Posted inଖେଳ

୧୬ କୋଟି ଟଙ୍କାରେ କିଣିଥିଲା ରାଜସ୍ଥାନ; ଚାରୋଟି ଶର୍ଟ ଖେଳି ମ୍ୟାଚ୍‌ କଲେ ଶେଷ, ପୁରୁଣା ଟିମ୍‌ଠାରୁ…

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଦକ୍ଷିଣ ଆଫ୍ରିକା ଟିମ୍‌ ପାକିସ୍ତାନ ବିପକ୍ଷ ଟି୨୦ ସିରିଜରେ ପରାଜିତ ହୋଇଥିବା ବେଳେ ଅନ୍ୟପକ୍ଷେ ଦଳର କିଛି ଖେଳାଳି ଭାରତରେ ଚାଲିଥିବା ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି। ସେହି ଖେଳାଳିମାନଙ୍କ ମଧ୍ୟରୁ ଜଣେ ହେଲେ ଆଇପିଏଲ୍‌ ୨୦୨୧ର ସବୁଠାରୁ ମହଙ୍ଗା ଖେଳାଳି କ୍ରିସ୍‌ ମୋରିସ। କ୍ରିସ୍‌ ନିଜର ନୂଆ ଟିମ୍‌ ରାଜସ୍ଥାନ ରୟାଲରୁ ଖେଳି ପୁରୁଣା ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। କେବଳ ତାଙ୍କ ପାଇଁ ଦିଲ୍ଲୀ ହାତରୁ ମ୍ୟାଚ୍‌ ରାଜସ୍ଥାନ ହାତକୁ ଚାଲିଯାଇଥିଲା।

ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୪୭ରନ୍‌ କରିଥିଲା। ୧୪୮ରନ୍‌ର ପିଛା କରିଥିବା ରାଜସ୍ଥାନ ଦଳ ୪୨ରନ୍‌ରେ ୫ ଉଇକେଟ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟପ୍‌ ଏବଂ ମିଡିଲ୍‌ ଅର୍ଡରର ଏହି ବ୍ୟାଟ୍ସମ୍ୟାନ୍‌ ଦୁଇଅଙ୍କ ଛୁଇଁପାରି ନ ଥିଲେ। ପରେ ଡେଭିଡ ମିଲର(୬୨) ଓ ରାହୁଲ ଟଓ୍ବୋଟିଆ(୧୯) ଇଂନିସ ସମ୍ଭାଳିଥିଲେ। ଫଳରେ ସ୍କୋର ୯୦ରେ ପହଞ୍ଚିଥିଲା। ଉଭୟ ଖେଳାଳି ଆଉଟ୍‌ ହେବା ପରେ ରାଜସ୍ଥାନର ଆଶା ମଉଳିଥିଲା। ହେଲେ କ୍ରିସ୍‌ ମୋରିସ ଧୌର୍ଯ୍ୟହରା ନ ହୋଇ ୧୮ ବଲ୍‌ରୁ ୪ ଛକା ସହ ୩୬ରନ୍‌ରେ ଅପରାଜିତ ରହି ଦଳକୁ ରୋମାଞ୍ଚକର ବିଜୟ ପ୍ରଦାନ କରିଥିଲେ।

୧୯ ଓଭରରେ ଦୁଇଟି ବଲ୍‌ରେ ଛକା ମାରି ୧୫ରନ୍‌ କରିଥିଲେ ମୋରିସ। ଶେଷ ଓଭରରେ ରାଜସ୍ଥାନ ରୟାଲ୍ସକୁ ୧୨ରନ୍‌ର ଆବଶ୍ୟକତା ରହିଥିଲା। ମୋରିସ ସମୟ ବରବାଦ ନ କରି ଅନ୍ତିମ ଓଭରର ପ୍ରଥମ ବଲ୍‌ରେ ୨ ରନ୍‌, ଦ୍ୱିତୀୟରେ ୬, ତୃତୀୟରେ ୦, ଚତୁର୍ଥରେ ୬ ମାରି ଦଳକୁ ଜିତାଇଥିଲେ। ସେ ୧୮ ବଲ୍‌ରେ ଅପରାଜିତ ୩୬ରନ୍‌ର ପାଳି ଖେଳିଥିଲେ। ଏହାଛଡ଼ା ସେ ବୋଲିଂ କରି ଲଲିତ ଯାଦବଙ୍କ ଉଇକେଟ ମଧ୍ୟ ନେଇଥିଲେ।

କହିରଖୁଛୁ ୨୦୧୩ରେ ମୋରିସ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳିଥିଲେ। ୨୦୧୬ରେ ଦିଲ୍ଲୀ ଟିମ୍‌ ପକ୍ଷରୁ ଖେଳିଥିଲେ। ପରେ୨୦୧୮ ଆଇପିଏଲ୍‌ ନିଲାମୀରେ ତାଙ୍କୁ ପୁନର୍ବାର ଦିଲ୍ଲୀ ଟିମ୍‌ ୭.୧ କୋଟି ଟଙ୍କାରେ କିଣିଥିଲା। ହେଲେ ଦଳ ୨୦୨୧ ନିଲାମ ପୂର୍ବରୁ ଦଳ ତାଙ୍କୁ ଛାଡ଼ିଥିଲା। ତାଙ୍କୁ ରାଜସ୍ଥାନ ରୟାଲ୍ସ ୧୬ କୋଟି ଟଙ୍କାରେ କିଣିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri