ରତ୍ନଭଣ୍ଡାର ଖୋଲିବାରେ ବିଳମ୍ବ କରିବା ଅଫିସରଙ୍କ ଅହଂକାର: ବିଜୟ

ଭୁବନେଶ୍ବର,୧୯ା୯(ବ୍ୟୁରୋ):ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉଥିବା ଓଡ଼ିଶା ହାଇକୋର୍ଟର ଆମିକସ୍‌କ୍ୟୁରି ଏନ୍‌.କେ. ମହାନ୍ତିଙ୍କ ମତ ପ୍ରକାଶ ପରେ ବିରୋଧୀ ଦଳ ନେତାଙ୍କ ପକ୍ଷରୁ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ଦାବି ଜୋର ହୋଇଛି। ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ରବିବାର ଖବରଦାତା ସମ୍ମିଳନୀ କରି ଏହି ଦାବି ଉଠାଇବା ସହ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ବିଳମ୍ବ କରିବା ଅଫିସରଙ୍କ ଏକ ଅହଙ୍କାର। ରତ୍ନଭଣ୍ଡାର ଓ ଏହା ଭିତରେ ଥିବା ସମ୍ପତ୍ତି ସୁରକ୍ଷିତ ଅଛି ନା ନାହିଁ ତାହାକୁ ନେଇ ଲୋକଙ୍କ ସନ୍ଦେହ ସରକାରଙ୍କ ଉପରେ ବଢୁଛି। କାରଣ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ବ୍ୟାପକ ଅବହେଳା କରାଯାଇଛି, ଯାହା ଆମିକସକ୍ୟୁରିଙ୍କ ସମୀକ୍ଷା ପରେ ଜଣାପଡ଼ିଛି। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍‌ଆଇ ହାତରେ ରହିଛି। ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାରଙ୍କ କାମ ଖୁବ୍‌ କମ୍‌। ତେଣୁ ଏଏସ୍‌ଆଇ ଠିକ୍‌ ଭାବେ କାମ କରିନାହିଁ ବୋଲି ସ୍ପଷ୍ଟ ହୋଇଛି।
ବିଜୟ ଆହୁରି କହିଛନ୍ତି, ପୁରୀବାସୀଙ୍କ ସମେତ ସମସ୍ତ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଦାବି ରତ୍ନଭଣ୍ଡାର ଖୋଲାଯାଉ। ଏକଦା ରତ୍ନଭଣ୍ଡାର ସ୍ଥିତି ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରି ଯାଞ୍ଚ କରିବାକୁ କହିଥିଲେ। ହେଲେ କିଛି ଅଫିସର୍‌ ରତ୍ନଭଣ୍ଡାର ଚାବି ନ ପାଇ ଫେରି ଆସିଲେ ବୋଲି ବାହାନା କରିଦେଲେ। ରାଜ୍ୟ ସରକାର ମଧ୍ୟ ଏହାପରଠାରୁ ରତ୍ନଭଣ୍ଡାର ଖୋଲିବାକୁ ପଦକ୍ଷେପ ନେଲେନାହିଁ। ବଡ଼ ବଡ଼ିଆ ବାବୁମାନଙ୍କ ଭ୍ରମ ରହିଛି, ଏହା ରାଜ୍ୟ ସରକାରଙ୍କ ସମ୍ପତ୍ତି। ହେଲେ ଏହା ରାଜ୍ୟ ସରକାରଙ୍କ ସମ୍ପତ୍ତି ନୁହେଁ। ତାହା ଖୋଲାଯିବା ତୁରନ୍ତ ଆବଶ୍ୟକ। ଏଏସ୍‌ଆଇ ମଧ୍ୟ ରତ୍ନଭଣ୍ଡାର ପ୍ରତି ବିପଦ ଥିବା କହିସାରିଛି। ୧୯୭୮, ୧୯୮୨, ୧୯୮୫ରେ ୩ ଥର ରତ୍ନଭଣ୍ଡାର ଖୋଲା ଯାଇଥିଲା। ସେତେବେଳେ ରତ୍ନଭଣ୍ଡାର କମିଟି ଗଠନ ହୋଇଥିବା ନେଇ ରିପୋର୍ଟରେ ରହିଛି। ରତ୍ନଭଣ୍ଡାର ଭିତରେ ୧୨୮୩୮ ଭରି ସୁନା ଅଛି। ଏ ପ୍ରକ୍ରିୟାରେ ସାମିଲ ହୋଇଥିବା ଲୋକ ତାମିଲନାଡୁରୁ ଆସିଥିଲେ। ୩ ମାସ ରହିଲେ ରିପୋର୍ଟ ସରକାରଙ୍କୁ ଦେଲେ। ୩ଟି ରତ୍ନର ଚିହ୍ନଟ କିମ୍ବା ଓଜନ କରି ହେଲାନାହିଁ। ରତ୍ନର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ। ୧୯୮୨ ଓ ୧୯୮୫ରେ ଯଦି ଖୋଲା ହୋଇ ଗଣତି ହୋଇଥିଲା ତେବେ ଏବେ ଖୋଲିକି ଗଣତିରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। ଅଫିସର୍‌ମାନେ ମହାପ୍ରଭୁଙ୍କ ସମ୍ପତ୍ତିର ରକ୍ଷକ, ମାଲିକ ନୁହନ୍ତି। ରାଜ୍ୟ ସରକାର ଯେତେ ବିଳମ୍ବ କରିବେ ସେତେ ସନ୍ଦେହକୁ ଆସିବେ ବୋଲି ବିଜୟ କହିଛନ୍ତି। ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବିଜୟ ମହାପାତ୍ରଙ୍କ ଅଭିଯୋଗ ଉପରେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ବିଗତ ଶହେ ବର୍ଷ ହେବ ଯାହା ହୋଇ ନ ଥିଲା ତାହା ଏବେ ହେଉଛି। ଲୋକେ ଏହାକୁ ପ୍ରଶଂସା କରୁଛନ୍ତି। କିଛି ବ୍ୟକ୍ତି ସବୁବେଳେ ନିନ୍ଦୁକ ସାଜି ଲୋକ ସମ୍ପର୍କ ବଢାଇବା ପାଇଁ ପ୍ରୟାସ କରନ୍ତି। ସରକାର ପ୍ରତ୍ୟକ ଜିନିଷ ଉପରେ ତତ୍ପର ରହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ, ରତ୍ନ ଭଣ୍ଡାର ସହ ସଂସ୍କାର ବାବଦରେ ସରକାର କହିସାରିଛନ୍ତି। ତେଣୁ ବିଜୟ ମହାପାତ୍ରଙ୍କ ବୟାନର ଯଥାର୍ଥତା ନାହିଁ ବୋଲି ଲେନିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର କାର୍ଯ୍ୟାନୁଷ୍ଠାନ: ୩ ଜଣ ନିଲମ୍ବିତ

ଭୁବନେଶ୍ୱର,୧୩।୧୦: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?