୨୦ ବିଜେତାଙ୍କୁ ସ୍ବର୍ଣ୍ଣ, ୪୧ ଜଣଙ୍କୁ ରୌପ୍ୟ ମୁଦ୍ରା

ଭୁବନେଶ୍ୱର,୧୯ା୯(ବ୍ୟୁରୋ): ଭଉଣୀ ଭାଇର ସମ୍ପର୍କ ଅବର୍ଣ୍ଣନୀୟ। ଏହି ବନ୍ଧନ ସର୍ବଦା ଅତୁଟ। ନିଜର ନ ହୋଇ ମଧ୍ୟ ପ୍ରତ୍ୟେକ ଝିଅଙ୍କୁ ନିଜ ଭଉଣୀ ଭଳି ସ୍ନେହ ଦେଇପାରିଲେ ଦେଶରେ ଏକ ସୁନ୍ଦର ସମାଜ ସୃଷ୍ଟି ହୋଇପାରିବ। ରାଖୀ ବାନ୍ଧୁଥିବା ଝିଅକୁ ସମ୍ମାନ, ସୁରକ୍ଷା, ସ୍ନେହ ଦେବା ପ୍ରତ୍ୟେକ ବ୍ୟକ୍ତିଙ୍କ କର୍ତ୍ତବ୍ୟ ହେବା ଉଚିତ୍‌ ବୋଲି ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ରବିବାର ମାଷ୍ଟରକ୍ୟାଣ୍ଟିନସ୍ଥିତ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶା ପରିସରରେ ‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ରାଖୀ ବାର୍ତ୍ତା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ‘ଅତୁଟ ବନ୍ଧନ ୨୦୨୨’ରେ ଯୋଗଦେଇ ତଥାଗତ କହିଲେ, ରକ୍ତର ଭଉଣୀ ନ ହେଲେ ମଧ୍ୟ ରାଖୀ ବାନ୍ଧୁଥିବା ଝିଅକୁ ନିଜର ଭାବିବା ମନୋଭାବ ସମସ୍ତଙ୍କର ଆସିବା ଦରକାର। ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ କହିଲେ, ପାଠିକାପାଠକମାନେ ଆମ ପାଇଁ ସବୁବେଳେ ସ୍ବତନ୍ତ୍ର। ଏଭଳି କାର୍ଯ୍ୟକ୍ରମ ପାଠିକାପାଠକଙ୍କ ସହ ମିଶିବାର ସୁଯୋଗ ସୃଷ୍ଟି କରୁଛି। ସମସ୍ତେ ନିଜର ମୂଲ୍ୟବାନ୍‌ ସମୟ କାଢ଼ି ଉତ୍ସବରେ ଯୋଗ ଦେଇଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ପ୍ରତିଷ୍ଠାତା ରାଜେଶ ଗୁପ୍ତା, ଗ୍ରୀନ୍‌ ଚିଲିଜ୍‌ର ପରିଚାଳନା ନିର୍ଦ୍ଦେଶକ ଏମ୍‌.କେଶବ ରାଓ, ପଣ୍ଡା ଟ୍ରାଭେଲ୍ସର ପ୍ରତିନିଧି ରଞ୍ଜିତ ମହାନ୍ତି ଯୋଗଦେଇ ଧରିତ୍ରୀର ଏଭଳି ପ୍ରୟାସ ପାଇଁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ୬୧ଜଣ ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ୨୦ଜଣଙ୍କୁ ସ୍ବର୍ଣ୍ଣ ମୁଦ୍ରା ଓ ୪୦ଜଣଙ୍କୁ ରୌପ୍ୟ ମୁଦ୍ରା ସହ ଜଣଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ରୌପ୍ୟ ମୁଦ୍ରା ପ୍ରଦାନ କରାଯାଇଛି। ଏହି ଅବସରରେ କଣ୍ଠଶିଳ୍ପୀ କାଜଲ ଓ ବିଭୁଙ୍କ କଣ୍ଠରୁ ବିଭିନ୍ନ ସଙ୍ଗୀତକୁ ଉପସ୍ଥିତ ଦର୍ଶକ ଉପଭୋଗ କରିଥିଲେ। ଉପସ୍ଥାପିକା ଶୋଭନା ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଆଦ୍ୟାଶା ସତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ଏହି ଉତ୍ସବର ମୁଖ୍ୟ ପ୍ରାୟୋଜକ ଥିବାବେଳେ ଖିମ୍‌ଜୀ ସହଯୋଗୀ ରହିଥିଲା। ସେହିଭଳି ରୁଚି, ଗ୍ରୀନ୍‌ ଚିଲିଜ୍‌, ପଣ୍ଡା ଟ୍ରାଭେଲ୍ସ, ଚାନ୍ଦି ଭଣ୍ଡାର, ଡ୍ୟୁରାଶାଇନ୍‌ ସହ ପ୍ରାୟୋଜକ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri