ବ୍ୟାସନଗରକୁ ଭାରି କଠିନ ବର୍ଜ୍ୟବସ୍ତୁ

ଯାଜପୁର ରୋଡ୍‌,୬ା୯(ଡି.ଏନ.ଏ.):ରାଜ୍ୟର ସମସ୍ତ ପୌର ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ କଠିନ ବର୍ଜ୍ୟବସ୍ତୁର ଠିକ୍‌ ପରିଚାଳନା ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ନିର୍ଦ୍ଦେଶ ଜାରି କରିଛନ୍ତି। କୌଣସି ବର୍ଜ୍ୟବସ୍ତୁକୁ ଖୋଲା ସ୍ଥାନ ତଥା ଆବର୍ଜନା ପକାଯାଉଥିବା ସ୍ଥାନରେ ଜଳାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହାର ଖିଲାପ ଦୃଷ୍ଟିଗୋଚର ହେଲେ ଖିଲାପକାରୀଙ୍କଠାରୁ ପରିବେଶୀୟ କ୍ଷତିପୂରଣ ବାବଦରେ ୫ ହଜାର ଟଙ୍କା ଓ ସମୂହ ଆବର୍ଜନା ଜଳାଇଲେ ୨୫ ହଜାର ଟଙ୍କା ଭୂ-ରାଜସ୍ବ ଆକାରରେ ଆଦାୟ କରାଯିବ। କିନ୍ତୁ ଯାଜପୁର ଜିଲାର ବ୍ୟାସନଗର ପୌର ପରିଷଦ ଏସବୁ ନିର୍ଦ୍ଦେଶକୁ ଅବମାନନା କରିଚାଲିଛିି। ସହରର ଗାନ୍ଧୀ କୁଷ୍ଠ କଲୋନୀ ନିକଟ ରେଲଲାଇନ୍‌ କଡ଼ରେ ବିସ୍ତୃତ ଅଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପାହାଡ଼ ଭଳି ଗଦା ହେବା ସହ ସେଠାରେ ପୋଡ଼ା ଯାଉଥିବା ଦେଖିବାକୁ ମିଳୁଛି। ୨୦୧୯ରୁ ବ୍ୟାସସରୋବର ନିକଟରେ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ନିର୍ମାଣ ହୋଇଥିଲେ ହେଁ ତାହାକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଏସବୁକୁ ନିରୀକ୍ଷଣ କରିବା ଦାୟିତ୍ୱରେ ଥିବା ସାନିଟାରୀ ଇନ୍ସପେକ୍ଟର ଆଖିବୁଜି ଦେଇଛନ୍ତି। ଏଭଳି ଅବହେଳାରୁ ତାଙ୍କୁ ବଦଳି ନିର୍ଦ୍ଦେଶ ହୋଇଥିଲେ ହେଁ ପରିମଳ ଦାୟିତ୍ୱରେ ଥିବା ଠିକାସଂସ୍ଥା ସହ ଭିତିରିଆ ବୁଝାମଣା ଯୋଗୁ ମ୍ୟୁନିସିପାଲିଟିର ମୋହ ତୁଟୁନି ବୋଲି ଅଭିଯୋଗ ହୋଇଛି।
ସହରବାସୀଙ୍କ ମତଦାନରେ କାଉନସିଲର ଓ ଅଧ୍ୟକ୍ଷ ନିର୍ବାଚିତ ହେଉଛନ୍ତି, ଯଦ୍ଦ୍ବାରା ସେମାନେ ନିଜ ଅଞ୍ଚଳର ବିକାଶର ପରିଭାଷା ନିଜେ ସ୍ପଷ୍ଟ କରି ସହରକୁ ଆହୁରି ବିକାଶମୁଖର କରିପାରିବେ। କିନ୍ତୁ ବ୍ୟାସନଗର ପୌରପରିଷଦ ଅଞ୍ଚଳରେ ବିକାଶର ଗତି ଓଲଟା ହୋଇଯାଇଛି। ପରିମଳ ପାଇଁ ଆସୁଥିବା ଅନୁଦାନ ଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଲୋକଙ୍କ ଆଶା ଭରସାକୁ ନିଜ ସ୍ବାର୍ଥରେ ଅଧିକ ନିୟୋଜିତ କରାଯାଉଛି। ଦେଶରେ ସ୍ବଚ୍ଛଭାରତ ଅଭିଯାନ ଜୋରସୋରରେ ଚାଲିଥିବାବେଳେ ବ୍ୟାସନଗର ପୌରପରିଷଦ ଅଞ୍ଚଳକୁ ବୋଧହୁଏ ତାହା ଛୁଇଁ ପାରିନାହିଁ। ବ୍ୟାସନଗରରେ ମଇଳା ଉଠାଣ କାର୍ଯ୍ୟ ନିୟମିତ ଭାବେ ହେଉଥିବାବେଳେ କମ୍ପୋଷ୍ଟିଙ୍ଗ ସେଣ୍ଟରରେ ଆବର୍ଜନାର ବିଶୋଧନ ପ୍ରକ୍ରିୟା ହୋଇ ପାରୁନାହିଁ। ପରିସ୍ଥିତି ଏପରି ହୋଇଛି ଯେ, ସହରର ବ୍ୟାସ ସରୋବର ଅଞ୍ଚଳରେ ଗଦା ଗଦା ମଇଳା ଆବର୍ଜନା ପଡ଼ି ରହିଛି। ଫଳରେ ସହରରେ ମଶାମାଛିଙ୍କ ଉପତ୍ାତ ବଢ଼ିବାରେ ଲାଗିଛି। ଏହିକ୍ରମରେ ବ୍ୟାସନଗରର କଠିନ ବର୍ଜ୍ୟବସ୍ତୁ ପରିବେଶ ଉପରେ ଭାରି ହେଉଛି। ଏହାର ପରିଚାଳନା ଠିକ ହେଉ ନ ଥିବାବେଳେ ସହରବାସୀଙ୍କ ପାଇଁ ଏବେ ବିପଦର କାରଣ ହେଉଛି। ଏହାଦ୍ୱାରା ପ୍ରଦୂଷଣ ବୃଦ୍ଧି ପାଉଥିବାବେଳେ ଉଭୟ ପ୍ରାଣୀ ଓ ଉଦ୍ଭିଦ ପ୍ରଭାବିତ ହେଉଛନ୍ତି। ସନ୍ତସନ୍ତିଆ ଜାଗା, ଗୋଳିଆ ପାଣି, ପଚାଶଢ଼ା ଓ ଅଳିଆ ଆବର୍ଜନା ମଶାଙ୍କ ଲାଗି ଭୂସ୍ବର୍ଗ ହୋଇଛି। ତେଲ, ଅଟା ଆଦି ଖାଉଟି ଦ୍ରବ୍ୟ ଆସୁଥିବା ପ୍ଲାଷ୍ଟିକ ଜରିକୁ ଫୋପାଡ଼ି ଦିଆଯାଉଛି। ଶୋଷ ମେଣ୍ଟାଉଥିବା ପାଣି ପାଉଚଗୁଡିକୁ ମଧ୍ୟ ଏପଟେ ସେପଟେ ଫୋପାଡ଼ି ଦିଆଯାଉଛି। ପଇଡ ପାଣି ପିଇ ସେହି ପଇଡକୁ ମଧ୍ୟ ରାସ୍ତା କଡରେ ପକେଇ ଦିଆଯାଉଛି। ଏହାଦ୍ୱାରା ଡେଙ୍ଗୁ ରୋଗର ପ୍ରାଦୁର୍ଭାବ ଦେଖା ଯିବାର ଆଶଙ୍କା ରହିଛି। ଏହିସବୁର ପ୍ରତିକାର ପାଇଁ ସାନିଟାରୀ ଇନ୍ସପେକ୍ଟରଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସାନିଟାରୀ ଇନ୍ସପେକ୍ଟରଙ୍କ ଆନ୍ତରିକତାର ଅଭାବ ଯୋଗୁ ସହରର ପରିମଳ ବିପଦଗାମୀ ହୋଇଛି ବୋଲି ଅଭିଯୋଗ ହୋଇଛି। ଏହାପରେ ସାନିଟାରୀ ଇନ୍ସପେକ୍ଟର ମାଣିକ ରଞ୍ଜନ ନାୟକଙ୍କୁ ୧୨ା୮ା୨୦୨୨ରେ ଜିଲା ମୁଖ୍ୟ ଚିକିସତ୍ାଧିକାରୀ(ସିଡିଏମ୍‌ଓ) ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନ ନିର୍ଦ୍ଦେଶ ହୋଇଥିଲେ ହେଁ ତାହା ଏଯାଏ ପାଳନ ହୋଇନାହିଁ। ଏ ସଂକ୍ରାନ୍ତରେ ସାନିଟାରୀ ଇନ୍ସପେକ୍ଟର ନାୟକ କହିଛନ୍ତି, ତାଙ୍କ ରିଲିଭର ଆସି ନ ଥିବାରୁ ସେ ଯାଜପୁର ରୋଡ୍‌ ସିଏଚ୍‌ସିରେ ଯୋଗଦେଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?