Posted inଜାତୀୟ

ମୃତକଙ୍କୁ ନାଗରିକତ୍ୱ ପ୍ରମାଣ ନିର୍ଦ୍ଦେଶ

ସିଲଚର,୨୪ା୩: ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ବାଦ୍‌ ପଡ଼ିଥିବା ହଜାର ହଜାର ଲୋକଙ୍କୁ ନିଜ ନାଗରିକତ୍ୱ ପ୍ରମାଣିତ କରିବା ପାଇଁ ଫରେନର୍ସ ଟ୍ରିବ୍ୟୁନାଲ ପକ୍ଷରୁ ନୋଟିସ ଜାରି କରାଯାଇଛି। ସେମାନଙ୍କ ମଧ୍ୟରୁ ଶ୍ୟାମଚରଣ ଦାସ ଅନ୍ୟତମ, ଯାହାଙ୍କ ମୃତ୍ୟୁ ୨୦୧୬ ମସିହାରେ ଘଟିଥିଲା। ଅର୍ଥାତ୍‌ ଆସାମ ପୋଲିସ ଲୋକଙ୍କ ଘରକୁ ଭେରିଫିକେଶନ ପାଇଁ ନ ଯାଇ କିମ୍ବା କୌଣସି ଦସ୍ତାବିଜକୁ ଯାଞ୍ଚ ନ କରି ମାମଲା ରୁଜୁ କରୁଛି। ମୃତକ ଶ୍ୟାମଚରଣଙ୍କ ମାମଲା ଏହାର ସଦ୍ୟତମ ଦୃଷ୍ଟାନ୍ତ।
ଆସାମର ଚାଚରସ୍ଥିତ ଏକ ଫରେନର୍ସ ଟ୍ରିବ୍ୟୁନାଲ ଜଣେ ମୃତ ବ୍ୟକ୍ତିଙ୍କୁ ନିଜ ଭାରତୀୟ ନାଗରିକତ୍ୱ ପ୍ରମାଣିତ କରିବା ପାଇଁ ନୋଟିସ ଦେଇଛି। ୨୦୧୬ ମେ’ ୬ରେ ଉଧାରବନ୍ଦ ବାସିନ୍ଦା ଶ୍ୟାମଚରଣ ଦାସ ୭୪ ବର୍ଷ ବୟସରେ ଆଖି ବୁଜିଦେଇଥିଲେ। ସେହି ସମୟରେ ଆସାମ ସରକାରଙ୍କ ପକ୍ଷରୁ ଜାରି ମୃତ୍ୟୁ ପ୍ରମାଣପତ୍ର ଆଧାରରେ ଚାଚର ଜିଲା ଫରେନର୍ସ ଟ୍ରିବ୍ୟୁନାଲ ତାଙ୍କ ବିରୋଧରେ ନାଗରିକତ୍ୱ ବିବାଦ ମାମଲା ବନ୍ଦ କରିଦେଇଥିଲା। ଏବେ ସେହି ସମାନ କୋର୍ଟ ଶ୍ୟାମଚରଣଙ୍କ ଘରକୁ ନୋଟିସ ପଠାଇଛି। ସିଲଚରରେ ଥିବା ଏଫ୍‌ଟି-୩ରେ ମାର୍ଚ୍ଚ ୧୫ରେ ହାଜର ହୋଇ ନିଜକୁ ଭାରତୀୟ ବୋଲି ପ୍ରମାଣିତ କରିବା ପାଇଁ ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି।
ଶ୍ୟାମଚରଣଙ୍କ ମୃତ୍ୟୁ ପରେ ପରିବାର ଲୋକେ ଏଫ୍‌ଟି-୩ରେ ତାଙ୍କର ମୃତ୍ୟୁ ପ୍ରମାଣପତ୍ର ଦାଖଲ କରିଥିଲେ। ଏହାକୁ ଭିତ୍ତିକରି ୨୦୧୬ ସେପ୍ଟେମ୍ବର ୨୩ରେ ବିଚାରପତି ବି.କେ. ତାଲୁକ୍‌ଦାର ନିଜ ରାୟରେ ଲେଖିଥିଲେ, ଉଧାରବନ୍ଦ ଥାନା ଅଧୀନ ଥଲିଗ୍ରାମ ନିବାସୀ ସୁଧନ ରାମ ଦାସଙ୍କ ନାମ ୧୯୬୫ ଓ ୧୯୭୦ ମସିହାର ଭୋଟର ତାଲିକାରେ ଥିଲା। କିନ୍ତୁ ତାଙ୍କ ପୁଅ ଶ୍ୟାମଚରଣ ହେଉଛନ୍ତି ଜଣେ ସନ୍ଦିଗ୍ଧ ମତଦାତା। ଶ୍ୟାମଚରଣଙ୍କ ମୃତ୍ୟୁ ଘଟିଥିବାରୁ ତାଙ୍କ ପରିବାରକୁ ସିଲଚର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପକ୍ଷରୁ ଡେଥ୍‌ ସାର୍ଟିଫିକେଟ୍‌ ଜାରି କରାଯାଇଛି। ପରିବାର ଲୋକେ ଉକ୍ତ ଦସ୍ତାବିଜ ଦାଖଲ କରିଛନ୍ତି। ତେଣୁ ମୃତ ବ୍ୟକ୍ତିଙ୍କ ନାମରେ ଏହି ମାମଲା(ନଂ.୭୫୮୨/୯୮)କୁ ବନ୍ଦ କରାଯାଉଛି ବୋଲି ବିଚାରପତି ରାୟରେ ସ୍ପଷ୍ଟ କରିଥିଲେ। କିନ୍ତୁ ନିକଟରେ ବର୍ଡର ପୋଲିସ ଶ୍ୟାମଚରଣଙ୍କୁ ଜଣେ ବେଆଇନ ପ୍ରବାସୀ ସନ୍ଦେହ କରି ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଥିଲା। ଶ୍ୟାମଚରଣ ବିନା କୌଣସି ବୈଧ ଦସ୍ତାବିଜରେ ୧.୧.୧୯୬୬ରୁ ୨୪.୩.୧୯୭୧ ମଧ୍ୟରେ ଆସାମକୁ ଅନୁପ୍ରବେଶ କରି ସିଲଚରରେ ବସବାସ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ତେଣୁ ୨୦୨୨ ମାର୍ଚ୍ଚ ୧୫ରେ ମୃତକଙ୍କ ଘରକୁ ପୁଣି ଏକ ନୋଟିସ ଆସିଛି। ଫରେନର୍ସ (ଟ୍ରିବ୍ୟୁନାଲ) ଅର୍ଡର, ୧୯୬୪ ଅନୁସାରେ ଆସନ୍ତା ୩୦ ତାରିଖ ପୂର୍ବାହ୍ନ ୧୦ଟାରେ ହାଜର ହୋଇ ନିଜ ନାଗରିକତ୍ୱ ସପକ୍ଷରେ ମତ ରଖିବା ସହ ବୈଧ ଦସ୍ତାବିଜ ଦାଖଲ କରିବା ପାଇଁ ଏଥିରେ ନିର୍ଦ୍ଦେଶ ରହିଛି। ବୈଧ କାଗଜପତ୍ର ଦାଖଲ କରି ନ ପାରିଲେ ଶ୍ୟାମଚରଣଙ୍କୁ ଏକତରଫା ଭାବେ ବେଆଇନ ପ୍ରବାସୀ ବିବେଚନା କରାଯିବ ବୋଲି କୁହାଯାଇଛି।
କେବଳ ଶ୍ୟାମଚରଣ ନୁହନ୍ତି, ତାଙ୍କ ସ୍ତ୍ରୀ ସୁଲେଖା ଦାସ ମଧ୍ୟ ପୂର୍ବରୁ ଏକ ଅନୁରୂପ ଅର୍ଡର ବଳରେ ନିଜ ଭାରତୀୟ ନାଗରିକତ୍ୱ ହରାଇସାରିଛନ୍ତି। ୨୦୧୮ ଏପ୍ରିଲରୁ ସୁଲେଖାଙ୍କୁ ବିଦେଶୀଙ୍କ ପାଇଁ ଉଦ୍ଦିଷ୍ଟ ଏକ ଟିଟେନଶନ୍‌ ସେଣ୍ଟରରେ ରଖାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୨୦ ଏପ୍ରିଲରେ ତାଙ୍କୁ ଜାମିନରେ ଛାଡ଼ିଦିଆଯାଇଥିଲା। ଶ୍ୟାମଚରଣଙ୍କ ଝିଅ ବବି ଦାସ କହିଛନ୍ତି, ୫ ବର୍ଷ ପୂର୍ବେ ବାପାଙ୍କୁ ହରାଇଛି। କିନ୍ତୁ କୋର୍ଟଙ୍କ ମତରେ ସେ ଜୀବିତ। ଜୀବିତାବସ୍ଥାରେ ନାଗରିକତ୍ୱ ପ୍ରମାଣ ପାଇଁ ବାପା ଜରୁରୀ ଦସ୍ତାବିଜ ଦାଖଲ କରିବା ସତ୍ତ୍ୱେ ଟ୍ରିବ୍ୟୁନାଲ ଶୁଣି ନ ଥିଲା। ବାପାଙ୍କ ମୃତ୍ୟୁ ପରେ ତାଙ୍କ ପକ୍ଷରୁ କୋର୍ଟରେ କିପରି ହାଜର ହେବି ଓ କ’ଣ ଯୁକ୍ତି ବାଢ଼ିବି କିଛି ଜାଣିପାରୁନାହିଁ। ଏବେ ଜିଲା ଆଇନ ସେବା କର୍ତ୍ତୃପକ୍ଷ (ଡିଏଲ୍‌ଏସ୍‌ଏ) ତଥା ସାମାଜିକ କର୍ମୀ କମଳ ଚକ୍ରବର୍ତ୍ତୀ ବବିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ପୋଲିସର ଫିଲ୍ଡ ଭେରିଫିକେଶନ ପରେ ମୃତବ୍ୟକ୍ତିଙ୍କୁ କୋର୍ଟରେ ହାଜର ପାଇଁ ନୋଟିସ ଦିଆଯିବା ଆମ ବ୍ୟବସ୍ଥାର ଅଜ୍ଞତାକୁ ଦର୍ଶାଉଛି। ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ବାଦ୍‌ ପଡ଼ିଥିବା ଏପରି ହଜାର ହଜାର ଲୋକଙ୍କୁ ଫରେନର୍ସ ଟ୍ରିବ୍ୟୁନାଲ ପକ୍ଷରୁ ନୋଟିସ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?