Posted inUncategorized

ପାକିସ୍ତାନୀ ମହିଳାଙ୍କୁ ଗୁପ୍ତ ତଥ୍ୟ ଦେଉଥିଲେ ସିଆଇଏସ୍‌ଏଫ୍‌ କନ୍‌ଷ୍ଟେବଲ

ବିଶାଖାପାଟଣା,୮ା୮: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଜଣେ ମହିଳାଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ଜଣେ କନଷ୍ଟେବଳ ଧାରାପଡ଼ିଛନ୍ତି। ବିଶାଖାପାଟଣା ଷ୍ଟିଲ୍‌ ପ୍ଲାଣ୍ଟରେ ଗତବର୍ଷ ଅଗଷ୍ଟରୁ କାମ କରୁଥିବା ସିଆଇଏସ୍‌ଏଫ୍‌ କନ୍‌ଷ୍ଟବଲ କପିଲ କୁମାର ଜଗଦୀଶ ଭାଇ ଦେବୁମୁରାରୀ ପାକିସ୍ତାନୀ ମହିଳା ଗୋଇନ୍ଦା ଅପରେଟିଭ୍‌ (ପିଆଇଓ)ଙ୍କ ସହ ଯୋଗଯୋଗରେ ଥିବା ସୂଚନା ମିଳିବା ପରେ ତାଙ୍କୁ ଜେରା ପାଇଁ ଡକାଯାଇଥିଲା। ତାଙ୍କ ମୋବାଇଲ ଫୋନ୍‌ ଯାଞ୍ଚ ହେବାରୁ ତମିଶା ନାମରେ ଉକ୍ତ ପିଆଇଓଙ୍କ ଫୋନ୍‌ ନମ୍ବର ସେଥିରେ ସେଭ୍‌ ହୋଇଥିବା ଦେଖାଯାଇଥିଲା। ସେ ଷ୍ଟିଲ୍‌ ପ୍ଲାଣ୍ଟର ସୁରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ପାକିସ୍ତାନୀ ମହିଳାଙ୍କୁ ଯୋଗାଉଥିବା ସନ୍ଦେହ କରାଯାଉଛି। ଉକ୍ତ ନମ୍ବରକୁ ଫୋନ୍‌ରୁ ଡିଲିଟ କରିଦିଆଯାଇଥିବା ସିଆଇଏସ୍‌ଏଫ୍‌ ଇନ୍ସପେକ୍ଟର କହିଛନ୍ତି। ଅଧିକ ତଦନ୍ତ ପାଇଁ ଉକ୍ତ ମୋବାଇଲ ଫୋନ୍‌କୁ ସାଇବର ଫୋରେନ୍‌ସିକ ଲାବ୍‌କୁ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri