ପ୍ରଚାରରେ ସୀମିତ ପ୍ଲାଷ୍ଟିକ୍‌, ପଲିଥିନ ବର୍ଜନ

କେନ୍ଦ୍ରାପଡ଼ା ଅଫିସ, ୬ା୯:ସାରା ଦେଶରେ ୨୦୧୬ ଅକ୍ଟୋବର ୨ରୁ ବର୍ଜ୍ୟବସ୍ତୁ ପରିଚାଳନା ଆଇନକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ତେବେ ଏହାର ପରିଚାଳନାରେ କେନ୍ଦ୍ରାପଡ଼ା ପୌର ପ୍ରଶାସନ ପଛରେ ପଡିଛି। ଏ ନେଇ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଆଇନ ପ୍ରଣୟନର ୬ ବର୍ଷ ମଧ୍ୟରେ ଏହା କେବଳ ପ୍ରଚାରରେ ସୀମିତ ରହିଛି। ଗୋବରୀ ନଦୀ ଓ କେନାଲ ଏବେ ବର୍ଜ୍ୟବସ୍ତୁରେ ଭର୍ତ୍ତିି ହୋଇ ଜଳପଥ ପୋତି ହେଉଛି। ସେହିପରି ସହରର ଡ୍ରେନରେ ପ୍ଲାଷ୍ଟକ ଓ ପଲିଥିନ ପଡି ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି।
ଏ ସମ୍ପର୍କରେ ଖଡିଅଙ୍ଗର ମନୋଜ କୁମାର ସିଂହ କୁହନ୍ତି, ୧୫୪ ବର୍ଷର ପୁରୁଣା କେନ୍ଦ୍ରାପଡ଼ା ପୌରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ଠିକ ଢଙ୍ଗରେ ହୋଇ ପାରୁନାହିଁ। ପୂର୍ବରୁ ଗୋବରୀ ନଦୀ ଓ କେନାଲ ଜଳକୁ ସ୍ନାନ ଶୌଚ ଆଦିରେ ବ୍ୟବହାର କରାଯାଉଥିଲା। ଏବେ ଏହି ଦୁଇ ଜଳପଥ ଆବର୍ଜନାରେ ଭରିଯାଇଛି। ଘରୋଇ ଅଶୌଚ କାର୍ଯ୍ୟରେ ନଦୀଜଳ ବ୍ୟବହାର କରାଯାଉଛି। ମାତ୍ର ଏହି ଜଳ ପ୍ରଦୂଷିତ ହୋଇଥିବାରୁ ସ୍ନାନ କଲେ ଦେହ ହାତ କୁଣ୍ଡାଇ ହେଉଛି। ବହୁଦିନ ଧରି ଏହି ଜଳ ଉତ୍ସରେ ଚିଙ୍ଗୁଡିଆ ଦଳ ଭରି ରହିଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ଏହାକୁ ସଫା କରୁନାହିଁ। ଫଳରେ ବର୍ଷାଦିନେ ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ସାମାଜିକ କର୍ମୀ ସେକ୍‌ ସାବିର କୁହନ୍ତି, ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରାପଡ଼ା ସହର ପାଇଁ ସମସ୍ୟା ସୃଷ୍ଟି କରିଛି। ଜଣେ ଲୋକ ଦିନକୁ ହାରାହାରି ୫୦୦ ଗ୍ରାମର ଜୈବିକ ଓ ଅଜୈବିକ (ପ୍ଲାଷ୍ଟିକ୍‌ ଆଦି) ବର୍ଜ୍ୟବସ୍ତୁ ନିଷ୍କାସନ କରୁଛି। ମାସକୁ ସହରରୁ ୭୫ ମେଟ୍ରିକ ଟନ୍‌ ବର୍ଜ୍ୟବସ୍ତୁ ବାହାରୁଛି। ବର୍ଜ୍ୟବସ୍ତୁ ପରିଚାଳନା ଆଇନ କାର୍ଯ୍ୟକାରୀ ହେଉ ନ ଥିବାରୁ ବହୁ ପାଇଖାନାର ପାଇପ ମୁହଁ ଗୋବରୀ ନଦୀ ଓ କେନାଲକୁ ରହିଛି। ୨୦୧୬ ମସିହାରେ ପ୍ଲାଷ୍ଟିକ ବର୍ଜନ ପାଇଁ ପୌର ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା। ତେବେ ପ୍ରଶାସନିକ ଅବହେଳା କାରଣରୁ କିଛିଦିନ ପରେ ଏ ନେଇ ଗୁରୁତ୍ୱ ରହିଲା ନାହିଁ। ଫଳରେ ବ୍ୟବସାୟ ଅନୁଷ୍ଠାନଠାରୁ ଆରମ୍ଭ କରି ଘରେ ପ୍ଲାଷ୍ଟିକ ଥଳିର ବ୍ୟବହାର ପୁନର୍ବାର ବଢ଼ିଯାଇଛି। ପରିବେଶବିତ୍‌ ସେକ୍‌ ଚାନ୍ଦ କହିଛନ୍ତି, ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ପରିବେଶ ପାଇଁ ବିପଦ ସୃଷ୍ଟି କରିଛି। କେତେକ ବୁଲା ଗୋରୁ ଓ କୁକୁର ଖାଦ୍ୟ ସାମଗ୍ରୀ ସହ ପ୍ଲାଷ୍ଟିକକୁ ଗିଳି ଦେଉଛନ୍ତି। ଏହି ପ୍ଲାଷ୍ଟିକ ସମ୍ପୃକ୍ତ ଜୀବଜନ୍ତୁଙ୍କ ପାକସ୍ଥଳୀକୁ ଯାଇ ବିପଦ ସୃଷ୍ଟି କରୁଛି। ସେହିପରି ପ୍ଲାଷ୍ଟିକ ମାଟିରେ ମିଶି ପାରୁ ନ ଥିବାରୁ ବର୍ଷାଜଳ ଭୂଗର୍ଭକୁ ଯାଇପାରୁନାହିଁ। ଫଳରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଆଗାମୀଦିନରେ ଏହା ସହରବାସୀଙ୍କ ପାଇଁ ବିପଦ ସୃଷ୍ଟି କରିବ। ଏ ସମ୍ପର୍କରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳଙ୍କୁ ପଚାରିବାରେ ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରାଯାଇଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସହରର ପ୍ରତ୍ୟେକ ସ୍ଥାନରେ ଡଷ୍ଟବିନ ଯୋଗାଇ ଦିଆଯାଇଛି। ଏଥିସହ ବ୍ୟବସାୟୀ ଓ ସହରବାସୀଙ୍କ ମଧ୍ୟରେ ପ୍ଲାଷ୍ଟିକ, ପଲିଥିନ ବ୍ୟବହାର ବନ୍ଦ ପାଇଁ ସଚେତନତା ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?