Posted inଜାତୀୟ

ବିବାଦ ସମାଧାନର ବିକଳ୍ପ ବାଛ

ନୂଆଦିଲ୍ଲୀ, ୫।୧୨(ଆଇଏଏନ୍‌ଏସ୍‌): ବିବାଦ ସମାଧାନ ଲାଗି କୋର୍ଟ କଚେରି ନ ଧାଇଁ ମଧ୍ୟସ୍ଥତା, ବୁଝାମଣା ଭଳି ବିକଳ୍ପ ବ୍ୟବସ୍ଥା ବାଛିବା ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ଶନିବାର ବ୍ୟବସାୟିକ ସମୁଦାୟଙ୍କୁ ପରାମର୍ଶ ଦେଇଛନ୍ତି। ହାଇଦ୍ରାବାଦର ଇଣ୍ଟରନ୍ୟାଶନାଲ ଅର୍ବିଟ୍ରେଶନ ଆଣ୍ଡ ମେଡିଏଶନ ସେଣ୍ଟରଠାରେ ଏକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଜଷ୍ଟିସ୍‌ ରମନା କହିଥିଲେ, ବ୍ୟବସାୟରେ ବିବାଦ ରହିବ। ଏହାକୁ ପ୍ରଥମେ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଆବଶ୍ୟକ। ସେଥିରେ ସମାଧାନ ସମ୍ଭବ ନ ହେଲେ ମଧ୍ୟସ୍ଥଙ୍କ ସହାୟତା ନେବା ଉଚିତ। ସେଥିରେ ସମାଧାନର ସୂତ୍ର ନ ବାହାରିପାରିଲେ ଶେଷ ବିକଳ୍ପ ଭାବେ କୋର୍ଟକୁ ଯିବା ଲାଗି ଚିନ୍ତା କରିବାକୁ ସିଜେଆଇ ପରାମର୍ଶ ଦେଇଛନ୍ତି। ଆମର ଦୈନନ୍ଦିନ ଜୀବନରେ ବିଭିନ୍ନ ବିବାଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତାହା ପରିବାର ସଦସ୍ୟଙ୍କ ମଧ୍ୟରେ ହେଉ, ବ୍ୟବସାୟରେ କିମ୍ବା ପେସାଗତ ଜୀବନରେ ଘଟିଥାଏ। ଦ୍ୱନ୍ଦ୍ୱ ବିହୀନ ବିଶ୍ୱର ପରିକଳ୍ପନା କରାଯାଇ ନ ପାରେ। ବିବାଦର ମଧ୍ୟ ଏକ ମାନବୀୟ ଦିଗ ରହିଛି, ଯାହାକି ଏହାକୁ ସମାଧାନ କରିବାରେ ସହାୟକ ହୋଇଥାଏ। ବିବାଦର ଊର୍ଦ୍ଧ୍ୱକୁ ଯାଇ ଦେଖିବା ପାଇଁ ଦୂରଦୃଷ୍ଟି ଜରୁରୀ। ବିବାଦ ସମାଧାନ ପଛର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଫ୍ୟାକ୍ଟର ହେଲା ମନୋବୃତ୍ତି। ଏଥିପାଇଁ ଅହଂଭାବ, ଆବେଗ, ଅଧୈର୍ଯ୍ୟତା ଏବଂ ଆଗ୍ରହକୁ ଆଂଶିକ ତ୍ୟାଗ କରିବାକୁ ପଡ଼ିଥାଏ। ତେବେ ବିବାଦ ଥରେ ଅଦାଲତରେ ପହଞ୍ଚତ୍ୟିବା ପରେ ସେଗୁଡ଼ିକୁ ହରାଇବାକୁ ହୋଇଥାଏ ବୋଲି ସିଜେଆଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

ଗଞ୍ଜାମ ସହରରେ ଗୁଟଖା ତମାଖୁ କଳାବଜାର, ଚଢ଼ା ଦରରେ ବିକ୍ରି ଅଭିଯୋଗ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ): ଗତ କିଛି ଦିନ ହେଲା ଗଞ୍ଜାମ ସହରରେ ଗୁଟଖା କଳା ବଜାର ହେଉଛି ।ପୂର୍ବରୁ ରାଧା ଖଇନି, ପାନ ମସଲା ବିମଳ, ସଫଳ…

ମହାନଦୀରେ ଭାସୁଛନ୍ତି ମାଳମାଳ କୁମ୍ଭୀର: ସୋଲ ଭେଳାରେ ପାର ହୋଇ ମାଛ, କଙ୍କଡ଼ା ଧରି ପରିବାର ପୋଷଣ କରୁଛନ୍ତି ମହିଳା

ମହାକାଳପଡ଼ା,୨୬ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନଦୀ ନାଳଘେରା ବତିଘର ଅଞ୍ଚଳ ମହାନଦୀ ଅବବାହିକା ଶାଖା ନାଳଗୁଡ଼ିକରେ କୁମ୍ଭୀର ମାଳ ମାଳ…

ଭୟଭୀତ ଇରାନ: ଖୋଲାଖୋଲି କଥା ହେବାକୁ…

ଓ୍ବାଶିଂଟନ୍‌,୨୬।୩: ମଧ୍ୟପ୍ରାଚ୍ୟରେ ଆମେରିକା-ଇସ୍ରାଏଲ ମେଣ୍ଟ ଏବଂ ଇରାନ ମଧ୍ୟରେ ଶତ୍ରୁତା ଆରମ୍ଭ ହେବାର ୨୬ ଦିନ ବିତିଗଲାଣି ଏବଂ ଉଭୟ ପକ୍ଷରୁ ଆକ୍ରମଣ ଦିନକୁ ଦିନ ବୃଦ୍ଧି…

୪୦୦ଟଙ୍କା ପାଇଁ ପୁଅ ଭୁଲିଗଲା ରକ୍ତ ସମ୍ପର୍କ, ବାପାକୁ ପିଟିପିଟି ହତ୍ୟା

ମୋରଡା,୨୬।୩(ସ୍ମାରକ ମାଜୀ): ମାତ୍ର ୪୦୦ଟଙ୍କା ପାଇଁ ନିଜ ବାପାଙ୍କୁ ହତ୍ୟା କରିଲେ ପୁଅ । ଏଭଳି ଲୋମହର୍ଷକାରୀ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ଥାନା…

ଦିଲ୍ଲୀ ଦରବାରରେ ଗୌରବ ବଢ଼ାଇଲେ ବଲାଙ୍ଗୀରର ୨ ଯୁବ ଶିଳ୍ପୋଦ୍ୟୋଗୀ: ମିଳିଲା ସମ୍ବର୍ଦ୍ଧନା

ବଲାଙ୍ଗୀର,୨୬।୩(ସୁନିଲ କୁମାର ମହାନ୍ତି): ଓଡ଼ିଆ ସମାଜ ପକ୍ଷରୁ ଜବାହାରଲାଲ ନେହେରୁ ଷ୍ଟାଡିୟମ, ନୂଆଦିଲ୍ଲୀରେ ଆୟୋଜିତ ‘ଓଡିଶାପର୍ବ’ରେ ବଲାଙ୍ଗୀରର ଗୌରବ ବଢ଼ାଇଥିବା ସୋମନାଥ ସାହୁ ଓ ନକୁଳ ପଟ୍ଟନାୟକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri