍ସ୍‌ ଗେମ୍‌ ଆରମ୍ଭ ହୋଇଛି।...

ଡଙ୍ଗା ଚଳାଇ ରୋଗୀଙ୍କୁ ହସ୍ପିଟାଲ ନେଲେ ମନ୍ତ୍ରୀ

ଗୁଆହାଟି,୨୪।୬: ଆସାମରେ ବନ୍ୟା ବିପଦ ଟଳି ନ ଥିବା ବେଳେ ଏବେ ବି ଲକ୍ଷାଧିକ ଲୋକ  ପାଣି ଘେରରେ ରହିଛନ୍ତି । ଏଭଳି ସ୍ଥତିରେ ଆସାମର...

ରେଳଷ୍ଟେଶନ୍‌ରେ ଅଶ୍ଳୀଳ ଭିଡିଓ ପ୍ରସାରଣ

ପାଟନା, ୨୦। ୩: ବିହାର ପାଟନା ରେଳଷ୍ଟେଶନ୍‌ ଡିସ୍‌ପ୍ଲେ ସ୍କ୍ରିନ୍‌ରେ ୩ ମିନିଟ୍‌ର ଅଶ୍ଳୀଳ ଭିଡିଓ ପ୍ରସାରଣ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।...

କଂଗ୍ରେସକୁ ଝଟ୍‌କା: ଏଏପିରେ ସାମିଲ ହେଲେ ପ୍ରଦୀପ ଛାବ୍ରା

ଚଣ୍ଡିଗଡ଼,୧୩।୮: ସରକାର ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଥିବା କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଚଣ୍ଡିଗଡ଼ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ପ୍ରଦୀପ ଛାବ୍ରା...

ନ୍ୟାୟପାଳିକା ଉପରେ ବଢୁଛି ଆକ୍ରମଣ…

ବିଜୟଓ୍ବାଡା, ୨୬।୧୨: ଦେଶରେ ନ୍ୟାୟପାଳିକା ଉପରେ କ୍ରମାଗତ ଭାବେ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି। ଏକ ନିରାପଦ ପରିବେଶ ସୃଷ୍ଟି କରିବାକୁ ସରକାରଙ୍କ ପକ୍ଷରୁ ନ୍ୟାୟପାଳିକା...

Advertisement
Archives

Model This Week