ବଡ଼ଦିନ, ନୂଆବର୍ଷ ପାଇଁ କଟକଣା

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): କରୋନା ସଂକ୍ରମଣ ଜାରି ରହିଥିବାବେଳେ ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ଏବେ ଚିନ୍ତା ବଢ଼ିଛି। ସଂକ୍ରମଣ ଏଡାଇବାକୁ ବଡ଼ଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଶନିବାର ଅର୍ଥାତ୍‌ ୨୫ ତାରିଖ ବଡ଼ଦିନ ଓ ଡିସେମ୍ବର ୩୧ରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ଏହା ଲାଗୁ ହେବ। ଏ ନେଇ ଶୁକ୍ରବାର ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବଡ଼ଦିନ ପାଳନକୁ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସର୍ବାଧିକ ୫୦ ଜଣଙ୍କୁ ନେଇ କୋଭିଡ୍‌ ପ୍ରୋଟୋକଲ ମାନି ବଡ଼ଦିନ ପାଳନ ହେବ। ଏଥିସହ ଜିଲା ପ୍ରଶାସନ ବା ମହାନଗର ନିଗମ କର୍ତ୍ତୃପକ୍ଷ ବା ସ୍ଥାନୀୟ କର୍ତ୍ତୃପକ୍ଷ ଯଦି କିଛି ନିୟମ କରିଥା’ନ୍ତି, ତା’ହେଲେ ତାକୁ ବି ପାଳନ କରିବାକୁ ପଡ଼ିବ। ସେହିଭଳି ଜିରୋ ନାଇଟ୍‌ ସେଲିବ୍ରେଶନକୁ ମଧ୍ୟ ବାରଣ କରାଯାଇଛି। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ କୌଣସି ପ୍ରକାର କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ପାର୍କ, କନ୍‌ଭେନ୍‌ଶନ ହଲ୍‌ ଓ କଲ୍ୟାଣ ମଣ୍ଡପରେ ବି ନୂଆବର୍ଷ ପାଳନ ଉପରେ କଟକଣା ଲଗାଯାଇଛି। ସମସ୍ତ ପ୍ରକାର ମିଳିତ ଭୋଜି, ସାମାଜିକ ସମାବେଶ, ରାଲି, ନାଚ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସମ୍ପୂର୍ଣ୍ଣ ମନା କରାଯାଇଛି।
ଅନ୍ୟପକ୍ଷରେ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନରେ ବାହାଘରକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ବାହାଘର ବ୍ୟତୀତ ଅନ୍ୟ ସମସ୍ତ ଉତ୍ସବ ପାଳନ ଉପରେ ରୋକ୍‌ ଲଗାଇଛନ୍ତି। ବାହାଘରକୁ ଅନୁମତି ମିଳିଥିବାବେଳେ ବିବାହ ଉତ୍ସବ ଭୋଜି ବା ରିସେପ୍‌ଶନ ପାର୍ଟି ଉପରେ କଟକଣା ଲଗାଯାଇଛି। ଅର୍ଥାତ୍‌ କୋଭିଡ୍‌ କଟକଣାରେ ବାହାଘର ହୋଇପାରିବ, କିନ୍ତୁ ଅତିଥିଙ୍କ ପାଇଁ ଭୋଜି କରିପାରିବେ ନାହିଁ। ବାହାଘରରେ ଭିଡ଼ ନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍‌-୧୯ କଟକଣା ମଧ୍ୟରେ ଅନ୍ତ୍ୟୋଷ୍ଟି କ୍ର୍ରିୟା ବା ଶେଷକୃତ୍ୟ ସମ୍ପନ୍ନ କରିବାକୁ ମଧ୍ୟ ଅନୁମତି ମିଳିଛି। ଯେପରି ଅଧିକ ଲୋକଙ୍କ ଭିଡ଼ ନ ଜମିବ ସେଥିପାଇଁ ଏହିସବୁ କାର୍ଯ୍ୟକ୍ରମ ଉପରେ ସ୍ଥାନୀୟ ପ୍ରଶାସନର ନଜର ରହିବ। ଏ ନେଇ ଜିଲାପାଳ, ମହାନଗର ନିଗମ କମିଶନର, ପୋଲିସ କମିଶନରଙ୍କୁ କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦରକାର ପଡ଼ିଲେ ଅଧିକ କଟକଣା ଲଗାଇବାକୁ ବି ସେମାନଙ୍କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।
ସୂଚନାଯୋଗ୍ୟ, ବଡ଼ଦିନ ଓ ନୂଆବର୍ଷ ପାଇଁ ପ୍ରଥମେ ଡିସେମ୍ବର ୨୫ରୁ ଜାନୁୟାରୀ ୨ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଥିଲା। ପରେ ଏଥିରେ ପରିବର୍ତ୍ତନ କରାଯାଇ କେବଳ ବଡ଼ଦିନ ୨୫ ତାରିଖ ଓ ଡିସେମ୍ବର ୩୧ରୁ ଜାନୁୟାରୀ ୨ ତାରିଖରେ କଟକଣା ଲାଗୁହେବା ନେଇ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସ୍‌ଆର୍‌ସି। ଏଠାରେ ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୬ ହେଉଛି ବିଜୁ ଜନତା ଦଳ (ବିଜେଡି)ର ୨୫ତମ ପ୍ରତିଷ୍ଠା ଦିବସ।


Enter your email to get our daily news in your inbox.

All Right Reserved By Dharitri.Com

କାର ଧକ୍କାରେ ବୋହୂ ମୃତ: ଜେଜେ, ନାତୁଣୀ ଗୁରୁତର

ଗଞ୍ଜାମ,୧୯।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଏକ ଢାବା ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।...

ଅମ୍ଫନ୍‌ରେ ୪୫ ଲକ୍ଷ ଲୋକ ପ୍ରଭାବିତ: ଏନ୍‌ସିଏମ୍‌ସିକୁ ସୂଚନା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୨।୫(ବ୍ୟୁରୋ): ସାମୁଦ୍ରିକ ଝଡ଼ ଅମ୍ଫନ୍‌ରେ ରାଜ୍ୟର ୧୫୦୦ ପଞ୍ଚାୟତର ୪୪.୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବାତ୍ୟା ପ୍ରଭାବରେ ପ୍ରାୟ ୧ଲକ୍ଷ ହେକ୍ଟର ଜମିରେ ଫସଲ...

ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୧କୁ ବୃଦ୍ଧି

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ସୀମା ବିବାଦକୁ ନେଇ ସର୍ବଦଳୀୟ ବୈଠକ, ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରିବେ ପିନାକୀ ମିଶ୍ର

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଲଦାଖ ଗାଲଓ୍ବାନ ଭ୍ୟାଲିରେ ଗତ ୧୬ ତାରିଖରେ ଭାରତ-ଚାଇନା ସେନା ମୁହାଁମୁହିଁ ଘଟଣାରେ ୨୦ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏ ନେଇ...

ପ୍ରଶାସନର ନୂଆବର୍ଷ ପ୍ରସ୍ତୁତି: ଝଲସିଲାଣି ମେଘନାଦ ପାଚେରି; ଶେଷ ପର୍ଯ୍ୟାୟରେ ବ୍ୟାରିକେଡ କାମ

ପୁରୀ ଅଫିସ, ୨୯ା୧୨:  ଆଉ ୩ ଦିନ ପରେ ନୂଆବର୍ଷ। ପୁରୀରେ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି...

ଛୁଆକୁ ଧରି ଭଂଗା ଘରେ ରହୁଛନ୍‌ ଫୁଲତୁଲି

ଲାଠୋର, ୨୦ା୮(ଡି.ଏନ୍‌.ଏ.): ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ନିଅଁାସି ଗରିବ୍‌ ଦୁଖିକୁ ପକାଘର ଯୁଗେଇ ଦେଉଛନ୍‌। ହେଲେ ସର୍ଭେରେ ଭୁଲଭଟକା, ତଦାରଖ ଅଭାବୁ ଅନେକ...

ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ବାରିପଦା ଅଫିସ,୨୭।୧୦: ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବ। ତେବେ ରାତ୍ରିଯାପନ ପାଇଁ ଅନ୍‌ଲାଇନରେ ବୁକିଂ କରିପାରିବେ ପର୍ଯ୍ୟଟକ। ବାରିପଦା ଆଡୁ ୨୫...

୧୦ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯।୮(ବ୍ୟୁରୋ)-ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଲଘୁଚାପ। ଫଳରେ ସାରା ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ୧୦...

Advertisement
Archives

Model This Week