Posted inଜାତୀୟ

ଆତଙ୍କବାଦୀଙ୍କ ଗଡ଼ ଶୋପିଆନ-ପୁଲୱାମାରେ ଖୋଲିଲା ସିନେମା ହଲ, ୩୨ ବର୍ଷ ପରେ ବଡ ପରଦାରେ ଦର୍ଶକେ ଦେଖିବେ ଫିଲ୍ମ

ଜମ୍ମୁ,୧୯ ।୯: ଅନୁଚ୍ଛେଦ ୩୭୦ ଓ ୩୫ଏ ହଟିବା ପରେ ଜମ୍ମୁ-କଶ୍ମରରେ ହୋଇଚାଲିଥିବା ପରିବର୍ତ୍ତନ ଓ ପରିବର୍ତ୍ତିତ ଚିତ୍ରର ଏକ ସତ୍ୟ ରବିବାର ସାମ୍ନାକୁ ଆସିଛି । ଆତଙ୍କବାଦୀଙ୍କ ଦବଦବା ଯୋଗୁ କଶ୍ମୀର ଘାଟିରେ ବନ୍ଦ ହୋଇଯାଇଥିବା ସିନେମା ହଲ ସଂସ୍କୃତିରେ ୩୨ ବର୍ଷ ପରେ ଚମକ ଆସିଛି । ଶୋପିଆନ ଓ ପୁଲୱାମାରେ ରବିବାର ସିନେମା ହଲ ଖୋଲିଯିବାରୁ ଏବେ କଶ୍ମୀରବାସୀ ରୂପେଲି ପରଦାକୁ ପାଖରୁ ଦେଖିବାକୁ ପାଇବେ । ରୁପେଲି ପରଦାରେ ଚଳଚ୍ଚିତ୍ର ଦେଖିବା ସ୍ୱପ୍ନକୁ ପୁରଣ କରିବାକୁ ଏମାନଙ୍କୁ ପ୍ରାୟ ୩୦୦ କିଲୋମିଟର ଜମ୍ମୁ ଅବା କୌଣସି ଅନ୍ୟ ସ୍ଥାନକୁ ଯିବାକୁ ପଡୁଥିଲା ।
କଶ୍ମୀର ସଂଭାଗରେ ଗୋଟିଏ ମାତ୍ର ସିନେମା ହଲ ଆତଙ୍କବାଦୀଙ୍କ ସମୟରେ ୩୨ ବର୍ଷ ପରେ ବାରାମୁଳା ଜିଲାରେ ମେ’ ମାସର ଖୋଲିଛି । ଏହି ହଲ ପଟ୍ଟନର ହାଇଦରବେଗରେ ସେନା ଶିବିର ପରିସରରେ ରହିଛି । ଭାଙ୍ଗିଯାଇଥିବା ଜୋରାବର ସିନେମା ହଲକୁ ମରାମତି କରି ସେନା ମେ ୨୧ରେ ଦର୍ଶକଙ୍କ ପାଇଁ ଖୋଲି ଦେଇଥିଲା । ପ୍ରଥମ ଦିନରେ ହିଁ ସିନେମା ହଲ ଅସମ୍ଭବ ଭିଡ ହୋଇଥିଲା । ସରକାର ଶ୍ରୀନଗରର ବାଦାମିବାଗ ସେନା ଶିବିର ପରିସରରେ ଏକ ମଲ୍ଟିପ୍ଲେକ୍ସ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏଠାରେ ପୂର୍ବରୁ ଏକ ସିନେମା ହଲ ଥିଲା ହେଲେ ଆତଙ୍କବାଦୀଙ୍କ ପ୍ରବେଶ ପରେ ଏହା ବନ୍ଦ ହୋଇଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri