ଯାଜପୁର ସହର ମୁଖ୍ୟରାସ୍ତା ଯାତାୟାତ ଅନୁପଯୋଗୀ

ଯାଜପୁର ଟାଉନ,୨୦ା୧୦(ଡି.ଏନ.ଏ.): ଯାଜପୁର ସହରର ଅନେକ ରାସ୍ତାକୁ ପୌରସଂସ୍ଥାଠାରୁ ପୂର୍ତ୍ତ ବିଭାଗ ହାତକୁ ନେଇଛି। କିନ୍ତୁ ବିଭାଗ ପକ୍ଷରୁ ରକ୍ଷଣାବେକ୍ଷଣ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉ ନ ଥିବାରୁ ମୁଖ୍ୟ ରାସ୍ତା ସମେତ ଅନ୍ୟ ରାସ୍ତାଗୁଡ଼ିକ ଯାତାୟାତ ପାଇଁ ଅନୁପଯୋଗୀ ହୋଇପଡ଼ିଛି। ସହରର ଗରିଆପୁରରୁ ବିରଜାହାଟ ପର୍ଯ୍ୟନ୍ତ ନିର୍ମିତ ରାସ୍ତାଗୁଡ଼ିକ ଅଠରନଳା, ଦେବୀଦ୍ୱାର, କୁଆଁସରପୁର ଛକ, ଶୁଭସ୍ତମ୍ଭ ଛକ, ଯୋଡ଼ିକୂଅ, ଅମ୍ବିକାଇ, ଶୀତଳେଶ୍ୱର, ବିରଜାହାଟ ଆଦି ବିଭିନ୍ନ ସ୍ଥାନରେ କଂକ୍ରିଟ ଉଠିଯାଇ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି।

ଦୀର୍ଘମାସ ହେଲା ଏ ସମସ୍ୟା ଲାଗିରହିଥିବାରୁ ୨ଚକିଆ, ୩ ଚକିଆ ଓ ୪ ଚକିଆ ଯାନ ଗୁଡ଼ିକ ଯାତାୟାତବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବର୍ଷା ସମୟରେ ରାସ୍ତା ଉପରେ ପାଣି ରହି ଖାଲ ଦେଖାଯାଉ ନ ଥିବାରୁ ପଥଚାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଲ ଛୋଟ ଥିବାବେଳେ ତତ୍କାଳ ମରାମତି କରାଯାଇଥିଲେ ଏତେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିନଥାନ୍ତା। ଏବେ ସରକାରଙ୍କ ବିପୁଳ ରାଜସ୍ବକୁ ରାସ୍ତା ମରାମତି ପାଇଁ ବ୍ୟୟ କରାଯିବ। ମହାବୀର ଛକ-ଯୋଡ଼ିକୂଅ ଛକ ରାସ୍ତାର ଟିଭିଏସ ଛକ ମୁସଲମାନ ବସ୍ତି ନିକଟରେ ୭/୮ ମାସ ପୂର୍ବରୁ ରାସ୍ତା ଭାଙ୍ଗିଯାଇ ଗର୍ତ୍ତ ହୋଇଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ପରେ ମାତ୍ର ୩୦ ଫୁଟ୍‌ ରାସ୍ତାକୁ କଂକ୍ରିଟ କରାଯାଇଥିଲା। କିନ୍ତୁ ମହାବୀର ଛକ ପାର୍ଶ୍ୱକୁ ପୂର୍ବ ରାସ୍ତା ସହିତ ମିଶାଇବା ପରିବର୍ତ୍ତେ ଅଧାରୁ ଛାଡି ଦିଆଯାଇ ବଜୁରି ଗୁଣ୍ଡ ପକାଇ ପ୍ୟାକିଂ କରାଯାଇଥିଲା। ଏ ରାସ୍ତାରେ ପ୍ରତିଦିନ ୪୦/୫୦ ଟନ ବିଶିଷ୍ଟ ହାଇୱା ସମେତ ଭାରୀଯାନଗୁଡ଼ିକ ଯାତାୟାତ ଯୋଗୁ ଅଳ୍ପଦିନରେ ରାସ୍ତା ଆହୁରି ଅଧିକ କ୍ଷତିଗ୍ରସ୍ତ ହୋଇପଡ଼ିଲାଣି। ଏହାବାଦ ସହରର ବିଭିନ୍ନ ସ୍ଥାନରେ ନୂଆ ଓ ପୁରୁଣା ରାସ୍ତା ଖାଲଖମା ହୋଇପଡ଼ିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁଖ୍ୟ କେନାଲର ଦକ୍ଷିଣପାର୍ଶ୍ୱ ରାସ୍ତାର ମାନସାପୋଲରୁ ବୈଦ୍ୟରାଜପୁର ଯାଏ ସଦ୍ୟ ଭାବେ ନିର୍ମିତ ପିଚୁ ରାସ୍ତାର ବହୁ ସ୍ଥାନ ଭାଙ୍ଗିଗଲାଣି। ଏ ରାସ୍ତାରେ ଭାରିଯାନ ଯାତାୟାତ ବ୍ୟବସ୍ଥା ନଥିବା ବେଳେ କେବଳ ହାଲକା ଯାନ ବିଶେଷ କରି ଛୋଟ ଚାରିଚକିଆ ଯାନ ଯାତାୟାତ ମଧ୍ୟରେ ରାସ୍ତା ଦୂରାବସ୍ଥା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ପୂର୍ତ୍ତ ବିଭାଗ ଯାଜପୁର ସବଡିଭିଜନର ଇନଚାର୍ଜରେ ଥିବା ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରଶାନ୍ତ ଦାଶଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

ଦିଗପହଣ୍ଡିରେ ଲଗାଣ ବର୍ଷା: ବୃଦ୍ଧି ପାଉଛି ଘୋଡ଼ାହାଡ଼ ଡ୍ୟାମ୍‌ର ଜଳପତ୍ତନ,ସଜାଗ ରହିଛି…

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ଗତ ୪ ଦିନ ହେବ ଦିଗପହଣ୍ଡି ଅଞ୍ଚଳରେ ତୁହାକୁ ତୁହା ପ୍ରବଳ ବର୍ଷା…

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

ବନ୍ୟାର ପ୍ରଖର ସ୍ରୋତରେ ନାଳ ପାରି ହେଲେ ଗର୍ଭବତୀ

ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ…

ଲାଇଭ୍‌ ହେବ କଟକ ଦୁର୍ଗାପୂଜା: ୟୁଟ୍ୟୁବ୍‌-ୱେବସାଇଟ୍‌ରେ ସିଧା ପ୍ରସାରଣ ଦେଖିପାରିବେ ଶ୍ରଦ୍ଧାଳୁ

କଟକ,୨୪।୯: କଟକର ପ୍ରସିଦ୍ଧ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କଟକ ଦୁର୍ଗାପୂଜା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?