ଚୁକନ୍ଦର ମଙ୍ଗୋଫଲି

 

ଆବଶ୍ୟକ ସାମଗ୍ରୀ : ଓଟ୍‌ସ ଓ ବାଦାମ – ୧ପ୍ୟାକେଟ୍‌, ବିଟ୍‌ – ୬ଟି, ଆଳୁ -୨ଟି, ପିଆଜ – ୩ଟି, ଚଣାଡ଼ାଲି – ୭୫ ଗ୍ରାମ, କର୍ନଫ୍ଲୋର୍‌ – ୩ ଟେବୁଲ ସ୍ପୁନ୍‌, ଧନିଆ ଚଟଣି – ୨ ଟେବୁଲ ସ୍ପୁନ୍‌, କଟା କଞ୍ଚା ଲଙ୍କା – ୧ ଟେବୁଲ ସ୍ପୁନ୍‌, ହଳଦିଆ ଲଙ୍କାଗୁଣ୍ଡ – ୧ଟି ସ୍ପୁନ୍‌, ଗରମ ମସଲା – ୧ଟି ସ୍ପୁନ୍‌, ଅଦା ପେଷ୍ଟ – ୧ଟି ସ୍ପୁନ୍‌, ଘିଅ – ୧ କପ୍‌, ଲୁଣିଆ ମଟର – ଅଧା କପ୍‌, ପୋଦିନା ଚଟଣି – ୬୦ ମିଲି, ଲୁଣ – ସ୍ବାଦ ଅନୁସାରେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚଣା ଡାଲିକୁ ୧ଘଣ୍ଟା ପାଇଁ ପାଣିରେ ଭିଜାଇ ରଖନ୍ତୁ। ପରେ ଏହାକୁ ଭଲ ଭାବେ ସିଝାଇ, ଗ୍ରାଇଣ୍ଡିଙ୍ଗ୍‌ କରନ୍ତୁ। ଚୁଲାରେ ଏକ ପ୍ୟାନ୍‌ ବସାଇ ଏହି ପେଷ୍ଟକୁ ବାସ୍ନା ଆସିବା ପର୍ଯ୍ୟନ୍ତ ଭାଜନ୍ତୁ। ସେହିପରି ଆଳୁକୁ ମଧ୍ୟ କାଟି ଭାଜି ରଖନ୍ତୁ। ବିଟ୍‌ଗୁଡ଼ିକରୁ ଭଲ ଭାବେ ଚୋପା ଛଡ଼ାଇ ଛୋଟ ଛୋଟ କାଟି ସିଝାଇ ଦିଅନ୍ତୁ। ପରେ ସେଥିରେ ଅଦା, କଞ୍ଚା ଲଙ୍କା ଓ ଧନିଆ ପତ୍ର ପକାଇ ଗ୍ରାଇଣ୍ଡିଙ୍ଗ୍‌ କରନ୍ତୁ । ସେଗୁଡ଼ିକୁ ନେଇ ଭଜା ହୋଇ ପୂର୍ବରୁ ରଖା ଯାଇଥିବା ଆଳୁରେ ମିଶାଇ ପୁଣି ଗ୍ରାଇଣ୍ଡିଙ୍ଗ୍‌ କରନ୍ତୁ।
ଏବେ ଏକ ପ୍ୟାନ୍‌ରେ କିଛି ଘିଅ ନିଅନ୍ତୁ। ଘିଅ ଗରମ ହେବା ପରେ ପୂର୍ବ ପ୍ରସ୍ତୁତ ବିଟ୍‌ରୁଟ୍‌ର ମିଶ୍ରଣକୁ ପକାଇ ପାଣି କମିବା ପଯର୍‌ୟନ୍ତ ଘାଣ୍ଟନ୍ତୁ । ମିଶ୍ରଣ ଭଲ ଭାବେ ବହଳିଆ ହୋଇଯିବା ପରେ ଚୁଲା ବନ୍ଦ କରି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।
ଏବେ ସେଥିରେ ଓଟ୍‌ସ, ବାଦାମ, ପୂର୍ବରୁ ପ୍ରସ୍ତୁତ ହୋଇଥିବା ଚଣା ପେଷ୍ଟ, ଗରମ ମସଲା, ହଳଦୀ, ଲଙ୍କାଗୁଣ୍ଡ, କର୍ନଫ୍ଲୋର୍‌ ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏହାକୁ ଗୋଲ ଗୋଲ ଆକାର କରି ଏଥିରେ ପପ୍‌ସିକଲ୍‌ କାଠି ଲଗାନ୍ତୁ। ପରେ ଏଥିରେ ଲୁଣି ମଟରକୁ ପକାଇ, ଅଳ୍ପ ଘିଅରେ ସାମାନ୍ୟ ଗରମ କରନ୍ତୁ। ଶେଷରେ ପିଆଜ ଓ ପୋଦିନା ଚଟଣି ଦେଇ ଖାଇବା ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଲ୍ୟାବ୍‌ରେ ତିଆରି ହେଲା ମା’ କ୍ଷୀର …

ଓ୍ବାଶିଂଟନ,୨।୬: ଶିଶୁ ଜନ୍ମ ପରେ ମା’ କ୍ଷୀର ପିଇବା ଦ୍ୱାରା ଶାରୀରିକ ସହିତ ମାନସିକ ବିକାଶ ହୋଇଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ...

ଆମ୍ବ ଖାଇବା ପରେ ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ

ଆମ୍ବ ପ୍ରାୟତଃ ଅନେକ ଲୋକଙ୍କର ପ୍ରିୟ ଖାଦ୍ୟ ହୋଇଥାଏ। ଗରମ ଦିନରେ ଆମ୍ବ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆମ୍ବ ଖାଇବା ଦ୍ୱାରା ଶରୀରକୁ ଅନେକ...

ପ୍ରାକୃତିକ ଉପାୟରେ ଧଳା କେଶକୁ କଳା କରିବାକୁ ଚାହୁଁଥିଲେ…

କେଶ ଧଳା ହେବା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ବର୍ତ୍ତମାନ ଏହି ସମସ୍ୟା ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କଠାରେ ମଧ୍ୟ ଦେଖାଯାଉଛି। ତେବେ...

ଟ୍ୟାନ୍‌ ଫ୍ରି ତ୍ୱଚା ପାଇଁ କାକୁଡ଼ି

କାକୁଡ଼ି ଖାଇବା କେବଳ ସ୍ବାସ୍ଥ୍ୟ ପାଇଁ ଉପକାରୀ ନୁହେଁ, ବରଂ ଏଥିରେ ଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ ତ୍ୱଚାକୁ ଟ୍ୟାନ୍‌ ଫ୍ରି ରଖିବାରେ ମଧ୍ୟ ବେଶ୍‌ଲାଭଦାୟକ।...

ଯନ୍ତ୍ରଣା କମାଇବାର ସହଜ ଉପାୟ

ସାଧାରଣତଃ ଆମ ଶରୀରରେ ଯନ୍ତ୍ରଣା ଅନୁଭବ କଲେ ଆମେ ତାହାର ତୁରନ୍ତ ଉପଚାର କରିଥାଉ। ବେଳେବେଳେ ଏଥିପାଇଁ ଘରୋଇ ଉପାୟ ଅବଲମ୍ବନ କରିବାକୁ ପଡେ। ଅନ୍ୟପକ୍ଷରେ...

ଆପଣଙ୍କ ସ୍ବାମୀ ରାଗି କି…

ବୈବାହିକ ଜୀବନରେ ସାମାନ୍ୟ କଥାକୁ ନେଇ ସୃଷ୍ଟି ହେଉଥିବା ମନୋମାଳିନ୍ୟ ଏକ ସାଧାରଣ କଥା। ତେବେ ଏହି କାରଣ ନେଇ ଯଦି ସ୍ବାମୀ ରାଗିଯାଆନ୍ତି ଆଉ...

ସୁସ୍ଥ ରହିବା ପାଇଁ ଘରେ ଲଗାନ୍ତୁ ଗଛ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଅନେକ ଲୋକ ଘର ଚାରିପଟେ ବିଭିନ୍ନ ପ୍ରକାର ଗଛ ଲଗାଇ ଥାଆନ୍ତି। ଏହା ଦ୍ୱାରା କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି...

ଶୀତଦିନେ ଶିଶୁର ଯତ୍ନ

ଯେଉଁ ଶିଶୁ ଜନ୍ମବେଳେ ଠିକ୍‌ ଓଜନର ହେବା ସହ ଭଲ ଭାବେ କାନ୍ଦିଥାଏ ଆମେ ତାକୁ ସୁସ୍ଥ ଶିଶୁ ବୋଲି କହିଥାଉ। ତଥାପି ଜନ୍ମପରେ ପରେ...

Advertisement
Archives

Model This Week