ପାଳନ ହେଉନି ସର୍କୁଲାର

ଭୁବନେଶ୍ୱର, ୧୪।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡର ବଡ଼ମ୍ବା ରେଞ୍ଜରେ ମାଟି ତଳୁ ଦୁଇଟି ହାତୀ କଙ୍କାଳ ଜବତ ହୋଇଥିଲା। ଏହି ଦୁଇଟି ହାତୀ କଙ୍କାଳକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗତ ୨ ଓ ୩ ତାରିଖରେ ଜେସିବି ଦ୍ୱାରା ଖୋଳି ବାହାର କରିଥିଲା। ଏହି ଘଟଣାରେ ବଡ଼ମ୍ବା ରେଞ୍ଜର, ଦୁଇଜଣ ଫରେଷ୍ଟର ଓ ଦୁଇଜଣ ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ କରାଯାଇଥିଲା। ଆଉ ଜଣେ ଫରେଷ୍ଟର ଗିରଫ ଭୟରେ ଡିଏଫ୍‌ଓଙ୍କ ଅଫିସ ପାଚେରି ଡେଇଁ ଫେରାର ହୋଇଯାଇଥିଲେ। ତେବେ ସେ ଫେରାର ହୋଇଯାଇଥିଲେ ନା ତାଙ୍କୁ ଜାଣିଶୁଣି ଫେରାର କରାଇଦିଆଗଲା ତାହା ସନ୍ଦେହ ଘେରରେ ରହିଛି। ଆଠଗଡ଼ ବନଖଣ୍ଡ ଅଧୀନରେ ୫ଟି ରେଞ୍ଜ ରହିଛି। ସେଗୁଡ଼ିକ ହେଲା ଆଠଗଡ଼, ବଡ଼ମ୍ବା, ଖୁଣ୍ଟୁଣୀ, ନରସିଂହପୁର ପୂର୍ବ ଓ ପଶ୍ଚିମ। ଏଥିମଧ୍ୟରୁ ୪ଟି ବନାଞ୍ଚଳର ରେଞ୍ଜ ଅଧିକାରୀ ଏବେ ନିଲମ୍ବନରେ ଅଛନ୍ତି। ଏସବୁ ଘଟଣାକୁ ଦେଖିଲେ ଆଠଗଡ଼ ବନଖଣ୍ଡ ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ସ୍ଥାନ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି। ସବୁଠାରୁ ବଡ଼ କଥା ହେଲା, ଏତେ ସବୁ ପରେ ବି ୨୦୧୨ ସର୍କୁଲାରକୁ ବନବିଭାଗ ପାଳନ କରୁନାହିଁ। କାରଣ ଆଠଗଡ଼ ଡିଏଫ୍‌ଓଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି।
ସୋମବାର ଓଡ଼ିଶା ବନ୍ୟପ୍ରାଣୀ ସମିତି ଓ ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ତରଫରୁ ଆୟୋଜିତ ମିଳିତ ଖବରଦାତା ସମ୍ମିଳନୀରେ ବିଶ୍ୱଜିତ ରାଜ୍ୟରେ ହାତୀ ଶିକାର ରୋକିବାରେ ବନ ବିଭାଗର ବିଫଳତାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଗତ ୧୨ବର୍ଷ ଭିତରେ ଓଡ଼ିଶାରେ ୯୪୭ଟି ହାତୀଙ୍କର ମୃତ୍ୟୁ ଘଟିଛି। ହାତୀ ମୃତ୍ୟୁ ଲୁଚାଇବା ପାଇଁ ବନ କର୍ମଚାରୀ ବିଭିନ୍ନ ଉପାୟ କରୁଛନ୍ତି। ହାତୀ ମୃତ୍ୟୁ ଘଟଣା ପାଇଁ ଡିଏଫ୍‌ଓ ଦାୟୀ ରହିବେ ବୋଲି ୨୦୧୨ରେ ରାଜ୍ୟ ବନ ବିଭାଗ ସର୍କୁଲାର ଜାରି କରିଥିଲା। କିନ୍ତୁ ଏହି ସର୍କୁଲାରକୁ ଅଦ୍ୟାବଧି ପାଳନ କରାଯାଇ ନାହିଁ। ସବୁଠି ତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବଡ଼ ଅଧିକାରୀଙ୍କୁ ଛାଡ଼ି ଦିଆଯାଉଛି ବୋଲି ବିଶ୍ୱଜିତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri