ପାଳନ ହେଉନି ସର୍କୁଲାର

ଭୁବନେଶ୍ୱର, ୧୪।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡର ବଡ଼ମ୍ବା ରେଞ୍ଜରେ ମାଟି ତଳୁ ଦୁଇଟି ହାତୀ କଙ୍କାଳ ଜବତ ହୋଇଥିଲା। ଏହି ଦୁଇଟି ହାତୀ କଙ୍କାଳକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗତ ୨ ଓ ୩ ତାରିଖରେ ଜେସିବି ଦ୍ୱାରା ଖୋଳି ବାହାର କରିଥିଲା। ଏହି ଘଟଣାରେ ବଡ଼ମ୍ବା ରେଞ୍ଜର, ଦୁଇଜଣ ଫରେଷ୍ଟର ଓ ଦୁଇଜଣ ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ କରାଯାଇଥିଲା। ଆଉ ଜଣେ ଫରେଷ୍ଟର ଗିରଫ ଭୟରେ ଡିଏଫ୍‌ଓଙ୍କ ଅଫିସ ପାଚେରି ଡେଇଁ ଫେରାର ହୋଇଯାଇଥିଲେ। ତେବେ ସେ ଫେରାର ହୋଇଯାଇଥିଲେ ନା ତାଙ୍କୁ ଜାଣିଶୁଣି ଫେରାର କରାଇଦିଆଗଲା ତାହା ସନ୍ଦେହ ଘେରରେ ରହିଛି। ଆଠଗଡ଼ ବନଖଣ୍ଡ ଅଧୀନରେ ୫ଟି ରେଞ୍ଜ ରହିଛି। ସେଗୁଡ଼ିକ ହେଲା ଆଠଗଡ଼, ବଡ଼ମ୍ବା, ଖୁଣ୍ଟୁଣୀ, ନରସିଂହପୁର ପୂର୍ବ ଓ ପଶ୍ଚିମ। ଏଥିମଧ୍ୟରୁ ୪ଟି ବନାଞ୍ଚଳର ରେଞ୍ଜ ଅଧିକାରୀ ଏବେ ନିଲମ୍ବନରେ ଅଛନ୍ତି। ଏସବୁ ଘଟଣାକୁ ଦେଖିଲେ ଆଠଗଡ଼ ବନଖଣ୍ଡ ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ସ୍ଥାନ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି। ସବୁଠାରୁ ବଡ଼ କଥା ହେଲା, ଏତେ ସବୁ ପରେ ବି ୨୦୧୨ ସର୍କୁଲାରକୁ ବନବିଭାଗ ପାଳନ କରୁନାହିଁ। କାରଣ ଆଠଗଡ଼ ଡିଏଫ୍‌ଓଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି।
ସୋମବାର ଓଡ଼ିଶା ବନ୍ୟପ୍ରାଣୀ ସମିତି ଓ ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ତରଫରୁ ଆୟୋଜିତ ମିଳିତ ଖବରଦାତା ସମ୍ମିଳନୀରେ ବିଶ୍ୱଜିତ ରାଜ୍ୟରେ ହାତୀ ଶିକାର ରୋକିବାରେ ବନ ବିଭାଗର ବିଫଳତାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଗତ ୧୨ବର୍ଷ ଭିତରେ ଓଡ଼ିଶାରେ ୯୪୭ଟି ହାତୀଙ୍କର ମୃତ୍ୟୁ ଘଟିଛି। ହାତୀ ମୃତ୍ୟୁ ଲୁଚାଇବା ପାଇଁ ବନ କର୍ମଚାରୀ ବିଭିନ୍ନ ଉପାୟ କରୁଛନ୍ତି। ହାତୀ ମୃତ୍ୟୁ ଘଟଣା ପାଇଁ ଡିଏଫ୍‌ଓ ଦାୟୀ ରହିବେ ବୋଲି ୨୦୧୨ରେ ରାଜ୍ୟ ବନ ବିଭାଗ ସର୍କୁଲାର ଜାରି କରିଥିଲା। କିନ୍ତୁ ଏହି ସର୍କୁଲାରକୁ ଅଦ୍ୟାବଧି ପାଳନ କରାଯାଇ ନାହିଁ। ସବୁଠି ତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବଡ଼ ଅଧିକାରୀଙ୍କୁ ଛାଡ଼ି ଦିଆଯାଉଛି ବୋଲି ବିଶ୍ୱଜିତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri