Posted inଖେଳ

୧୬ କୋଟି ଟଙ୍କାରେ କିଣିଥିଲା ରାଜସ୍ଥାନ; ଚାରୋଟି ଶର୍ଟ ଖେଳି ମ୍ୟାଚ୍‌ କଲେ ଶେଷ, ପୁରୁଣା ଟିମ୍‌ଠାରୁ…

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଦକ୍ଷିଣ ଆଫ୍ରିକା ଟିମ୍‌ ପାକିସ୍ତାନ ବିପକ୍ଷ ଟି୨୦ ସିରିଜରେ ପରାଜିତ ହୋଇଥିବା ବେଳେ ଅନ୍ୟପକ୍ଷେ ଦଳର କିଛି ଖେଳାଳି ଭାରତରେ ଚାଲିଥିବା ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି। ସେହି ଖେଳାଳିମାନଙ୍କ ମଧ୍ୟରୁ ଜଣେ ହେଲେ ଆଇପିଏଲ୍‌ ୨୦୨୧ର ସବୁଠାରୁ ମହଙ୍ଗା ଖେଳାଳି କ୍ରିସ୍‌ ମୋରିସ। କ୍ରିସ୍‌ ନିଜର ନୂଆ ଟିମ୍‌ ରାଜସ୍ଥାନ ରୟାଲରୁ ଖେଳି ପୁରୁଣା ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। କେବଳ ତାଙ୍କ ପାଇଁ ଦିଲ୍ଲୀ ହାତରୁ ମ୍ୟାଚ୍‌ ରାଜସ୍ଥାନ ହାତକୁ ଚାଲିଯାଇଥିଲା।

ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୪୭ରନ୍‌ କରିଥିଲା। ୧୪୮ରନ୍‌ର ପିଛା କରିଥିବା ରାଜସ୍ଥାନ ଦଳ ୪୨ରନ୍‌ରେ ୫ ଉଇକେଟ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟପ୍‌ ଏବଂ ମିଡିଲ୍‌ ଅର୍ଡରର ଏହି ବ୍ୟାଟ୍ସମ୍ୟାନ୍‌ ଦୁଇଅଙ୍କ ଛୁଇଁପାରି ନ ଥିଲେ। ପରେ ଡେଭିଡ ମିଲର(୬୨) ଓ ରାହୁଲ ଟଓ୍ବୋଟିଆ(୧୯) ଇଂନିସ ସମ୍ଭାଳିଥିଲେ। ଫଳରେ ସ୍କୋର ୯୦ରେ ପହଞ୍ଚିଥିଲା। ଉଭୟ ଖେଳାଳି ଆଉଟ୍‌ ହେବା ପରେ ରାଜସ୍ଥାନର ଆଶା ମଉଳିଥିଲା। ହେଲେ କ୍ରିସ୍‌ ମୋରିସ ଧୌର୍ଯ୍ୟହରା ନ ହୋଇ ୧୮ ବଲ୍‌ରୁ ୪ ଛକା ସହ ୩୬ରନ୍‌ରେ ଅପରାଜିତ ରହି ଦଳକୁ ରୋମାଞ୍ଚକର ବିଜୟ ପ୍ରଦାନ କରିଥିଲେ।

୧୯ ଓଭରରେ ଦୁଇଟି ବଲ୍‌ରେ ଛକା ମାରି ୧୫ରନ୍‌ କରିଥିଲେ ମୋରିସ। ଶେଷ ଓଭରରେ ରାଜସ୍ଥାନ ରୟାଲ୍ସକୁ ୧୨ରନ୍‌ର ଆବଶ୍ୟକତା ରହିଥିଲା। ମୋରିସ ସମୟ ବରବାଦ ନ କରି ଅନ୍ତିମ ଓଭରର ପ୍ରଥମ ବଲ୍‌ରେ ୨ ରନ୍‌, ଦ୍ୱିତୀୟରେ ୬, ତୃତୀୟରେ ୦, ଚତୁର୍ଥରେ ୬ ମାରି ଦଳକୁ ଜିତାଇଥିଲେ। ସେ ୧୮ ବଲ୍‌ରେ ଅପରାଜିତ ୩୬ରନ୍‌ର ପାଳି ଖେଳିଥିଲେ। ଏହାଛଡ଼ା ସେ ବୋଲିଂ କରି ଲଲିତ ଯାଦବଙ୍କ ଉଇକେଟ ମଧ୍ୟ ନେଇଥିଲେ।

କହିରଖୁଛୁ ୨୦୧୩ରେ ମୋରିସ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳିଥିଲେ। ୨୦୧୬ରେ ଦିଲ୍ଲୀ ଟିମ୍‌ ପକ୍ଷରୁ ଖେଳିଥିଲେ। ପରେ୨୦୧୮ ଆଇପିଏଲ୍‌ ନିଲାମୀରେ ତାଙ୍କୁ ପୁନର୍ବାର ଦିଲ୍ଲୀ ଟିମ୍‌ ୭.୧ କୋଟି ଟଙ୍କାରେ କିଣିଥିଲା। ହେଲେ ଦଳ ୨୦୨୧ ନିଲାମ ପୂର୍ବରୁ ଦଳ ତାଙ୍କୁ ଛାଡ଼ିଥିଲା। ତାଙ୍କୁ ରାଜସ୍ଥାନ ରୟାଲ୍ସ ୧୬ କୋଟି ଟଙ୍କାରେ କିଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?