ଚାପୁଡା ଖାଇବା ପରେ ବଦଳିଗଲା କ୍ରିସ ରକଙ୍କ ଭାଗ୍ୟ

ଚଳିତବର୍ଷ ଓସ୍କାର ବିତରଣ ଉତ୍ସବରେ ଏକ ବିବାଦୀୟ ଘଟଣା ଘଟିଥିଲା। ଏହି ସମାରୋହକୁ ହୋଷ୍ଟିଂ କରୁଥିବା କ୍ରିସ ରକଙ୍କୁ ଶକ୍ତ ଚାପୁଡା ମାରିଥିଲେ ଅଭିନେତା ୱିଲ ସ୍ମିଥ। ଏହି ବିବାଦ ସମଗ୍ର ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ଘଟଣା ପରେ କ୍ରିସ ରକଙ୍କ ଭାଗ୍ୟ ମଧ୍ୟ ବଦଳିଯାଇଛି। ଗୋଟିଏ ପଟେ ଗୁଗଲରେ ସମସ୍ତେ ତାଙ୍କ ବିଷୟରେ ସୂଚନା ସଂଗ୍ରହ କରୁଥିବାବେଳେ ଷ୍ଟାଣ୍ଡ ଅପ ଶୋ’ରେ ମଧ୍ୟ ତାଙ୍କ ପାରିଶ୍ରମିକ ବଢିଯାଇଛି।
ୱିଲ ସ୍ମିଥଙ୍କଠାରୁ ଚାପୁଡ଼ା ଖାଇବା ପରେ କ୍ରିସ ରକ ଏବେ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ସମୟରେ ତାଙ୍କର କମେଡି ଯାତ୍ରା ମଧ୍ୟ ଲାଭବାନ ହେଉଛି। ରକଙ୍କ ଆଗାମୀ ଷ୍ଟାଣ୍ଡ ଅପ ଶୋ’ ପାଇଁ ଚାହିଦା ବଢିଛି । କେବଳ ଏତିକି ନୁହେଁ, ଶୋ’ର ଟିକେଟ ମୂଲ୍ୟରେ ବୃଦ୍ଧି ଘଟିଛି। ସୂଚନା ଅନୁଯାୟୀ, ମାର୍ଚ୍ଚ ୧୮ରେ କ୍ରିସ ରକ ଏକ ଶୋ’ କରିଥିଲେ, ଯାହାର ଟିକେଟ ମୂଲ୍ୟ ୪୬ ଡଲାର (୩୫୦୦ ଟଙ୍କା) ଥିଲା। କିନ୍ତୁ ଏବେ କ୍ରିସଙ୍କ ଏକ ଶୋ’ ପାଇଁ ଟିକେଟ ମୂଲ୍ୟ ୪୧୧ ଡଲାର (୩୧, ୨୭୪ଟଙ୍କା) କୁ ବୃଦ୍ଧି ପାଇଛି।
କ୍ରିସ ରକ ମାର୍ଚ୍ଚ ୩୦ ଏବଂ ଏପ୍ରିଲ ୧ରେ ବୋଷ୍ଟନର ୱିଲବୁର ଥିଏଟରରେ ଅଭିନୟ କରିବେ। ତାଙ୍କର ଏଠାରେ ୬ଟି ଶୋ’ ହେବ। ଏହା ପରେ କ୍ରିସ ରକଙ୍କ ‘ଇଗୋ ଡେଥ ୱାଲର୍‌ଡ ଟୁର୍‌’ ଏପ୍ରିଲ ୨ ରୁ ଆରମ୍ଭ ହେବ। କ୍ରିସ ୩୦ଟି ସହର ଭ୍ରମଣ କରିବେ । ଏହି ଭ୍ରମଣ ପାଇଁ ତାଙ୍କର ୩୮ ଶୋ’ ସ୍ଥିର ହୋଇସାରିଛି। ସେ ନ୍ୟୁୟର୍କ, ଲସ ଭେଗାସ, ଟରୋଣ୍ଟୋ, ଚିକାଗୋ ଭଳି ଅନେକ ସ୍ଥାନରେ ଅଭିନୟ କରିବେ। ବିଶେଷ କଥା ହେଉଛି, କ୍ରିସ ରକଙ୍କ ଏହି ଯାତ୍ରା ନଭେମ୍ବର ୧୭ରେ ଲସ ଆଞ୍ଜେଲ୍ସର ଡାଲବି ଥିଏଟରରେ ଶେଷ ହେବ। ଏହା ହେଉଛି ସେହି ସ୍ଥାନ, ଯେଉଁଠି କ୍ରିସ ରକଙ୍କୁ ୱିଲ ସ୍ମିଥ ଚାପୁଡା ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ଆବେଦନ ଆରମ୍ଭ: ଶେଷ ତାରିଖ ରହିଛି…

ଭୁବନେଶ୍ୱର,୮ା୭(ସୁଚିସ୍ମିତା ସାହୁ): ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ୨୦୨୬-୨୭ ପାଇଁ ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡିରେ ପଞ୍ଜୀକୃତ ଗବେଷକମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri