ସହର ଧୂଆଁମୟ : ପଲିଥିନ, ଅଳିଆ ପୋଡାଯାଉଛି

ସୋନପୁର,୧୦।୪(ନି.ପ୍ର.): ସୁବର୍ଣ୍ଣପୁର ସହରକୁ ସକାଳେ ଧୂଆଁମୟ କରାଯାଉଛି। ପଲିଥିନ ପୋଡା ବାସ୍ନା ଓ ଧୂଆଁ ଯୋଗୁଁ ପ୍ରାତଃଭ୍ରମଣରେ ଯାଉଥିବା ଲୋକେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ସଫେଇ କର୍ମଚାରୀମାନେ ପଲିଥିନ ଓ ଅଳିଆରେ ନିଆଁ ଲଗାଇ ଦେଉଥିବାରୁ ସହରରେ ଏଭଳି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହା ନିତିଦିନିଆ ଘଟଣା ହୋଇଥିଲେ ମଧ୍ୟ ଏଥିପ୍ରତି ପୌର କର୍ତ୍ତୃପକ୍ଷ କିମ୍ବା ଜିଲା ପ୍ରଶାସନର ଦୃଷ୍ଟି ନାହିଁ।
ସହରରୁ ସଂଗୃହୀତ ଅଳିଆକୁ ସହର ଉପକଣ୍ଠ କୋହ୍ଲପଡା ନିକଟରେ ଥିବା ସ୍ବତନ୍ତ୍ର ଆବଦ୍ଧ ଅଞ୍ଚଳରେ ପକାଯିବା ପାଇଁ ଯୋଜନା ହୋଇଛି। ଅଳିଆଗୁଡିକୁ ପ୍ରକ୍ରିୟାକରଣ ପରେ ଖତ ପ୍ରସ୍ତୁତ ହୋଇଥାଏ। ସେହିଭଳି ସଂଗୃହିତ ପ୍ଲାଷ୍ଟିକ୍‌ଗୁଡିକୁ ପ୍ରେସ କରି ବରଗଡ ସ୍ଥିତ ସିମେଣ୍ଟ ପ୍ଲାଣ୍ଟକୁ ପଠାଯିବା ନିୟମ ରହିଛି। ମାତ୍ର ସରକାରୀ ନିୟମକୁ ଠିକ୍‌ ଭାବେ ଅନୁପାଳନ କରାଯାଉନି। ସହରରୁ ସଂଗୃହୀତ ସବୁତକ ପ୍ଲାଷ୍ଟିକ୍‌ ଓ ଅଳିଆକୁ ଟ୍ରାକ୍ଟରରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ନିଆଯାଉନି। ବସ୍‌ଷ୍ଟାଣ୍ଡ, ମ୍ୟୁନିସିପାଲିଟି ଅଫିସ ସମ୍ମୁଖ, ବିଜୁ ପଟ୍ଟନାୟକ ଛକ, ବଡବଜାର, ନଳିନୀ ଛକ, ବ୍ଲକ ଛକ, ମଝିପଡା ଓ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପଲିଥିନ ଓ ଅଳିଆଗୁଡିକୁ ସକାଳେ ଠୁଳ କରି ନିଆଁ ଲଗାଇ ଦିଆଯାଉଛି । ବାକି ଅଳିଆକୁ ଝାଡୁ ମାରି ରାସ୍ତା ପାର୍ଶ୍ୱ ଡ୍ରେନ୍‌ରେ ପକାଯାଉଥିବା ଲକ୍ଷ୍ୟ କରାଯାଉଛି। ବର୍ଜ୍ୟବସ୍ତୁ ପରିବହନ ଜନିତ ଖର୍ଚ୍ଚ କମ୍‌ କରିବା ପାଇଁ ଠିକା ସଂସ୍ଥା ପକ୍ଷରୁ ଏଭଳି କରାଯାଉଥିବା ଅଭିଯୋଗ ହେଉଛି।
ସ୍ବଚ୍ଛ ଭାରତ ମିଶନ ନାଁରେ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ସହରର ସମସ୍ତ ୧୫ଗୋଟି ଓ୍ବାର୍ଡର ପରିମଳ ବ୍ୟବସ୍ଥାକୁ ଘରୋଇକରଣ କରାଯାଇଛି। ବେସରକାରୀ ଠିକାସଂସ୍ଥା ଏହାର ଦାୟିତ୍ୱ ନେଇଛି। ମାତ୍ର ଏହାର ସୁଫଳ ସହରବାସୀ ପାଉନାହାନ୍ତି। ମନ୍ଦିର ମାଳିନୀ ତଥା ଦ୍ୱିତୀୟ ବାରଣାସୀ ଭାବେ ପରିଚିତ ଏହି ସହର ଅପରିସ୍କାର ରହୁଛି। ବୁଦ୍ଧିଜୀବୀ ମହଲରେ ଏଥିନେଇ ଅସନ୍ତୋଷ ପ୍ରକାଶ ପାଇଛି। ସହରରେ ରହିଛି ୧୦୮ଟି ଛୋଟ ବଡ ମନ୍ଦିର। ଦୁଇପାର୍ଶ୍ୱରେ ମହାନଦୀ ଓ ତେଲନଦୀ ଘେରି ହୋଇ ରହିଛି । ଜନସଂଖ୍ୟା ଓ ଭୌଗଳିକ ଦୃଷ୍ଟି କୋଣରୁ ଛୋଟ ସହରଟି ସ୍ବଚ୍ଛ ଓ ସୁନ୍ଦର ରହିବା କଥା । କିନ୍ତୁ ଏହା ସମ୍ଭବ ହୋଇପାରିନି । ବର୍ଜ୍ୟବସ୍ତୁର ସଠିକ୍‌ ପରିଚାଳନା ହେଉନି। ୨୦୧୭ ମସିହାରୁ ସୁବର୍ଣ୍ଣପୁର ସହରକୁ ପ୍ଲାଷ୍ଟିକ୍‌ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ପୌର କର୍ତ୍ତୃପକ୍ଷ ଏନଜିଟିରେ ଏ ନେଇ ସତ୍ୟପାଠ ଦାଖଲ କରିଛନ୍ତି। ମାତ୍ର ଏହା କେବଳ ଘୋଷଣାରେ ସୀମିତ ରହିଛି । ନିୟମ ଖିଲାପକାରୀ ତଥା ପଲିଥିନ ବ୍ୟବହାରକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉନି । ପଲିଥିନ ବ୍ୟବହାର ପୂର୍ବାପେକ୍ଷା ବଢିଛି। ସହରର ବ୍ଲକ ଛକ, ଆମ୍ବେଡକର ଛକ, କଚେରୀ ଛକ, ବସଷ୍ଟାଣ୍ଡ ପରିସର, ଘୋଡାଘାଟପଡା, ଥନାପତିପଡା, ନୂଆପଡା ଓ ବଡବଜାରରେ ଡ୍ରେନ୍‌ ଗୁଡିକ ପୋତି ହୋଇଗଲାଣି । ମାସାଧିକ କାଳ ଡ୍ରେନ୍‌ରୁ ମାଟି, ଆବର୍ଜନା ଉଠାଯାଉନି। ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଦୋକାନୀ ମାନେ ହୀନସ୍ତା ହେଉଛନ୍ତି । ଏପରିକି ଡ୍ରେନ୍‌ ଗୁଡିକରେ କୀଟନାଶକ କିମ୍ବା ବ୍ଲିଚିଂ ପକାଯାଉନି। ଫଗିଂ ମେଶିନ ଦ୍ୱାରା ମଶା ଧୂଆଁ ଦିଆଯାଉନି। ଅସ୍ବାସ୍ଥ୍ୟକର ପରିବେଶ, ମଶାଙ୍କ ସଂଖ୍ୟା ବୃଦ୍ଧି ସହରବାସୀଙ୍କ ମନରେ ମ୍ୟାଲେରିଆର ଭୟ ସୃଷ୍ଟି କରିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସହରକୁ ସବୁଜ ସୁନ୍ଦର କରିବାକୁ ଆନ୍ତରିକତାର ସହ ଉଦ୍ୟମ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri