ବାହ୍ୟ ମଳମୁକ୍ତ ଗାଁ ଯୋଜନା ବାଟବଣା

ପଟ୍ଟାମୁଣ୍ଡାଇ,୬ା୯(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସ୍ବଚ୍ଛ ଭାରତ ଅଭିଯାନ ପୂରା ଫେଲ୍‌ ମାରିଛି। ଏଠାରେ ଥିବା ଅଧିକାଂଶ ଗଁାଗୁଡ଼ିକ ଅଳିଆ ଆବର୍ଜନାରେ ଭରପୂର ହୋଇ ପଡିରହିଛି। ଫଳରେ ବର୍ତ୍ତମାନ ଅନେକ ଗ୍ରାମବାସୀ ଝାଡା, ବାନ୍ତି ଓ ଡେଙ୍ଗୁ ଜ୍ୱରରେ ପଡି ଘାଣ୍ଟି ହେଉଛନ୍ତି। ଏ ନେଇ କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ତାହା ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କ ବେପରୁଆ ନୀତି ଯୋଗୁ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ଫଳରେ ବାହ୍ୟ ମଳମୁକ୍ତ ଗ୍ରାମ ଯୋଜନା ବାଟବଣା ହୋଇଛି।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ବାହ୍ୟ ମଳମୁକ୍ତ ଯୋଜନା ଠିକ୍‌ ଭାବେ ଚାଲିନାହିଁ। ବ୍ଲକର ପ୍ରତ୍ୟେକ ଗଁାଗୁଡିକୁ ବାହ୍ୟ ମଳମୁକ୍ତ କରିବା ଦିଗରେ ସ୍ବଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପାଇଖାନା ତିଆରି କରାଗଲା। ଶୌଚାଳୟ ନିର୍ମାଣ ଶେଷ ହୋଇଥିବାରୁ ଗାଁକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇ ଫଳକ ମରାଯାଇଛି। ହେଲେ ବାସ୍ତବ ଚିତ୍ର ଅଲଗା, ଗଁା ମୁଣ୍ଡକୁ ଗଲେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଗଁା ମୁଣ୍ଡ ରାସ୍ତାକଡ଼, ପୋଖରୀ କୂଳ, କେନାଲ ରାସ୍ତାରେ ଲୋକେ ମଳ ତ୍ୟାଗ କରୁଛନ୍ତି। ଗଁା ଗଁାରେ ଲୋକେ ରୋଗ ମୁକ୍ତ ହୋଇ ବଞ୍ଚତ୍ ରହିବାକୁ ପାଇଖାନା ନିର୍ମାଣ କରାଗଲା। ହେଲେ କେତେକ ସ୍ଥାନରେ ପାଇଖାନା ଭାଙ୍ଗି ଯାଇଥିବା ବେଳେ ଏହାର ଅପବ୍ୟବହାର କରାଯାଉଛି। ହେଲେ ପାଇଖାନାର ଠିକ୍‌ ବ୍ୟବହାର କରିବା ଜାଗାରେ ଏଠି ତା’ର ଓଲଟା ପ୍ରତିଫଳନ ଦେଖିବାକୁ ମିଳିଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଗଁାରେ ନିର୍ମାଣ ହୋଇଥିବା ପାଇଖାନା ଅତ୍ୟନ୍ତ ନିମ୍ନମାନର କାମ ଯୋଗୁ ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ। ଫଳରେ ମଳତ୍ୟାଗ ବା ଶୌଚକ୍ରିୟା ପାଇଁ ଲୋକେ ପୂର୍ବଭଳି ବାହାରକୁ ଯାଉଛନ୍ତି। ସରକାର ୧୨ ହଜାର ଟଙ୍କା ଦେଉଥିବା ବେଳେ ଅଧା ଅର୍ଥ ବି ଖର୍ଚ୍ଚ ହୋଇ ନ ଥିବା ଦର୍ଶାଇଛନ୍ତି ଉପଭୋକ୍ତା। ଶୌଚାଳୟ ତିଆରି ବେଳେ ମଧ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ବହୁତ ଅର୍ଥ ହଡ଼ପ ହେବା ଅଭିଯୋଗ ରହିଛି। ଉପଭୋକ୍ତାଙ୍କ ନଁା ଏବଂ ଦସ୍ତଖତରେ ଲୁଟ ହୋଇଛି ଲକ୍ଷ ଲକ୍ଷ ଟଙ୍କା। ଏହାର ବିଧିବଦ୍ଧ ତଦନ୍ତ କରି ଦୁର୍ନୀତିର ପର୍ଦ୍ଦାଫାଶ କରାଯିବା ଦରକାର। ଆଇନଜୀବୀ ପ୍ରମୋଦ ସାହୁ କୁହନ୍ତି, ପଟ୍ଟମୁଣ୍ଡାଇ ଅଞ୍ଚଳରେ ପ୍ରତ୍ୟେକ ପରିବାରରେ ଶୌଚାଳୟ ନିର୍ମାଣ ଶେଷ ହୋଇଥିବା ନେଇ ବିଭାଗ ପକ୍ଷରୁ ୨୦୨୦ ମସିହାରେ ଗାଁକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇ ଫଳକ ମରାଯାଇଛି। ମାତ୍ର ଶୌଚାଳୟ ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ଲୋକେ ବାହାରେ ମଳ ତ୍ୟାଗ କରୁଛନ୍ତି। ଯେଉଁଠି ପାଇଖାନାର ବ୍ୟବହାର ହେଉନି ସେଠାରେ କିପରି ଜଳ ଓ ପରିମଳ ବିଭାଗ ପକ୍ଷରୁ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ଘୋଷଣା କରି ବୋର୍ଡ ଲଗାଗଲା ତାହା ଏବେ ସବଠୁ ବଡ ପ୍ରଶ୍ନବାଚୀ ଛିଡା କରିଛି। ଗାଁରେ ନିର୍ମାଣ ହୋଇଥିବା ପାଇଖାନା ବ୍ୟବହାର ହେଉଛି ନା ଅପବ୍ୟବହାର କରାଯାଉଛି ତାହା ଦେଖିବାକୁ କାହା ପାଖରେ ସମୟ ନାହିଁ। ତେଣୁ ପାଇଖାନା ବାବଦକୁ କେତେ ଓ ବୋର୍ଡ ଲଗାଯିବା ପାଇଁ ସରକାରଙ୍କ କେତେ ଅର୍ଥ ନଷ୍ଟ ହୋଇଛି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସବୁ କିଛି ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?