Odisha Elections 2024

ସହର ଧୂଆଁମୟ : ପଲିଥିନ, ଅଳିଆ ପୋଡାଯାଉଛି

ସୋନପୁର,୧୦।୪(ନି.ପ୍ର.): ସୁବର୍ଣ୍ଣପୁର ସହରକୁ ସକାଳେ ଧୂଆଁମୟ କରାଯାଉଛି। ପଲିଥିନ ପୋଡା ବାସ୍ନା ଓ ଧୂଆଁ ଯୋଗୁଁ ପ୍ରାତଃଭ୍ରମଣରେ ଯାଉଥିବା ଲୋକେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ସଫେଇ କର୍ମଚାରୀମାନେ ପଲିଥିନ ଓ ଅଳିଆରେ ନିଆଁ ଲଗାଇ ଦେଉଥିବାରୁ ସହରରେ ଏଭଳି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହା ନିତିଦିନିଆ ଘଟଣା ହୋଇଥିଲେ ମଧ୍ୟ ଏଥିପ୍ରତି ପୌର କର୍ତ୍ତୃପକ୍ଷ କିମ୍ବା ଜିଲା ପ୍ରଶାସନର ଦୃଷ୍ଟି ନାହିଁ।
ସହରରୁ ସଂଗୃହୀତ ଅଳିଆକୁ ସହର ଉପକଣ୍ଠ କୋହ୍ଲପଡା ନିକଟରେ ଥିବା ସ୍ବତନ୍ତ୍ର ଆବଦ୍ଧ ଅଞ୍ଚଳରେ ପକାଯିବା ପାଇଁ ଯୋଜନା ହୋଇଛି। ଅଳିଆଗୁଡିକୁ ପ୍ରକ୍ରିୟାକରଣ ପରେ ଖତ ପ୍ରସ୍ତୁତ ହୋଇଥାଏ। ସେହିଭଳି ସଂଗୃହିତ ପ୍ଲାଷ୍ଟିକ୍‌ଗୁଡିକୁ ପ୍ରେସ କରି ବରଗଡ ସ୍ଥିତ ସିମେଣ୍ଟ ପ୍ଲାଣ୍ଟକୁ ପଠାଯିବା ନିୟମ ରହିଛି। ମାତ୍ର ସରକାରୀ ନିୟମକୁ ଠିକ୍‌ ଭାବେ ଅନୁପାଳନ କରାଯାଉନି। ସହରରୁ ସଂଗୃହୀତ ସବୁତକ ପ୍ଲାଷ୍ଟିକ୍‌ ଓ ଅଳିଆକୁ ଟ୍ରାକ୍ଟରରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ନିଆଯାଉନି। ବସ୍‌ଷ୍ଟାଣ୍ଡ, ମ୍ୟୁନିସିପାଲିଟି ଅଫିସ ସମ୍ମୁଖ, ବିଜୁ ପଟ୍ଟନାୟକ ଛକ, ବଡବଜାର, ନଳିନୀ ଛକ, ବ୍ଲକ ଛକ, ମଝିପଡା ଓ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପଲିଥିନ ଓ ଅଳିଆଗୁଡିକୁ ସକାଳେ ଠୁଳ କରି ନିଆଁ ଲଗାଇ ଦିଆଯାଉଛି । ବାକି ଅଳିଆକୁ ଝାଡୁ ମାରି ରାସ୍ତା ପାର୍ଶ୍ୱ ଡ୍ରେନ୍‌ରେ ପକାଯାଉଥିବା ଲକ୍ଷ୍ୟ କରାଯାଉଛି। ବର୍ଜ୍ୟବସ୍ତୁ ପରିବହନ ଜନିତ ଖର୍ଚ୍ଚ କମ୍‌ କରିବା ପାଇଁ ଠିକା ସଂସ୍ଥା ପକ୍ଷରୁ ଏଭଳି କରାଯାଉଥିବା ଅଭିଯୋଗ ହେଉଛି।
ସ୍ବଚ୍ଛ ଭାରତ ମିଶନ ନାଁରେ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ସହରର ସମସ୍ତ ୧୫ଗୋଟି ଓ୍ବାର୍ଡର ପରିମଳ ବ୍ୟବସ୍ଥାକୁ ଘରୋଇକରଣ କରାଯାଇଛି। ବେସରକାରୀ ଠିକାସଂସ୍ଥା ଏହାର ଦାୟିତ୍ୱ ନେଇଛି। ମାତ୍ର ଏହାର ସୁଫଳ ସହରବାସୀ ପାଉନାହାନ୍ତି। ମନ୍ଦିର ମାଳିନୀ ତଥା ଦ୍ୱିତୀୟ ବାରଣାସୀ ଭାବେ ପରିଚିତ ଏହି ସହର ଅପରିସ୍କାର ରହୁଛି। ବୁଦ୍ଧିଜୀବୀ ମହଲରେ ଏଥିନେଇ ଅସନ୍ତୋଷ ପ୍ରକାଶ ପାଇଛି। ସହରରେ ରହିଛି ୧୦୮ଟି ଛୋଟ ବଡ ମନ୍ଦିର। ଦୁଇପାର୍ଶ୍ୱରେ ମହାନଦୀ ଓ ତେଲନଦୀ ଘେରି ହୋଇ ରହିଛି । ଜନସଂଖ୍ୟା ଓ ଭୌଗଳିକ ଦୃଷ୍ଟି କୋଣରୁ ଛୋଟ ସହରଟି ସ୍ବଚ୍ଛ ଓ ସୁନ୍ଦର ରହିବା କଥା । କିନ୍ତୁ ଏହା ସମ୍ଭବ ହୋଇପାରିନି । ବର୍ଜ୍ୟବସ୍ତୁର ସଠିକ୍‌ ପରିଚାଳନା ହେଉନି। ୨୦୧୭ ମସିହାରୁ ସୁବର୍ଣ୍ଣପୁର ସହରକୁ ପ୍ଲାଷ୍ଟିକ୍‌ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ପୌର କର୍ତ୍ତୃପକ୍ଷ ଏନଜିଟିରେ ଏ ନେଇ ସତ୍ୟପାଠ ଦାଖଲ କରିଛନ୍ତି। ମାତ୍ର ଏହା କେବଳ ଘୋଷଣାରେ ସୀମିତ ରହିଛି । ନିୟମ ଖିଲାପକାରୀ ତଥା ପଲିଥିନ ବ୍ୟବହାରକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉନି । ପଲିଥିନ ବ୍ୟବହାର ପୂର୍ବାପେକ୍ଷା ବଢିଛି। ସହରର ବ୍ଲକ ଛକ, ଆମ୍ବେଡକର ଛକ, କଚେରୀ ଛକ, ବସଷ୍ଟାଣ୍ଡ ପରିସର, ଘୋଡାଘାଟପଡା, ଥନାପତିପଡା, ନୂଆପଡା ଓ ବଡବଜାରରେ ଡ୍ରେନ୍‌ ଗୁଡିକ ପୋତି ହୋଇଗଲାଣି । ମାସାଧିକ କାଳ ଡ୍ରେନ୍‌ରୁ ମାଟି, ଆବର୍ଜନା ଉଠାଯାଉନି। ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଦୋକାନୀ ମାନେ ହୀନସ୍ତା ହେଉଛନ୍ତି । ଏପରିକି ଡ୍ରେନ୍‌ ଗୁଡିକରେ କୀଟନାଶକ କିମ୍ବା ବ୍ଲିଚିଂ ପକାଯାଉନି। ଫଗିଂ ମେଶିନ ଦ୍ୱାରା ମଶା ଧୂଆଁ ଦିଆଯାଉନି। ଅସ୍ବାସ୍ଥ୍ୟକର ପରିବେଶ, ମଶାଙ୍କ ସଂଖ୍ୟା ବୃଦ୍ଧି ସହରବାସୀଙ୍କ ମନରେ ମ୍ୟାଲେରିଆର ଭୟ ସୃଷ୍ଟି କରିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସହରକୁ ସବୁଜ ସୁନ୍ଦର କରିବାକୁ ଆନ୍ତରିକତାର ସହ ଉଦ୍ୟମ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri