Posted inଜାତୀୟ

ଆତଙ୍କବାଦୀଙ୍କ ଗଡ଼ ଶୋପିଆନ-ପୁଲୱାମାରେ ଖୋଲିଲା ସିନେମା ହଲ, ୩୨ ବର୍ଷ ପରେ ବଡ ପରଦାରେ ଦର୍ଶକେ ଦେଖିବେ ଫିଲ୍ମ

ଜମ୍ମୁ,୧୯ ।୯: ଅନୁଚ୍ଛେଦ ୩୭୦ ଓ ୩୫ଏ ହଟିବା ପରେ ଜମ୍ମୁ-କଶ୍ମରରେ ହୋଇଚାଲିଥିବା ପରିବର୍ତ୍ତନ ଓ ପରିବର୍ତ୍ତିତ ଚିତ୍ରର ଏକ ସତ୍ୟ ରବିବାର ସାମ୍ନାକୁ ଆସିଛି । ଆତଙ୍କବାଦୀଙ୍କ ଦବଦବା ଯୋଗୁ କଶ୍ମୀର ଘାଟିରେ ବନ୍ଦ ହୋଇଯାଇଥିବା ସିନେମା ହଲ ସଂସ୍କୃତିରେ ୩୨ ବର୍ଷ ପରେ ଚମକ ଆସିଛି । ଶୋପିଆନ ଓ ପୁଲୱାମାରେ ରବିବାର ସିନେମା ହଲ ଖୋଲିଯିବାରୁ ଏବେ କଶ୍ମୀରବାସୀ ରୂପେଲି ପରଦାକୁ ପାଖରୁ ଦେଖିବାକୁ ପାଇବେ । ରୁପେଲି ପରଦାରେ ଚଳଚ୍ଚିତ୍ର ଦେଖିବା ସ୍ୱପ୍ନକୁ ପୁରଣ କରିବାକୁ ଏମାନଙ୍କୁ ପ୍ରାୟ ୩୦୦ କିଲୋମିଟର ଜମ୍ମୁ ଅବା କୌଣସି ଅନ୍ୟ ସ୍ଥାନକୁ ଯିବାକୁ ପଡୁଥିଲା ।
କଶ୍ମୀର ସଂଭାଗରେ ଗୋଟିଏ ମାତ୍ର ସିନେମା ହଲ ଆତଙ୍କବାଦୀଙ୍କ ସମୟରେ ୩୨ ବର୍ଷ ପରେ ବାରାମୁଳା ଜିଲାରେ ମେ’ ମାସର ଖୋଲିଛି । ଏହି ହଲ ପଟ୍ଟନର ହାଇଦରବେଗରେ ସେନା ଶିବିର ପରିସରରେ ରହିଛି । ଭାଙ୍ଗିଯାଇଥିବା ଜୋରାବର ସିନେମା ହଲକୁ ମରାମତି କରି ସେନା ମେ ୨୧ରେ ଦର୍ଶକଙ୍କ ପାଇଁ ଖୋଲି ଦେଇଥିଲା । ପ୍ରଥମ ଦିନରେ ହିଁ ସିନେମା ହଲ ଅସମ୍ଭବ ଭିଡ ହୋଇଥିଲା । ସରକାର ଶ୍ରୀନଗରର ବାଦାମିବାଗ ସେନା ଶିବିର ପରିସରରେ ଏକ ମଲ୍ଟିପ୍ଲେକ୍ସ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏଠାରେ ପୂର୍ବରୁ ଏକ ସିନେମା ହଲ ଥିଲା ହେଲେ ଆତଙ୍କବାଦୀଙ୍କ ପ୍ରବେଶ ପରେ ଏହା ବନ୍ଦ ହୋଇଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri