Posted inଜାତୀୟ

‘ଅନ୍‌ଲାଇନ ବେଟିଂ ବିଜ୍ଞାପନରୁ ଦୂରେଇ ରୁହ’

ନୂଆଦିଲ୍ଲୀ,୧୪।୬: ବେଟିଂ ଓ ଜୁଆ ଦେଶର ଅଧିକାଂଶ ଅଞ୍ଚଳରେ ବେଆଇନ ହୋଇଥିବାବେଳେ ଏହା ଗ୍ରାହକଙ୍କର ଗୁରୁତର ସାମାଜିକ ଓ ଆର୍ଥତ୍କ କ୍ଷତି ଘଟାଇଥାଏ। ବିଶେଷ କରି ଯୁବପିଢ଼ି ଓ ପିଲାମାନେ ଏଭଳି ଅନ୍‌ଲାଇନ ଗେମ୍‌ ବିଜ୍ଞାପନ ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି। ତେଣୁ ଅନ୍‌ଲାଇନ ବେଟିଂ ପ୍ଲାଟଫର୍ମଗୁଡ଼ିକର ବିଜ୍ଞାପନରୁ ଦୂରେଇ ରହିବା ଲାଗି ସୂଚନା ପ୍ରସାରଣ ମନ୍ତ୍ରଣାଳୟ ସୋମବାର ସମସ୍ତ ଛାପା, ଇଲେକ୍ଟ୍ରୋନିକ ଓ ଡିଜିଟାଲ ଗଣମାଧ୍ୟମକୁ ପରାମର୍ଶ ଦେଇଛି। ବିଭିନ୍ନ ଗଣମାଧ୍ୟମରେ ବହୁସଂଖ୍ୟାରେ ଅନ୍‌ଲାଇନ ବେଟିଂ ଓ୍ବେବ୍‌ସାଇଟ/ପ୍ଲାଟଫର୍ମଗୁଡ଼ିକର ବିଜ୍ଞାପନ ଆସୁଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ମସେଗୁଡ଼ିକୁ ନ ଛାପିବା ଓ ପ୍ରସାରଣ ନ କରିବାକୁ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମକୁ କୁହାଯାଇଛି। ସେହିପରି ଅନ୍‌ଲାଇନ ଓ ସୋସିଆଲ ମିଡିଆଗୁଡ଼ିକ ଭାରତରେ ଏଭଳି ବିଜ୍ଞାପନ ନ ଦେଖାଇବାକୁ ପରାମର୍ଶ ଦିଆଯାଇଛି।
ଅନ୍‌ଲାଇନ ବେଟିଂ ବିଜ୍ଞାପନଗୁଡ଼ିକ ବିଭ୍ରାନ୍ତିକର। ଏଭଳି ବିଜ୍ଞାପନ ପ୍ରକାଶନ ଓ ପ୍ରସାରଣରେ ଖାଉଟି ସୁରକ୍ଷା ଆଇନ, ୨୦୧୯, କେବୁଲ ଟେଲିଭିଜନ ନେଟ୍‌ଓ୍ବର୍କସ ନିୟନ୍ତ୍ରଣ

ଆଇନ, ୧୯୯୫ର ବିଜ୍ଞାପନ କୋଡ୍‌ ଏବଂ ପ୍ରେସ୍‌ କାଉନସିଲ ଆଇନ, ୧୯୭୮ରେ ଭାରତର ପ୍ରେସ୍‌ କାଉନସିଲ୍‌ ଧାର୍ଯ୍ୟ କରିଥିବା ବିଜ୍ଞାପନ ନିୟମ ପାଳନ ହେଉନାହିଁ। ୨୦୨୦ ଡିସେମ୍ବର ୪ରେ ଘରୋଇ ସାଟେଲାଇଟ ଟିଭି ଚ୍ୟାନେଲଗୁଡ଼ିକୁ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇ ଅନ୍‌ଲାଇନ ଗେମ୍‌ ବିଜ୍ଞାପନ ପ୍ରସାରଣ ବେଳେ ଭାରତର ବିଜ୍ଞାପନ ମାନ ପରିଷଦର (ଏଏସ୍‌ସିଆଇ) ଗାଇଡ୍‌ଲାଇନ ପାଳନ କରିବାକୁ କୁହାଯାଇଥିଲା। ସେହିବର୍ଷ ଡିସେମ୍ବର ୧୫ରେ କାର୍ଯ୍ୟକାରୀ ହୋଇଥିବା ଉକ୍ତ ଗାଇଡ୍‌ଲାଇନ ଅନୁଯାୟୀ ଗେମିଂ ବିଜ୍ଞାପନରେ ୧୮ ବର୍ଷରୁ କମ୍‌ ପିଲାଙ୍କୁ ଟଙ୍କା ଜିତିବା ପାଇଁ ଅନ୍‌ଲାଇନ ଗେମ୍‌ ଖେଳୁଥିବା ଦେଖାଯାଇପାରିବ ନାହିଁ କିମ୍ବା ଏଭଳି ପିଲା ଅନ୍‌ଲାଇନ ଗେମ୍‌ ଖେଳିପାରିବେ ବୋଲି ପ୍ରସ୍ତାବ ଦିଆଯାଇପାରିବ ନାହିଁ। ସେହିପରି ଏହାକୁ ଆୟର ଏକ ସୁଯୋଗ ବା ବିକଳ୍ପ ନିଯୁକ୍ତି ଭାବେ ଉପସ୍ଥାପନ କରାଯାଇପାରିବ ନାହିଁ ବୋଲି ଗାଇଡ୍‌ଲାଇନରେ କୁହାଯାଇଥିଲା। ସେହିପରି ଅନ୍‌ଲାଇନ ଗେମିଂରେ ସମ୍ପୃକ୍ତ ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଅଧିକ ସଫଳ ବୋଲି ବିଜ୍ଞାପନରେ ଦର୍ଶାଯାଇପାରିବ ନାହିଁ। ଗେମିଂ ବିଜ୍ଞାପନ ସହ ଏକ ଘୋଷଣାନାମା ଦେବା ଲାଗି ଛାପା ଗଣମାଧ୍ୟମକୁ କୁହାଯାଇଥିଲା। ଏହି ଗେମ୍‌ ଆର୍ଥିକ କ୍ଷତି ପହଞ୍ଚାଇବା ସହ ଅଭ୍ୟାସଗତ କରିଦିଏ। ଦାୟିତ୍ୱର ସହ ନିଜ ରିସ୍କରେ ଖେଳିବା ପାଇଁ ଘୋଷଣାନାମାରେ ଲେଖାଯିବାକୁ ଗାଇଡ୍‌ଲାଇନରେ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?