ବ୍ୟାସନଗରକୁ ଭାରି କଠିନ ବର୍ଜ୍ୟବସ୍ତୁ

ଯାଜପୁର ରୋଡ୍‌,୬ା୯(ଡି.ଏନ.ଏ.):ରାଜ୍ୟର ସମସ୍ତ ପୌର ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ କଠିନ ବର୍ଜ୍ୟବସ୍ତୁର ଠିକ୍‌ ପରିଚାଳନା ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ନିର୍ଦ୍ଦେଶ ଜାରି କରିଛନ୍ତି। କୌଣସି ବର୍ଜ୍ୟବସ୍ତୁକୁ ଖୋଲା ସ୍ଥାନ ତଥା ଆବର୍ଜନା ପକାଯାଉଥିବା ସ୍ଥାନରେ ଜଳାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହାର ଖିଲାପ ଦୃଷ୍ଟିଗୋଚର ହେଲେ ଖିଲାପକାରୀଙ୍କଠାରୁ ପରିବେଶୀୟ କ୍ଷତିପୂରଣ ବାବଦରେ ୫ ହଜାର ଟଙ୍କା ଓ ସମୂହ ଆବର୍ଜନା ଜଳାଇଲେ ୨୫ ହଜାର ଟଙ୍କା ଭୂ-ରାଜସ୍ବ ଆକାରରେ ଆଦାୟ କରାଯିବ। କିନ୍ତୁ ଯାଜପୁର ଜିଲାର ବ୍ୟାସନଗର ପୌର ପରିଷଦ ଏସବୁ ନିର୍ଦ୍ଦେଶକୁ ଅବମାନନା କରିଚାଲିଛିି। ସହରର ଗାନ୍ଧୀ କୁଷ୍ଠ କଲୋନୀ ନିକଟ ରେଲଲାଇନ୍‌ କଡ଼ରେ ବିସ୍ତୃତ ଅଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପାହାଡ଼ ଭଳି ଗଦା ହେବା ସହ ସେଠାରେ ପୋଡ଼ା ଯାଉଥିବା ଦେଖିବାକୁ ମିଳୁଛି। ୨୦୧୯ରୁ ବ୍ୟାସସରୋବର ନିକଟରେ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ନିର୍ମାଣ ହୋଇଥିଲେ ହେଁ ତାହାକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଏସବୁକୁ ନିରୀକ୍ଷଣ କରିବା ଦାୟିତ୍ୱରେ ଥିବା ସାନିଟାରୀ ଇନ୍ସପେକ୍ଟର ଆଖିବୁଜି ଦେଇଛନ୍ତି। ଏଭଳି ଅବହେଳାରୁ ତାଙ୍କୁ ବଦଳି ନିର୍ଦ୍ଦେଶ ହୋଇଥିଲେ ହେଁ ପରିମଳ ଦାୟିତ୍ୱରେ ଥିବା ଠିକାସଂସ୍ଥା ସହ ଭିତିରିଆ ବୁଝାମଣା ଯୋଗୁ ମ୍ୟୁନିସିପାଲିଟିର ମୋହ ତୁଟୁନି ବୋଲି ଅଭିଯୋଗ ହୋଇଛି।
ସହରବାସୀଙ୍କ ମତଦାନରେ କାଉନସିଲର ଓ ଅଧ୍ୟକ୍ଷ ନିର୍ବାଚିତ ହେଉଛନ୍ତି, ଯଦ୍ଦ୍ବାରା ସେମାନେ ନିଜ ଅଞ୍ଚଳର ବିକାଶର ପରିଭାଷା ନିଜେ ସ୍ପଷ୍ଟ କରି ସହରକୁ ଆହୁରି ବିକାଶମୁଖର କରିପାରିବେ। କିନ୍ତୁ ବ୍ୟାସନଗର ପୌରପରିଷଦ ଅଞ୍ଚଳରେ ବିକାଶର ଗତି ଓଲଟା ହୋଇଯାଇଛି। ପରିମଳ ପାଇଁ ଆସୁଥିବା ଅନୁଦାନ ଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଲୋକଙ୍କ ଆଶା ଭରସାକୁ ନିଜ ସ୍ବାର୍ଥରେ ଅଧିକ ନିୟୋଜିତ କରାଯାଉଛି। ଦେଶରେ ସ୍ବଚ୍ଛଭାରତ ଅଭିଯାନ ଜୋରସୋରରେ ଚାଲିଥିବାବେଳେ ବ୍ୟାସନଗର ପୌରପରିଷଦ ଅଞ୍ଚଳକୁ ବୋଧହୁଏ ତାହା ଛୁଇଁ ପାରିନାହିଁ। ବ୍ୟାସନଗରରେ ମଇଳା ଉଠାଣ କାର୍ଯ୍ୟ ନିୟମିତ ଭାବେ ହେଉଥିବାବେଳେ କମ୍ପୋଷ୍ଟିଙ୍ଗ ସେଣ୍ଟରରେ ଆବର୍ଜନାର ବିଶୋଧନ ପ୍ରକ୍ରିୟା ହୋଇ ପାରୁନାହିଁ। ପରିସ୍ଥିତି ଏପରି ହୋଇଛି ଯେ, ସହରର ବ୍ୟାସ ସରୋବର ଅଞ୍ଚଳରେ ଗଦା ଗଦା ମଇଳା ଆବର୍ଜନା ପଡ଼ି ରହିଛି। ଫଳରେ ସହରରେ ମଶାମାଛିଙ୍କ ଉପତ୍ାତ ବଢ଼ିବାରେ ଲାଗିଛି। ଏହିକ୍ରମରେ ବ୍ୟାସନଗରର କଠିନ ବର୍ଜ୍ୟବସ୍ତୁ ପରିବେଶ ଉପରେ ଭାରି ହେଉଛି। ଏହାର ପରିଚାଳନା ଠିକ ହେଉ ନ ଥିବାବେଳେ ସହରବାସୀଙ୍କ ପାଇଁ ଏବେ ବିପଦର କାରଣ ହେଉଛି। ଏହାଦ୍ୱାରା ପ୍ରଦୂଷଣ ବୃଦ୍ଧି ପାଉଥିବାବେଳେ ଉଭୟ ପ୍ରାଣୀ ଓ ଉଦ୍ଭିଦ ପ୍ରଭାବିତ ହେଉଛନ୍ତି। ସନ୍ତସନ୍ତିଆ ଜାଗା, ଗୋଳିଆ ପାଣି, ପଚାଶଢ଼ା ଓ ଅଳିଆ ଆବର୍ଜନା ମଶାଙ୍କ ଲାଗି ଭୂସ୍ବର୍ଗ ହୋଇଛି। ତେଲ, ଅଟା ଆଦି ଖାଉଟି ଦ୍ରବ୍ୟ ଆସୁଥିବା ପ୍ଲାଷ୍ଟିକ ଜରିକୁ ଫୋପାଡ଼ି ଦିଆଯାଉଛି। ଶୋଷ ମେଣ୍ଟାଉଥିବା ପାଣି ପାଉଚଗୁଡିକୁ ମଧ୍ୟ ଏପଟେ ସେପଟେ ଫୋପାଡ଼ି ଦିଆଯାଉଛି। ପଇଡ ପାଣି ପିଇ ସେହି ପଇଡକୁ ମଧ୍ୟ ରାସ୍ତା କଡରେ ପକେଇ ଦିଆଯାଉଛି। ଏହାଦ୍ୱାରା ଡେଙ୍ଗୁ ରୋଗର ପ୍ରାଦୁର୍ଭାବ ଦେଖା ଯିବାର ଆଶଙ୍କା ରହିଛି। ଏହିସବୁର ପ୍ରତିକାର ପାଇଁ ସାନିଟାରୀ ଇନ୍ସପେକ୍ଟରଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସାନିଟାରୀ ଇନ୍ସପେକ୍ଟରଙ୍କ ଆନ୍ତରିକତାର ଅଭାବ ଯୋଗୁ ସହରର ପରିମଳ ବିପଦଗାମୀ ହୋଇଛି ବୋଲି ଅଭିଯୋଗ ହୋଇଛି। ଏହାପରେ ସାନିଟାରୀ ଇନ୍ସପେକ୍ଟର ମାଣିକ ରଞ୍ଜନ ନାୟକଙ୍କୁ ୧୨ା୮ା୨୦୨୨ରେ ଜିଲା ମୁଖ୍ୟ ଚିକିସତ୍ାଧିକାରୀ(ସିଡିଏମ୍‌ଓ) ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନ ନିର୍ଦ୍ଦେଶ ହୋଇଥିଲେ ହେଁ ତାହା ଏଯାଏ ପାଳନ ହୋଇନାହିଁ। ଏ ସଂକ୍ରାନ୍ତରେ ସାନିଟାରୀ ଇନ୍ସପେକ୍ଟର ନାୟକ କହିଛନ୍ତି, ତାଙ୍କ ରିଲିଭର ଆସି ନ ଥିବାରୁ ସେ ଯାଜପୁର ରୋଡ୍‌ ସିଏଚ୍‌ସିରେ ଯୋଗଦେଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri