ରତ୍ନଭଣ୍ଡାର ଖୋଲିବାରେ ବିଳମ୍ବ କରିବା ଅଫିସରଙ୍କ ଅହଂକାର: ବିଜୟ

ଭୁବନେଶ୍ବର,୧୯ା୯(ବ୍ୟୁରୋ):ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉଥିବା ଓଡ଼ିଶା ହାଇକୋର୍ଟର ଆମିକସ୍‌କ୍ୟୁରି ଏନ୍‌.କେ. ମହାନ୍ତିଙ୍କ ମତ ପ୍ରକାଶ ପରେ ବିରୋଧୀ ଦଳ ନେତାଙ୍କ ପକ୍ଷରୁ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ଦାବି ଜୋର ହୋଇଛି। ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ରବିବାର ଖବରଦାତା ସମ୍ମିଳନୀ କରି ଏହି ଦାବି ଉଠାଇବା ସହ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ବିଳମ୍ବ କରିବା ଅଫିସରଙ୍କ ଏକ ଅହଙ୍କାର। ରତ୍ନଭଣ୍ଡାର ଓ ଏହା ଭିତରେ ଥିବା ସମ୍ପତ୍ତି ସୁରକ୍ଷିତ ଅଛି ନା ନାହିଁ ତାହାକୁ ନେଇ ଲୋକଙ୍କ ସନ୍ଦେହ ସରକାରଙ୍କ ଉପରେ ବଢୁଛି। କାରଣ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ବ୍ୟାପକ ଅବହେଳା କରାଯାଇଛି, ଯାହା ଆମିକସକ୍ୟୁରିଙ୍କ ସମୀକ୍ଷା ପରେ ଜଣାପଡ଼ିଛି। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍‌ଆଇ ହାତରେ ରହିଛି। ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାରଙ୍କ କାମ ଖୁବ୍‌ କମ୍‌। ତେଣୁ ଏଏସ୍‌ଆଇ ଠିକ୍‌ ଭାବେ କାମ କରିନାହିଁ ବୋଲି ସ୍ପଷ୍ଟ ହୋଇଛି।
ବିଜୟ ଆହୁରି କହିଛନ୍ତି, ପୁରୀବାସୀଙ୍କ ସମେତ ସମସ୍ତ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଦାବି ରତ୍ନଭଣ୍ଡାର ଖୋଲାଯାଉ। ଏକଦା ରତ୍ନଭଣ୍ଡାର ସ୍ଥିତି ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରି ଯାଞ୍ଚ କରିବାକୁ କହିଥିଲେ। ହେଲେ କିଛି ଅଫିସର୍‌ ରତ୍ନଭଣ୍ଡାର ଚାବି ନ ପାଇ ଫେରି ଆସିଲେ ବୋଲି ବାହାନା କରିଦେଲେ। ରାଜ୍ୟ ସରକାର ମଧ୍ୟ ଏହାପରଠାରୁ ରତ୍ନଭଣ୍ଡାର ଖୋଲିବାକୁ ପଦକ୍ଷେପ ନେଲେନାହିଁ। ବଡ଼ ବଡ଼ିଆ ବାବୁମାନଙ୍କ ଭ୍ରମ ରହିଛି, ଏହା ରାଜ୍ୟ ସରକାରଙ୍କ ସମ୍ପତ୍ତି। ହେଲେ ଏହା ରାଜ୍ୟ ସରକାରଙ୍କ ସମ୍ପତ୍ତି ନୁହେଁ। ତାହା ଖୋଲାଯିବା ତୁରନ୍ତ ଆବଶ୍ୟକ। ଏଏସ୍‌ଆଇ ମଧ୍ୟ ରତ୍ନଭଣ୍ଡାର ପ୍ରତି ବିପଦ ଥିବା କହିସାରିଛି। ୧୯୭୮, ୧୯୮୨, ୧୯୮୫ରେ ୩ ଥର ରତ୍ନଭଣ୍ଡାର ଖୋଲା ଯାଇଥିଲା। ସେତେବେଳେ ରତ୍ନଭଣ୍ଡାର କମିଟି ଗଠନ ହୋଇଥିବା ନେଇ ରିପୋର୍ଟରେ ରହିଛି। ରତ୍ନଭଣ୍ଡାର ଭିତରେ ୧୨୮୩୮ ଭରି ସୁନା ଅଛି। ଏ ପ୍ରକ୍ରିୟାରେ ସାମିଲ ହୋଇଥିବା ଲୋକ ତାମିଲନାଡୁରୁ ଆସିଥିଲେ। ୩ ମାସ ରହିଲେ ରିପୋର୍ଟ ସରକାରଙ୍କୁ ଦେଲେ। ୩ଟି ରତ୍ନର ଚିହ୍ନଟ କିମ୍ବା ଓଜନ କରି ହେଲାନାହିଁ। ରତ୍ନର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ। ୧୯୮୨ ଓ ୧୯୮୫ରେ ଯଦି ଖୋଲା ହୋଇ ଗଣତି ହୋଇଥିଲା ତେବେ ଏବେ ଖୋଲିକି ଗଣତିରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। ଅଫିସର୍‌ମାନେ ମହାପ୍ରଭୁଙ୍କ ସମ୍ପତ୍ତିର ରକ୍ଷକ, ମାଲିକ ନୁହନ୍ତି। ରାଜ୍ୟ ସରକାର ଯେତେ ବିଳମ୍ବ କରିବେ ସେତେ ସନ୍ଦେହକୁ ଆସିବେ ବୋଲି ବିଜୟ କହିଛନ୍ତି। ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବିଜୟ ମହାପାତ୍ରଙ୍କ ଅଭିଯୋଗ ଉପରେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ବିଗତ ଶହେ ବର୍ଷ ହେବ ଯାହା ହୋଇ ନ ଥିଲା ତାହା ଏବେ ହେଉଛି। ଲୋକେ ଏହାକୁ ପ୍ରଶଂସା କରୁଛନ୍ତି। କିଛି ବ୍ୟକ୍ତି ସବୁବେଳେ ନିନ୍ଦୁକ ସାଜି ଲୋକ ସମ୍ପର୍କ ବଢାଇବା ପାଇଁ ପ୍ରୟାସ କରନ୍ତି। ସରକାର ପ୍ରତ୍ୟକ ଜିନିଷ ଉପରେ ତତ୍ପର ରହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ, ରତ୍ନ ଭଣ୍ଡାର ସହ ସଂସ୍କାର ବାବଦରେ ସରକାର କହିସାରିଛନ୍ତି। ତେଣୁ ବିଜୟ ମହାପାତ୍ରଙ୍କ ବୟାନର ଯଥାର୍ଥତା ନାହିଁ ବୋଲି ଲେନିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri