Posted inଖେଳ

ଟୁଇଟ୍‌ କରି କ୍ରିକେଟ୍‌ ଦୁନିଆକୁ ଦୋହଲାଇ ଦେଲେ କ୍ରିସ୍‌ ଗେଲ୍‌: ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୧୯।୯: ଶେଷ ମୂହୁର୍ତ୍ତରେ ପାକିସ୍ତାନ ଏବଂ ନ୍ୟୁଜିଳାଣ୍ଡ ମଧ୍ୟରେ ସୀମିତ ଓଭର କ୍ରିକେଟ ସିରିଜ ବାତିଲ କରାଯାଇଥିଲା। ସୁରକ୍ଷା କାରଣରୁ ନ୍ୟୁଜିଳାଣ୍ଡ କ୍ରିକେଟ ବୋର୍ଡ ଶୁକ୍ରବାର ଦିନ ଏହି ସିରିଜ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ଏହା ପରେ ଦଳ ଚାର୍ଟାର୍ଡ ଫ୍ଲାଇଟ ଦ୍ୱାରା ନିଜ ଦେଶକୁ ଫେରିଛି । ଏହା ପରେ ପାକିସ୍ତାନର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଏଥି ସହିତ କିଛି ଖେଳାଳି ମଧ୍ୟ ପାକିସ୍ତାନକୁ ସମର୍ଥନ କରି ବାହାରକୁ ଆସିଥିଲେ। ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ସେ ଏକ ଟୁଇଟ କରି କହିଛନ୍ତି। ଯାହା ଏବେ ଭାଇରାଲ ହୋଇଛି। ସେ ଟୁଇଟ୍‌ରେ ଲେଖିଛନ୍ତି, ଆସନ୍ତାକାଲି ମୁଁ ପାକିସ୍ତାନ ଯାଉଛି, କିଏ ମୋ ସହ ଆସଛ।
ପାକିସ୍ତାନୀ କ୍ରିକେଟର ମହମ୍ମଦ ଆମିର ଗେଲଙ୍କ ଏହି ଟୁଇଟ୍‌ର ଉତ୍ତର ଦେଇଛନ୍ତି। କିମ୍ବଦନ୍ତୀଙ୍କୁ ସେଠାରେ ଭେଟିବି ବୋଲି ଆମିର ଲେଖିଛନ୍ତି। ତେବେ ଗେଲ କେବଳ ପାକିସ୍ତାନକୁ ସମର୍ଥନ କରି ଏହି ଟୁଇଟ କରିଛନ୍ତି। ସେଠାକୁ ଯିବାର କୌଣସି ନିଶ୍ଚିତତା ନାହିଁ। ଅନ୍ୟପକ୍ଷରେ ପାକିସ୍ତାନ ସୁପର ଲିଗ ଫ୍ରାଞ୍ଚାଇଜ କ୍ୱେଟା ଗ୍ଲାଡିଏଟରର ମାଲିକ ନାଦିମ ଓମାର କହିଛନ୍ତି ଯେ, ପାକିସ୍ତାନ ସୁରକ୍ଷିତ ବୋଲି ବିଶ୍ୱକୁ ଏକ ଦୃଢ ବାର୍ତ୍ତା ପଠାଇବା ପାଇଁ କ୍ୱେଟା ଗ୍ଲାଡିଏଟର ପାକିସ୍ତାନରେ ପ୍ରଦର୍ଶନୀ ମ୍ୟାଚ ଖେଳିବାକୁ ପ୍ରସ୍ତୁତ। ସେ ଏହା ମଧ୍ୟ କହିଛନ୍ତି ଯେ, କ୍ୱେଟା ଗ୍ଲାଡିଏଟର ଉପଲବ୍ଧ ବିଦେଶୀ ଖେଳାଳିଙ୍କୁ ମଧ୍ୟ ଆଣିବାକୁ ଚେଷ୍ଟା କରିବ ଏବଂ ସେ ଆଶା କରୁଛନ୍ତି ଯେ, ପାକିସ୍ତାନ ବୋର୍ଡ ଏବଂ ଅନ୍ୟାନ୍ୟ ଫ୍ରାଞ୍ଚାଇଜ ମଧ୍ୟ ସମାନ ଭାବରେ ଚିନ୍ତା କରିବେ।
ସୂଚନାଯୋଗ୍ର, ସୁରକ୍ଷା ଧମକ ପାଇବା ପରେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପ୍ରଥମ ଦିନିକିଆ ପୂର୍ବରୁ ଶୁକ୍ରବାର ପାକିସ୍ତାନ ଗସ୍ତରୁ ନିଜ ଦଳ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଅକ୍ଟୋବରରେ ଇଂଲଣ୍ଡ ଦୁଇଟି ଟି -୨୦ ଅନ୍ତର୍ଜାତୀୟ ପାଇଁ ରାୱଲପିଣ୍ଡି ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ୨୦୦୫ ପରେ ଏହା ତାଙ୍କର ପ୍ରଥମ ପାକିସ୍ତାନ ଗସ୍ତ ହେବ। ବର୍ତ୍ତମାନ ପରିସ୍ଥିତିର ଆକଳନ କରିବା ପରେ ସେ ମଧ୍ୟ ନିଷ୍ପତ୍ତି ନେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri